ଟ୍ରେଲ୍‌ରକୁ ପିଟି ରାସ୍ତା ତଳକୁ ଖସି ପଡ଼ିଲା ବସ୍‌

ଆନନ୍ଦପୁର(ମୁନ୍ନା ସିଂ): ଆନନ୍ଦପୁର ଦେଇ ଯାଇଥିବା ୨୦ ନମ୍ୱର ଜାତୀୟ ରାଜପଥର କୋଳିମାଟିରେ ଆଜି ଏକ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଟ୍ରେଲରକୁ ଧକ୍କା ଦେଇ ରାସ୍ତାତଳକୁ ଖସି ପଡ଼ିଥିଲା। ସୌଭାଗ୍ୟବତଃ ବସରେ ଥିବା ୫୦ରୁ ଅଧିକ ଯାତ୍ରୀ ସୁରକ୍ଷିତ ଅଛନ୍ତି। କାହାରି କିଛି କ୍ଷତି ଘଟି ନାହିଁ।

ବସ୍‌ଟି କେନ୍ଦୁଝରରୁ ଭୁବନେଶ୍ୱର ଆସୁଥିବା ବେଳେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।