ଅଧିକ ବୁଦ୍ଧି ଲଗାଇଦେଲେ ବସ୍ ମାଲିକ, ୨.୩୦ ଲକ୍ଷ ତଣ୍ଡ ଗଣିବେ

ଜୟପୁର (ଟି.ଗୌରୀଶଙ୍କର): ବସ୍‌ର ଡିଜେଲ୍ ଟାଙ୍କି ଫାଟି ଯାଇଥିଲା। ତଥାପି ବସ୍ ଚାଲିଥିଲା। ଆପଣମାନେ ପଚାରିବେ, କେମିତି? ଏଥିପାଇଁ ବସ୍‌ ମାଲିକ ବୁଦ୍ଧି ଖଟେଇ ଥିଲେ। ସେ ବସ୍ ଭିତରେ ଏକ ପ୍ଲାଷ୍ଟିକ୍ ରେଲ୍‌ରେ ଡିଜେଲ୍ ଭର୍ତ୍ତି କରି ସେଥିରୁ ଇଞ୍ଜିନ୍‌କୁ କନେକ୍‌ସନ୍ ଦେଇଥିଲେ। ପୁଣି ବାରେଲ୍‌ଟି ଯେପରି ବାହାରକୁ ଦେଖା ନଯିବ, ସେଥିପାଇଁ ତାକୁ ଏକ କପଡ଼ାରେ ଘୋଡ଼ାଇ ରଖିଥିଲେ। ତେବେ ତାଙ୍କର ଏହି ବୁଦ୍ଧି ତାଙ୍କୁ କ୍ଷତି ପହଞ୍ଚାଇଛି। ଏଭଳି ଭାବେ ବସ୍‌ ଚଲାଉଥିବା […]

bus1

bus1

Manoranjan Sial
  • Published: Thursday, 20 June 2019
  • Updated: 21 June 2019, 04:51 PM IST

Sports

Latest News

ଜୟପୁର (ଟି.ଗୌରୀଶଙ୍କର): ବସ୍‌ର ଡିଜେଲ୍ ଟାଙ୍କି ଫାଟି ଯାଇଥିଲା। ତଥାପି ବସ୍ ଚାଲିଥିଲା। ଆପଣମାନେ ପଚାରିବେ, କେମିତି? ଏଥିପାଇଁ ବସ୍‌ ମାଲିକ ବୁଦ୍ଧି ଖଟେଇ ଥିଲେ। ସେ ବସ୍ ଭିତରେ ଏକ ପ୍ଲାଷ୍ଟିକ୍ ରେଲ୍‌ରେ ଡିଜେଲ୍ ଭର୍ତ୍ତି କରି ସେଥିରୁ ଇଞ୍ଜିନ୍‌କୁ କନେକ୍‌ସନ୍ ଦେଇଥିଲେ। ପୁଣି ବାରେଲ୍‌ଟି ଯେପରି ବାହାରକୁ ଦେଖା ନଯିବ, ସେଥିପାଇଁ ତାକୁ ଏକ କପଡ଼ାରେ ଘୋଡ଼ାଇ ରଖିଥିଲେ। ତେବେ ତାଙ୍କର ଏହି ବୁଦ୍ଧି ତାଙ୍କୁ କ୍ଷତି ପହଞ୍ଚାଇଛି। ଏଭଳି ଭାବେ ବସ୍‌ ଚଲାଉଥିବା ଯୋଗୁ ତାଙ୍କୁ ୨ ଲକ୍ଷ ୩୦ ହଜାର ଟଙ୍କା ଜୋରିମାନା କରାଯାଇଛି।

ଘଟଣାଟି କୋରାପୁଟ୍‌ ଜିଲ୍ଲାର। ବସ୍‌ (No OR 10 8088)ଟି ଦାମନଯୋଡ଼ିରୁ ଜୟପୁରକୁ ଯିବାଆସିବା କରେ। ଆଜି ଅପରାହ୍ନରେ ବସ୍‌ଟି ଦାମନଯୋଡ଼ିରୁ ଜୟପୁରକୁ ଆସୁଥିବା ବେଳେ ଏମ୍‌ଭିଆଇଙ୍କ ପକ୍ଷରୁ ଚଢ଼ଉ କରାଯାଇଥିଲା। କୋରାପୁଟ୍ ଉପ-ଜିଲ୍ଲାପାଳ ଲୋକନାଥ ଦଳବେହେରା କୌଣସି ସୂତ୍ରରୁ ସୂଚନା ପାଇ ଏମ୍‌ଭିଆଇଙ୍କୁ ଖବର ଦେବା ପରେ ଏହି ଚଢ଼ଉ କରାଯାଇଥିଲା। ବସ୍‌ଟି ବିପଜ୍ଜନକ ଭାବେ ଯାତ୍ରୀଙ୍କୁ ଧରି ଆସୁଥିବା ଯୋଗୁ ଏମ୍‌ଭିଆଇ ଜୋରିମାନା କରିଛନ୍ତି।  ଯାଞ୍ଚ ବେଳେ ଗାଡ଼ିର କାଗଜପତ୍ର ବି ଠିକ୍‌ ନଥିବା ଜଣାପଡ଼ିଛି। ତେବେ ଏନେଇ ବସ୍ ମାଲିକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos