ଅପହରଣର ନାଟକ ରଚି ନିଜ ଜାଲରେ ପଡ଼ିଗଲେ ବ୍ୟବସାୟୀ

ସମ୍ୱଲପୁର (ସଞ୍ଜୟ ଜେନା): ଅପହରଣର ନାଟକ ରଚିଥିଲେ ଜଣେ ବ୍ୟବସାୟୀ। ଆଉ ଋଣ ଟଙ୍କା ଶୁଝିବା ପାଇଁ ପତ୍ନୀଙ୍କ ପାଖକୁ ଫୋନ୍‌ କରାଇ ନିଜ ଜାଲରେ ନିଜେ ପଡ଼ିଯାଇଥିଲେ। ଏପରି ଘଟଣା ସମ୍ୱଲପୁର ଜିଲ୍ଲା କ୍ଷେତରାଜପୁର ଥାନା ଅଞ୍ଚଳରେ ଘଟିଛି। ପୁଲିସ ମାଷ୍ଟରମାଇଣ୍ଡଙ୍କ ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୂରା ଘଟଣା ଏମିତି। ସମ୍ବଲପୁର କ୍ଷେତରାଜପୁର ଥାନା ଅଞ୍ଚଳରେ ରହୁଥିବା ଆଦର୍ଶ ଘୋଷ ଜଣେ ବ୍ୟବସାୟୀ। କିନ୍ତୁ ନିଶା ତାଙ୍କର ଜୁଆ […]

sambalpur

sambalpur

Manoranjan Sial
  • Published: Friday, 05 July 2019
  • Updated: 05 July 2019, 07:03 PM IST

ସମ୍ୱଲପୁର (ସଞ୍ଜୟ ଜେନା): ଅପହରଣର ନାଟକ ରଚିଥିଲେ ଜଣେ ବ୍ୟବସାୟୀ। ଆଉ ଋଣ ଟଙ୍କା ଶୁଝିବା ପାଇଁ ପତ୍ନୀଙ୍କ ପାଖକୁ ଫୋନ୍‌ କରାଇ ନିଜ ଜାଲରେ ନିଜେ ପଡ଼ିଯାଇଥିଲେ। ଏପରି ଘଟଣା ସମ୍ୱଲପୁର ଜିଲ୍ଲା କ୍ଷେତରାଜପୁର ଥାନା ଅଞ୍ଚଳରେ ଘଟିଛି। ପୁଲିସ ମାଷ୍ଟରମାଇଣ୍ଡଙ୍କ ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୂରା ଘଟଣା ଏମିତି। ସମ୍ବଲପୁର କ୍ଷେତରାଜପୁର ଥାନା ଅଞ୍ଚଳରେ ରହୁଥିବା ଆଦର୍ଶ ଘୋଷ ଜଣେ ବ୍ୟବସାୟୀ। କିନ୍ତୁ ନିଶା ତାଙ୍କର ଜୁଆ ଖେଳିବା ଓ ଆଇପିଏଲ୍‌ ମ୍ୟାଚରେ ବେଟିଂ କରିବା! ସେଥିପାଇଁ ସେ ଲକ୍ଷାଧିକ ଟଙ୍କା ଋଣ ଓ ହାତ ଉଧାର କରିଥିଲେ। ସେହି ଅର୍ଥ ଫେରିପାଇବା ପାଇଁ ତାଙ୍କୁ ଋଣଦାତାମାନେ ବାରମ୍ବାର କହୁଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ଆଦର୍ଶ ଘୋଷ। ଏଥିରୁ ମୁକୁଳିବା ପାଇଁ ସେ ନିଜର ଅପହରଣର ସ୍କ୍ରିପ୍ଟ ନିଜ ହାତରେ ଲେଖିଲେ। ଆଉ ତା’ପରେ ତାକୁ କାର୍ଯ୍ୟକରୀ କଲେ।

ଗତ ୧ ତାରିଖରେ ଆଦର୍ଶଙ୍କ ମୋବାଇଲ୍‌ରୁ ତାଙ୍କ ପତ୍ନୀଙ୍କ ପାଖକୁ ଜଣେ ଅଜଣା ବ୍ୟକ୍ତିଙ୍କ ଫୋନ୍‌ କଲ ଆସିଲା। “ତୁମ ସ୍ୱାମୀ ଅପହରଣ ହୋଇଛନ୍ତି, ୫ ଲକ୍ଷ ଟଙ୍କା ଦେଲେ ଛାଡ଼ିବୁ" ବୋଲି ଅପହରଣକାରୀ ଧମକ ଦେଇଥିଲେ। ଏହି କଥା ଶୁଣିବା ପରେ ଆଦର୍ଶଙ୍କ ପତ୍ନୀ ଭୟଭୀତ ହୋଇଯାଇଥିଲେ। ନିଜ ସ୍ୱାମୀଙ୍କୁ କେମିତି ମୁକୁଳାଇବେ ସେହି ଚିନ୍ତାରେ ପଡ଼ି ଯାଇଥିଲେ। ପରେ ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏଥିପାଇଁ ସମ୍ୱଲପୁର ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ କମିଟି ଗଠନ କରାଯାଇଥିଲା।

ଗତକାଲି ରାତିରେ ଆଦର୍ଶ ଓ ତାଙ୍କର ଦୁଇ ସହଯୋଗୀ ଏକ କାର୍‌ରେ ସମ୍ୱଲପୁର ଅଭିମୁଖେ ଆସୁଥିଲେ। ଏହି ସମୟରେ ପୁଲିସ ଫୋନ୍‌ କଲ୍‌କୁ ଟ୍ରାକ୍‌ କରି ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା। ଗିରଫ ପରେ ଅପହରଣର ନାଟକ ରଚିଥିବା ସ୍ୱୀକାର କରିଥିଲେ ଆଦର୍ଶ। ଆଇପିଏଲ୍‌ ବେଟିଂରେ ଲକ୍ଷାଧିକ ଟଙ୍କା ଲଗାଇ ସବୁ ହରାଇଥିବା ସେ ପୁଲିସ ପାଖରେ ମାନିଛି। ଆଦର୍ଶ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos