ବସରେ ଲାଗିବ ସିସିଟିଭି ଓ ଜିପିଏସ୍

ଭୁବନେଶ୍ୱର: ଏଣିକି ସବୁ ବସରେ ବାଧ୍ୟତାମୂଳକ ଭାବେ ଲାଗିବ ସିସିଟିଭି ଓ ଜିପିଏସ୍ ସିଷ୍ଟମ୍। ସିସିଟିଭି ଓ ଜିପିଏସ ନ ଲଗାଇଲେ ବସଗୁଡ଼ିକୁ ଦିଆଯିବନି ରୁଟ୍ ପରମିଟ୍। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ବସରେ ସୁରକ୍ଷିତ ଯାତ୍ରୀ ପରିବହନ ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ରାଜ୍ୟରେ ବର୍ତମାନ ପ୍ରାୟ ୧୫ ହଜାର ଘରୋଇ ଓ ୪୨୬ଟି ସରକାରୀ ବସ ଚାଲୁଛି। ଏହି ପଦକ୍ଷେପକୁ […]

buses

buses

Rakesh Mallick
  • Published: Wednesday, 29 April 2015
  • Updated: 29 April 2015, 10:07 AM IST

Sports

Latest News

ଭୁବନେଶ୍ୱର: ଏଣିକି ସବୁ ବସରେ ବାଧ୍ୟତାମୂଳକ ଭାବେ ଲାଗିବ ସିସିଟିଭି ଓ ଜିପିଏସ୍ ସିଷ୍ଟମ୍। ସିସିଟିଭି ଓ ଜିପିଏସ ନ ଲଗାଇଲେ ବସଗୁଡ଼ିକୁ ଦିଆଯିବନି ରୁଟ୍ ପରମିଟ୍। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ବସରେ ସୁରକ୍ଷିତ ଯାତ୍ରୀ ପରିବହନ ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ରାଜ୍ୟରେ ବର୍ତମାନ ପ୍ରାୟ ୧୫ ହଜାର ଘରୋଇ ଓ ୪୨୬ଟି ସରକାରୀ ବସ ଚାଲୁଛି।

ଏହି ପଦକ୍ଷେପକୁ ସ୍ୱାଗତ କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ସଂଘର ସଂପାଦକ ଦେବେନ୍ଦ୍ର ସାହୁ। ବସର ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କ ସଂପର୍କରେ ତଥ୍ୟ ପ୍ରଦାନ ଜରୁରୀ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ସଂଘ କହିଛି ଯେ କର୍ମଚାରୀଙ୍କ ସଂପର୍କରେ ତଥ୍ୟ ଦେବା ସମ୍ଭବ ନୁହେଁ। ସେହିପରି ବସରେ କେଉଁଠି ଓ କେମିତି ସିସିଟିଭି ଓ ଜିପିଏସ ସିଷ୍ଟମ ଲାଗିବ ସେ ନେଇ ବି ଦ୍ୱନ୍ଦ୍ୱ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos