କୋରାପୁଟ(ଓଡ଼ିଶା ରିପୋର୍ଟର): ଆଜି କୋରାପୁଟ ଜିଲ୍ଲାର ପଟାଙ୍ଗି ଓ ଦଶମନ୍ତପୁର ବ୍ଲକରେ ଖାଲିପଡିଥିବା ୨ଟି ଜିଲ୍ଲା ପରିଷଦ ଆସନ ପାଇଁ ଉପନିର୍ବାଚନ ଆରମ୍ଭ ହୋଇଛି। ଏହି ଉପନିର୍ବାଚନରେ ଦଶମନ୍ତପୁର ବ୍ଲକର ୮ଟି ପଞ୍ଚାୟତର ୯୧ଟି ବୁଥର ୨୭ ହଜାର ୪ଶହ ୫୮ ଭୋଟର ନିଜ ମତ ରଖିବାର ସୁଯୋଗ ପାଇବେ । ସେହିପରି ପଟାଙ୍ଗିର ୭ଟି ପଞ୍ଚାୟତର ୭୯ଟି ବୁଥର ୨୩ ହଜାର ୬ଶହ ୪୯ ଭୋଟର ମଧ୍ୟ ମତଦାନ ପ୍ରକ୍ରିୟାରେ ସାମିଲ ହେବେ ।
ଏହି ଦୁଇଟି ବ୍ଲକରେ ସୁଚାରୁ ରୂପେ ନିର୍ବାଚନ ପରିଚାଳନା କରିବା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ଶୀତ କାକରକୁ ଖାତିର ନ କରି ସକାଳୁ ସକାଳୁ ଭୋଟରମାନେ ଭୋଟ ଦେବା ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ଦେଖାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ନୂଆବର୍ଷରେ ‘ଫୁଲଟିଏ ବଦଳରେ ଗଛଟିଏ ଉପହାର ଦିଅନ୍ତୁ’
ଆଜି ବକୁଳ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ‘ଫୁଲ ବଦଳରେ ଗଛଟିଏ’ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ପରିବେଶ ପାଇଁ ଗଛଟିଏର ପ୍ରମୁଖ ଭୂମିକା ରହିଛି। ଆଜିକାଲି ରାସ୍ତା ପ୍ରଶସ୍ତିକରଣ ଓ ବିଭିନ୍ନ ଉନ୍ନତିକରଣ ନାଁରେ ଅନେକ ବଡ଼ ବଡ଼ ଗଛକୁ କଟା ଯାଉଛି।
Politics
୪୮ଘଣ୍ଟା ସୁଦ୍ଧା କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ ଓ ଫସଲ କ୍ଷତିର ସଠିକ୍ ଆକଳନ କର: ମୁଖ୍ୟମନ୍ତ୍ରୀ
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚଳିତମାସ ୨୦ରୁ ୨୮ତାରିଖ ମଧ୍ୟରେ ରାଜ୍ୟରେ ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ ।
Crime
୩ ମହିଳା ନକ୍ସଲ ଗିରଫ, ମୁଣ୍ଡ ଉପରେ ଥିଲା ୮ ଲକ୍ଷ ଟଙ୍କା ପୁରସ୍କାର
ଗିରଫ ସମସ୍ତ ନକ୍ସଲଙ୍କ ଘର ମାଲକାନଗିରି ଜିଲ୍ଲାରେ।
Accident
ରାଜଧାନୀରେ ସିରିଜ୍ ଦୁର୍ଘଟଣା; ୭ ଆହତ, ଉତ୍ତେଜନା
ସ୍କୁଲ ଭ୍ୟାନ୍କୁ ପିଟାଲା କାର। ଆଉ ସ୍କୁଲ ଭ୍ୟାନ୍ ପିଟିହେଲା ଅଟୋରେ। ଅଟୋ ଦୁଇଟି ବାଇକ୍ରେ ପିଟି ହୋଇଯାଇଥିଲା। ଏଥିରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି।