ବିଧାୟକଙ୍କୁ ରଖିବାକୁ ପୋଡ଼ି ହୋଇଥିବା ଶିଶୁକୁ ଏସି କ୍ୟାବିନ୍‌ରୁ ବାହାର କରି ଦେଲେ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଅସୁସ୍ଥତା ହେତୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଗିରଫ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଆଜି ବୁର୍ଲା ସ୍ଥାନାନ୍ତର କରାଯାଇଛି। ତେବେ ତା’ପୂର୍ବରୁ ଆଜି ସାମ୍ନାକୁ ଆସିଥିଲା ଆଉ ଏକ ବିବାଦୀୟ ଘଟଣା। ବିଧାୟକଙ୍କୁ ଦେବଗଡ଼ ଡାକ୍ତରଖାନାରେ ଏସି କ୍ୟାବିନ୍‌ରେ ରଖିବା ପାଇଁ ସେଠାରେ ରହି ଚିକିତ୍ସିତ ହେଉଥିବା ଏକ ଶିଶୁକୁ ବାହାର କରି ଦିଆଯାଇଥିଲା। ସେ ଶିଶୁଟି ପୋଡ଼ି ହୋଇଥିବା ଯୋଗୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛି। ଅବଶ୍ୟ ଏ […]

Hospital

Hospital

Jitendra Garnayak
  • Published: Wednesday, 04 May 2022
  • Updated: 04 May 2022, 05:46 PM IST

Sports

Latest News

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଅସୁସ୍ଥତା ହେତୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଗିରଫ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଆଜି ବୁର୍ଲା ସ୍ଥାନାନ୍ତର କରାଯାଇଛି। ତେବେ ତା’ପୂର୍ବରୁ ଆଜି ସାମ୍ନାକୁ ଆସିଥିଲା ଆଉ ଏକ ବିବାଦୀୟ ଘଟଣା। ବିଧାୟକଙ୍କୁ ଦେବଗଡ଼ ଡାକ୍ତରଖାନାରେ ଏସି କ୍ୟାବିନ୍‌ରେ ରଖିବା ପାଇଁ ସେଠାରେ ରହି ଚିକିତ୍ସିତ ହେଉଥିବା ଏକ ଶିଶୁକୁ ବାହାର କରି ଦିଆଯାଇଥିଲା। ସେ ଶିଶୁଟି ପୋଡ଼ି ହୋଇଥିବା ଯୋଗୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛି। ଅବଶ୍ୟ ଏ ଘଟଣା ସାମ୍ନାକୁ ଆସିବା ପରେ ଏକ ସ୍ୱେଚ୍ଛାସେବୀ ସଂଗଠନର ହସ୍ତକ୍ଷେପ ଯୋଗୁ ଡାକ୍ତରଖାନା କର୍ତ୍ତୃପକ୍ଷ ଶିଶୁଟିକୁ ଅନ୍ୟ ଏକ ଏସି କ୍ୟାବିନ୍‌କୁ ସ୍ଥାନାନ୍ତର କରିଛନ୍ତି।

ପୋଡ଼ି ହୋଇଥିବା ଯୋଗୁ ବାପାମା’ ଛେଉଣ୍ଡ ଶିଶୁକନ୍ୟା ସ୍ନେହାକୁ ତା’ ଅଜା ଓ ଆଇ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାର ୪ ନମ୍ବର ଏସି କ୍ୟାବିନ୍‌ରେ ରହି ସ୍ନେହା ଚିକିତ୍ସିତ ହେଉଥିଲେ। କିନ୍ତୁ ଗତ ରବିବାର ତାଙ୍କୁ କ୍ୟାବିନ୍‌ରୁ ବାହାର କରି ଦିଆଯାଇଥିଲା। କାରଣ ସେହିଦିନ ଗିରଫ ହେବା ପରେ ଅସୁସ୍ଥ ହୋଇପଡ଼ିଥିବା ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ସେଠାରେ ଭର୍ତ୍ତି କରାଯାଇଥିଲା।

ବାରକୋଟ ବ୍ଳକ୍ ଚକ୍ରପାଲି ଗାଁର ସ୍ନେହାଙ୍କୁ ଏସି କ୍ୟାବିନ୍‌ରୁ ବାହାର କରି ଜେନେରାଲ ୱାର୍ଡରେ ରଖାଯାଇଥିଲା। ଜେନେରାଲ ୱାର୍ଡରେ ଗରମ ଯୋଗୁ ତାଙ୍କର ପୋଡ଼ା ଘା’ ଖୁବ୍ ଯନ୍ତ୍ରଣା ଦେଇଥିଲା। ଜଳାପୋଡ଼ାରେ ସେ ବହୁତ ଛଟପଟ ହୋଇଥିଲେ। ତାଙ୍କୁ ଭାରି କଷ୍ଟ ହେଉଥିଲା। ପୂର୍ବ ପରି ଆଉ ଚଳଚଞ୍ଚଳ ବି ରହୁ ନଥିଲେ। ସେଥିପାଇଁ ପୁଣି ଥରେ ତାଙ୍କୁ ଏସି କ୍ୟାବିନ୍‌ରେ ଭର୍ତ୍ତି କରିବାକୁ ତାଙ୍କ ଅଜା ଓ ଆଈ ଦାବି କରିଥିଲେ।

ସ୍ନେହାଙ୍କ ଅଜା କ୍ଷୀରୋଦ ନାୟକ କହିଥିଲେ, ମୋ ନାତୁଣୀକୁ କ୍ୟାବିନ୍‌ରେ ରଖାଯାଇଥିଲା। ସେଠି ଛୁଆଟି ବେଶ୍ ଚଞ୍ଚଳ ଥିଲା। ବିଧାୟକ ସାର୍ ଆସିବା ପରେ ଦିଦି ମାନେ ଆମକୁ ତଳକୁ ପଠାଇ ଦେଲେ। ବିଧାୟକ ଫେରିଗଲା ପରେ ପୁଣି ମୋ ନାତୁଣୀକୁ କ୍ୟାବିନ୍‌ରେ ରଖାଯିବ ବୋଲି ସେମାନେ କହିଥିଲେ। ହେଲେ ଛୁଆଟି ଏଠି ବହୁତ ହଇରାଣ ହେଲା। ଗରମରେ ଛଟପଟ ହୋଇଥିଲା।

ଅନ୍ୟପକ୍ଷରେ ଏଡିଏମ୍‌ଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଥିଲେ ଯେ ତାଙ୍କ ନଜରକୁ ଏ ଘଟଣା ଆସିବା ପରେ ସେ ଉକ୍ତ ଶିଶୁଟି ପାଇଁ କୁଲରର ବ୍ୟବସ୍ଥା କରିବାକୁ ହସ୍‌ପିଟାଲ୍ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଶିଶୁଟିକୁ କାହିଁକି ଓ କାହା ନିର୍ଦ୍ଦେଶରେ ଏସି କ୍ୟାବିନ୍‌ରୁ ବାହାର କରି ଦିଆଗଲା ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ, ସେ ଏସଂପର୍କରେ କିଛି ଜାଣି ନଥିବା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story