କ୍ୟାମେରାମ୍ୟାନ୍ ମାନସ ହତ୍ୟାର ତଦନ୍ତ କରିବ କ୍ରାଇମବ୍ରାଂଚ, ୨ଟି ଟିମ୍ ଗଠନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ ରାଜ୍ୟ କ୍ରାଇମବ୍ରାଂଚ କରିବ। ଚାନ୍ଦବାଲି ଥାନାର ଏହି ସଙ୍ଗୀନ ମାମଲା ଏକାଧିକ ଜିଲ୍ଲା ସହ ଜଡ଼ିତ ଥିବାରୁ ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଂଚକୁ ହସ୍ତାନ୍ତର କରିବାକୁ ପୁଲିସ ଡିଜି ସୁନୀଲ କୁମାର ବନସଲ ନିର୍ଦ୍ଦେଶ ଦେଇଥିବା ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଏ ସମ୍ପର୍କରେ ଗଣମାଧ୍ୟମରେ ଅଧିକ ସୂଚନା ଦେଇ କ୍ରାଇମବ୍ରାଂଚ ଅତିରିକ୍ତ ଡିଜି ସଞ୍ଜିବ ପଣ୍ଡା କହିଛନ୍ତି ଯେ, କ୍ୟାମେରାମ୍ୟାନ ମାନସ […]

Sasmita Rout

Sasmita Rout

Ordigital Desk
  • Published: Wednesday, 23 March 2022
  • Updated: 23 March 2022, 08:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ ରାଜ୍ୟ କ୍ରାଇମବ୍ରାଂଚ କରିବ। ଚାନ୍ଦବାଲି ଥାନାର ଏହି ସଙ୍ଗୀନ ମାମଲା ଏକାଧିକ ଜିଲ୍ଲା ସହ ଜଡ଼ିତ ଥିବାରୁ ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଂଚକୁ ହସ୍ତାନ୍ତର କରିବାକୁ ପୁଲିସ ଡିଜି ସୁନୀଲ କୁମାର ବନସଲ ନିର୍ଦ୍ଦେଶ ଦେଇଥିବା ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଏ ସମ୍ପର୍କରେ ଗଣମାଧ୍ୟମରେ ଅଧିକ ସୂଚନା ଦେଇ କ୍ରାଇମବ୍ରାଂଚ ଅତିରିକ୍ତ ଡିଜି ସଞ୍ଜିବ ପଣ୍ଡା କହିଛନ୍ତି ଯେ, କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ ଭାର କ୍ରାଇମବ୍ରାଂଚ ଆଜି ବୁଧବାର ହାତକୁ ନେଇଛି । ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ଏହି ମାମଲାର ତଦନ୍ତ ପାଇଁ ୨ଟି ଟିମ୍ ଗଠନ ହୋଇଛି। ଗୋଟିଏ ଟିମ୍ ରାଜ୍ୟ ଭିତରେ ସମସ୍ତ ଘଟଣାର ତଦନ୍ତ କରିବ ଓ ଅନ୍ୟଟି ରାଜ୍ୟ ବାହାରେ ବିଭିନ୍ନ ଲିଙ୍କର ଖୋଳତାଡ଼ କରିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ, ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଡିଏସପି କଳ୍ପନାଙ୍କ ନେତୃତ୍ୱରେ କ୍ରାଇମବ୍ରାଂଚ ଆଜି ଚାନ୍ଦବାଲି ଥାନାରେ ୨୦୨୨ ଫେବୃୟାରୀ ୧୪ତାରିଖରେ ରୁଜୁ କେସ୍ ନମ୍ବର ୬୩/୨୦୨୨ର ତଦନ୍ତ ଭାର ହାତକୁ ନେଇଛି । ୨୮ବର୍ଷୀୟ କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କୁ ଚାନ୍ଦବାଲିରୁ ଅପହରଣ କରି ଭୁବନେଶ୍ୱର ଅଣାଯାଇ ତାଙ୍କୁ ହତ୍ୟା କରିବା ପରେ ନୟାଗଡ଼ ଜିଲ୍ଲାର ରଣପୁର ଅଂଚଳରେ ପୋତି ଦିଆଯାଇଥିଲା । ଏହି ଘଟଣାରେ ଏପର୍ଯ୍ୟନ୍ତ ପୁଲିସ ମୁଖ୍ୟ ଅଭିଯୁକ୍ତ ୱେବପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଧରିବାରେ ସକ୍ଷମ ହୋଇନଥିବାବେଳେ ତାଙ୍କ ଭାଇ ଓ ମାଷ୍ଟରମାଇଣ୍ଡ ନିରଞ୍ଜନ ସେଠୀଙ୍କ ସମେତ ମୋଟ ୬ଜଣଙ୍କୁ ଗିରଫ କରିଛି । ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଏବେବି ଫେରାର ଅଛନ୍ତି ।

କ୍ୟାମେରାମ୍ୟାନ୍ ମାନସଙ୍କ ପାଖରେ କିଛି ଆପତ୍ତିଜନକ ଭିଡ଼ିଓ ସମ୍ବଳିତ ମେମୋରୀ ଚିପ୍ ରହିଥିବା ସନ୍ଦେହ କରାଯାଉଛି । ଯେଉଁ ଚିପ୍ ପାଇଁ ଶର୍ମିଷ୍ଠା ବିପଦରେ ପଡ଼ିବାର ଆଶଙ୍କା ଥିବାରୁ ତାକୁ ହାତେଇବାକୁ ଉଦ୍ୟମ କରିଥିଲେ। ପୂର୍ବତନ ଓଆଇଏସ୍ ଅଧିକାରୀ ନିରଞ୍ଜନ ସେଠୀ ମଧ୍ୟ ଏହି ଘଟଣାରେ ମାଷ୍ଟରମାଇଣ୍ଡ ହୋଇ ମାନସଙ୍କ ଅପହରଣ, ହତ୍ୟାଠୁ ଆରମ୍ଭ କରି ମୃତଦେହକୁ ପୋତିବା ଆଦି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ବୋଲି ପୁଲିସ କହିଛି । ଶର୍ମିଷ୍ଠା ଓ ନିରଞ୍ଜନଙ୍କ ମଧ୍ୟରେ ଆପତ୍ତିଜନକ ସମ୍ପର୍କର ଭିଡିଓ କ୍ୟାମେରାମ୍ୟାନ ମାନସଙ୍କ ହାତରେ ଲାଗିଥିବାର ସନ୍ଦେହ କରାଯାଉଛି । ଯେଉଁଥିପାଇଁ ତାଙ୍କୁ ମିଳିତ ଭାବେ ହତ୍ୟା କରିଥିବା ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ମାନସଙ୍କୁ ଅପହରଣ, ହତ୍ୟା ଓ ମୃତଦେହକୁ ପୋତିବା ନିମନ୍ତେ ବ୍ୟବହୃତ ହୋଇଥିବା ଶର୍ମିଷ୍ଠାଙ୍କ କାରକୁ ଆଜି ଚାନ୍ଦବାଲି ପୁଲିସ ଜବତ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story