ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ରଚାଯାଉଛି ଷଡ଼ଯନ୍ତ୍ର!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ୍ତ୍ରିମଣ୍ଡଳରୁ ବିଦା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ହେଉଛି କି ଷଡ଼ଯନ୍ତ୍ର? ଏପରି କହିବାର କାରଣ ହେଉଛି ଏକ ନିର୍ଦ୍ଦଷ୍ଟ କୋଟେରୀ ଗ୍ରୁପ୍‌ ତାଙ୍କ ବିରୋଧରେ ପ୍ରତିଦିନ ନାନା ଅପପ୍ରଚାର କରିଚାଲିଛନ୍ତି। ଏପରିକି ତାଙ୍କ ନାଁ ବିଭିନ୍ନ ଅପରାଧିକ ମାମଲାରେ ଯୋଡ଼ା ଯାଉଛି। ବିଶେଷ କରି ବହୁ ଚର୍ଚ୍ଚିତ ଗ୍ରାହାମ୍‌ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ଜୀଅନ୍ତା ଜାଳିଦେବା ମାମଲାରେ ତାଙ୍କୁ ଯୋଡ଼ିବାକୁ ଉଦ୍ୟମ ହେଉଛି। ଏପରି କରି ସଂଖ୍ୟାଲଘୁଙ୍କ […]

campaign-against-union-minister-pratap-sarangi-is-part-of-larger-conspiracy

Manoranjan Sial
  • Published: Tuesday, 04 June 2019
  • Updated: 04 June 2019, 07:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ୍ତ୍ରିମଣ୍ଡଳରୁ ବିଦା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ହେଉଛି କି ଷଡ଼ଯନ୍ତ୍ର? ଏପରି କହିବାର କାରଣ ହେଉଛି ଏକ ନିର୍ଦ୍ଦଷ୍ଟ କୋଟେରୀ ଗ୍ରୁପ୍‌ ତାଙ୍କ ବିରୋଧରେ ପ୍ରତିଦିନ ନାନା ଅପପ୍ରଚାର କରିଚାଲିଛନ୍ତି। ଏପରିକି ତାଙ୍କ ନାଁ ବିଭିନ୍ନ ଅପରାଧିକ ମାମଲାରେ ଯୋଡ଼ା ଯାଉଛି। ବିଶେଷ କରି ବହୁ ଚର୍ଚ୍ଚିତ ଗ୍ରାହାମ୍‌ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ଜୀଅନ୍ତା ଜାଳିଦେବା ମାମଲାରେ ତାଙ୍କୁ ଯୋଡ଼ିବାକୁ ଉଦ୍ୟମ ହେଉଛି। ଏପରି କରି ସଂଖ୍ୟାଲଘୁଙ୍କ ପ୍ରିୟ ଭାଜନ ହେବାକୁ ଉଦ୍ୟମ କରାଯାଉଛି। ଯାହାର ପ୍ରତିଫଳନ ଆଜି ଦେଖିବାକୁ ମିଳିଛି।

ପ୍ରତାପ ଷଡ଼ଙ୍ଗୀଙ୍କ ମନ୍ତ୍ରୀ ପଦକୁ ବିରୋଧ କରିଛି ଅଲ୍‌ ଇଣ୍ଡିଆ ଖ୍ରୀଷ୍ଟିଆନ୍‌ ମାଇନରିଟି ଫ୍ରଣ୍ଟ ଓ ଏଥିପାଇଁ ଆଜି ନୂଆଦିଲ୍ଲୀର ଯନ୍ତରମନ୍ତରରେ ଧାରଣା ଦିଆଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଧାରଣାରେ ମାତ୍ର ୪ ଜଣ ବସିଛନ୍ତି। ବାଇଟ୍‌ ନେବା ପାଇଁ ଆସିଥିବା ଗଣମାଧ୍ୟମ ପ୍ରତିନିଧି ଧାରଣାରେ ବସିଥିବା ଲୋକଙ୍କଠାରୁ ଅଧିକ ଥିଲେ।

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଧାରଣାରେ ବସିଥିବା ଅଲ୍‌ ଇଣ୍ଡିଆ ଖ୍ରୀଷ୍ଟିଆନ୍‌ ମାଇନରିଟି ଫ୍ରଣ୍ଟର ପ୍ରତିଷ୍ଠାତା ଫିଲିପ୍‌ ଖ୍ରୀଷ୍ଟି କହିଛନ୍ତି,“ଗ୍ରାହାମ୍‌ ଷ୍ଟେନ୍ସ ହତ୍ୟାକାଣ୍ଡରେ ପ୍ରତାପ ଷଡ଼ଙ୍ଗୀଙ୍କ ହାତ ରହିଛି। ସେତେବେଳେ ସେ ବଜରଙ୍ଗ ଦଳର ରାଜ୍ୟ ମୁଖିଆ ଥିଲେ। ଆମେ ଚାହୁଁଛୁ ସେପରି ବ୍ୟକ୍ତିଙ୍କୁ ମନ୍ତ୍ରୀ ପଦରୁ ହଟାଯାଉ। ଯଥାଶୀଘ୍ର ତାଙ୍କୁ ବାଲେଶ୍ୱର ପଠାଯାଉ।”

ତେବେ ଏଠାରେ କହିରଖିବା ଉଚିତ ହେବ ଯେ, ୧୯୯୯ ଜାନୁଆରୀ ୨୨ ତାରିଖରେ କେନ୍ଦୁଝର-ମୟୂରଭଞ୍ଜ ସୀମାନ୍ତବର୍ତ୍ତୀ ମନୋହରପୁରରେ ଘଟିଥିବା ଗ୍ରାହାମ୍‌ ଷ୍ଟେନ୍ସ ଓ ତାଙ୍କ ଶିଶୁ ପୁତ୍ର ହତ୍ୟାକାଣ୍ଡରେ ପ୍ରତାପ ଷଡ଼ଙ୍ଗୀଙ୍କ ହାତ ଥିବା ସମ୍ପର୍କରେ କୌଣସି ପ୍ରମାଣ ବା ତଥ୍ୟ ନାହିଁ। ଏପରିକି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦାରା ସିଂହଙ୍କର ବଜରଙ୍ଗ ଦଳର କୌଣସି ସମ୍ପର୍କ ନାହିଁ ବୋଲି ଜଷ୍ଟିସ୍‌ ୱାଧୱା କମିଶନ ତାଙ୍କ ରିପୋର୍ଟରେ କହିଛନ୍ତି। ତା'ହେଲେ ସେତେବେଳେ ବଜରଙ୍ଗ ଦଳର ରାଜ୍ୟ ସଭାପତି ଥିବା ପ୍ରତାପ ଷଡ଼ଙ୍ଗୀଙ୍କ ନାଁକୁ ଏହି ହତ୍ୟାକାଣ୍ଡ ମାମଲାରେ କଣ ପାଇଁ ଯୋଡ଼ା ଯାଉଛି? ଏହା ପଛରେ ଅନ୍ୟ କିଛି ଷଡ଼ଯନ୍ତ୍ର ନାହିଁ ତ?

ଲୋକସଭା ନିର୍ବାଚନରେ ଜିତିବା ପରେ ଚର୍ଚ୍ଚା

ନିଆରା ଜୀବନ ଶୈଳୀରେ ବଞ୍ଚୁଥିବା ଶ୍ରୀ ଷଡ଼ଙ୍ଗୀ ଚଳିତ ନିର୍ବାଚନରେ ଦୁଇ କୋଟିପତି ପ୍ରାର୍ଥୀ ତଥା ବିଜେଡିର ବାଲେଶ୍ୱର ଲୋକସଭା ପ୍ରାର୍ଥୀ ରବୀନ୍ଦ୍ର ଜେନା ଓ କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି। ବାବୁ ରବୀନ୍ଦ୍ର ବିଜେଡି ସାଂସଦ ରହିବା ସହିତ ଜଣେ ଜଣାଶୁଣା ଶିଳ୍ପପତି। ଠିକ୍‌ ସେମିତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ଜଣେ କୁବେର। ଏପରି ଦୁଇ କୋଟିପତିଙ୍କୁ ହରାଇ ଚାମ୍ପିଅନ୍‌ ହୋଇଛନ୍ତି ନନା। ଏମାନଙ୍କ ଅର୍ଥ ବଳ ଆଗରେ ପ୍ରତାପଙ୍କ ଆର୍ଥିକ ସ୍ଥିତି ଶୂନ୍ୟ ବୋଲି କହିଲେ ଠିକ୍‌ ହେବ। କିନ୍ତୁ ଲୋକପ୍ରିୟତାରେ ନନା ଯେ ଏହି କୋଟିପତିଙ୍କୁ ଧୂଳି ଚଟାଇ ଦେଇପାରନ୍ତି, ତାହା ପ୍ରମାଣିତ ହୋଇଛି।

ଦୁଇ ଦୁଇ ଥର ବିଧାୟକ ହୋଇଥିବା ପ୍ରତାପ ଷଡ଼ଙ୍ଗୀଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ନିଆରା। ପୂର୍ବରୁ ସେ ବିଧାନସଭାରେ ନୀଳଗିରିବାସୀଙ୍କ ଦାବି ଉପସ୍ଥାପନ କରିବା ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ତର୍କରେ ଭାଗ ନେଇଛନ୍ତି। କିନ୍ତୁ ନିଜେ ରହୁଥିଲେ ଗାଁର ଏକ ଚାଳ ଛପର ଘରେ। ତାଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ନିରାଡ଼ମ୍ୱର। ସାଧାରଣ ଧୋତି କୁର୍ତ୍ତାରେ ରହୁଥିବା ନନା ସକାଳୁ ଉଠନ୍ତି, ଲିମ୍ୱ ଦାନ୍ତକାଠିରେ ଦାନ୍ତ ଘଷନ୍ତି। ଗାଁ ଦାଣ୍ଡରେ ଥିବା ନଳକୂପ ତଳେ ସ୍ନାନ କରନ୍ତି। ଆଉ ଜନସାଧାରଣ ଏଭଳି ନିର୍ମୋହୀ ଲୋକକୁ କାହିଁକି ବା ପସନ୍ଦ ନ କରିବେ? ନିଜର କର୍ମମୟ ଜଞ୍ଜାଳରୁ ଫୁରସତ ମିଳିଲେ ଛୋଟ ଛୋଟ ଛୁଆଙ୍କ ସହିତ ସେ ସମୟ ଅତିବାହିତ କରନ୍ତି। କେତେବେଳେ ଗାଁ ଦାଣ୍ଡରେ ପିଲାଙ୍କ ସହିତ କ୍ରିକେଟ୍‌ ଖେଳନ୍ତି ତ ଆଉ କେତେବେଳେ ତାଙ୍କୁ ଛୋଟ ଛୁଆଙ୍କୁ ଧରି ବୁଲୁଥିବାର ଦେଖିବାକୁ ମିଳେ। ଏସବୁର ଫଟୋ ଏବେ ସୋଶାଲ୍‌ ମିଡ଼ିଆରେ ଘୂରି ବୁଲୁଛି। ଯାହାକୁ ନେଇ ପ୍ରତାପ ଜତୀୟ ମିଡ଼ିଆରେ ଢେର ଚର୍ଚ୍ଚା ସାଉଣ୍ଟିଛନ୍ତି।

ଗ୍ରାହାମ୍‌ ଷ୍ଟେନ୍ସ ହତ୍ୟାକାଣ୍ଡ କେବେ ହୋଇଥିଲା

୧୯୯୯ ମସିହା ଜାନୁଆରୀ ୨୨ ତାରିଖର ଶୀତୁଆ ରାତିରେ କେନ୍ଦୁଝର-ମୟୂରଭଞ୍ଜ ସୀମାନ୍ତବର୍ତ୍ତୀ ମନୋହରପୁରରେ ଘଟିଯାଇଥିଲା ଏହି ନିର୍ମମ ହତ୍ୟାକାଣ୍ଡ। କୁଷ୍ଠରୋଗୀଙ୍କୁ ସେବା ଆଳରେ ଆଦିବାସୀଙ୍କୁ ବେଆଇନ୍‌ ଭାବେ ଧର୍ମ ପରିବର୍ତ୍ତନ କରାଉଥିବା ସନ୍ଦେହରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍‌ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ଗାଡ଼ି ଭିତରେ ଶୋଇଥିବା ଅବସ୍ଥାରେ ଜୀଅନ୍ତା ଜାଳି ଦେଇଥିଲେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ଲୋକ। ଏହି ହତ୍ୟାକାଣ୍ଡରେ ପ୍ରାୟ ୫୦ ଜଣ ଲୋକ ସାମିଲ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଦାରା ସିଂହକୁ ୨୦୧୧ରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ସୁପ୍ରିମ କୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story