କେନାଲକୁ ଖସି ପଡ଼ିଲା କାର୍‌, ୨ ଜଣଙ୍କ ପତ୍ତା ମିଳୁନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ରାତିରେ ଭୁବନେଶ୍ୱର ଉପକଣ୍ଠ ପୁରୀ କେନାଲରେ ଘଟି ଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣଶ। ପୁରୀ କେନାଲକୁ ଏକ କାର୍‌ ଖସି ପ଼ଡିଥିବା ବେଳେ କାର୍‌ରେ ଥିବା ୨ ଜଣଙ୍କ ପତ୍ତା ମିଳିପାରିନି । ବୁଡି ଯାଇ ୨ ଯୁବକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି।  ଗତକାଲି ମଧ୍ୟରାତ୍ରିରେ ବାଲିଅନ୍ତା ଥାନା ଅଟଳା ନିକଟରେ ଏହି ଘଟଣା ଘଟିଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ମଧ୍ୟରାତିରେ ଦୁଇଟି କାର୍‌ ଶିବଶକ୍ତିନଗରକୁ ଯାଉଥିଲା […]

car

car

Niharika Rout
  • Published: Thursday, 04 November 2021
  • Updated: 04 November 2021, 01:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ରାତିରେ ଭୁବନେଶ୍ୱର ଉପକଣ୍ଠ ପୁରୀ କେନାଲରେ ଘଟି ଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣଶ। ପୁରୀ କେନାଲକୁ ଏକ କାର୍‌ ଖସି ପ଼ଡିଥିବା ବେଳେ କାର୍‌ରେ ଥିବା ୨ ଜଣଙ୍କ ପତ୍ତା ମିଳିପାରିନି । ବୁଡି ଯାଇ ୨ ଯୁବକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି।  ଗତକାଲି ମଧ୍ୟରାତ୍ରିରେ ବାଲିଅନ୍ତା ଥାନା ଅଟଳା ନିକଟରେ ଏହି ଘଟଣା ଘଟିଥିବା କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ମଧ୍ୟରାତିରେ ଦୁଇଟି କାର୍‌ ଶିବଶକ୍ତିନଗରକୁ ଯାଉଥିଲା । ତେବେ ପୁରୀ ମୁଖ୍ୟ କେନାଲରେ ଗୋଟିଏ କାର୍‌ ଭାରସାମ୍ୟ ହରାଇ ଖସିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ଯୋଗେ କେନାଲରୁ କାର୍‌ଟିକୁ ଉଠାଇଥିଲେ । ହେଲେ ଗାଡିରେ ଥିବା ଦୁଇ ଜଣଙ୍କ କୌଣସି ଖୋଜ୍ ଖବର ମିଳିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos