କୁଳଡ଼ିହା ଅଭୟାରଣ୍ୟରେ ଦନ୍ତାହାତୀର ମୃତ୍ୟୁ

ନୀଳଗିରି (ବିଶ୍ୱମ୍ୱର ଦାସ): ବିପଦରେ ଗଜରାଜ। ଆଜି ପୁଣି ଗୋଟିଏ ଦନ୍ତା ହାତୀର ମୃତଦେହ ଠାବ କରିଛି ବନ ବିଭାଗ। ବାଲେଶ୍ୱର ଜିଲ୍ଲାର କୁଳଡ଼ିହା ଅଭୟାରଣ୍ୟର ତେଣ୍ଡା ନିକଟରୁ ବନ ବିଭାଗ ହାତୀର ମୃତଦେହ ଉଦ୍ଧାର କରିଛି। ଦୁଇ ଦିନ ତଳେ ହାତୀର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ହାତୀର ଦାନ୍ତ କାଢ଼ି ନିଆଯାଇଛି। ତେଣୁ ଏହା ସ୍ୱାଭାବିକ ମୃତ୍ୟୁ ନା ହାତୀଦାନ୍ତ ପାଇଁ ହତ୍ୟା, ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ […]

Carcass-of-an-elephant-found-in-kuldiha-sanctuary-in-baleswar-districts

Carcass-of-an-elephant-found-in-kuldiha-sanctuary-in-baleswar-districts

Manoranjan Sial
  • Published: Wednesday, 05 June 2019
  • Updated: 05 June 2019, 05:20 PM IST

Sports

Latest News

ନୀଳଗିରି (ବିଶ୍ୱମ୍ୱର ଦାସ): ବିପଦରେ ଗଜରାଜ। ଆଜି ପୁଣି ଗୋଟିଏ ଦନ୍ତା ହାତୀର ମୃତଦେହ ଠାବ କରିଛି ବନ ବିଭାଗ। ବାଲେଶ୍ୱର ଜିଲ୍ଲାର କୁଳଡ଼ିହା ଅଭୟାରଣ୍ୟର ତେଣ୍ଡା ନିକଟରୁ ବନ ବିଭାଗ ହାତୀର ମୃତଦେହ ଉଦ୍ଧାର କରିଛି। ଦୁଇ ଦିନ ତଳେ ହାତୀର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ହାତୀର ଦାନ୍ତ କାଢ଼ି ନିଆଯାଇଛି। ତେଣୁ ଏହା ସ୍ୱାଭାବିକ ମୃତ୍ୟୁ ନା ହାତୀଦାନ୍ତ ପାଇଁ ହତ୍ୟା, ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁଳଡ଼ିହା ଅଭୟାରଣ୍ୟର ଡିଏଫ୍‌ଓ ବିଶ୍ୱରଞ୍ଜନ ପଣ୍ଡା କହିଛନ୍ତି।

ହାତୀ ମୃତ୍ୟୁ ନେଇ ଖବର ପାଇ ବନ ବିଭାଗର ଏକ ଟିମ୍‌ ଅଭୟାରଣ୍ୟ ଭିତରକୁ ଯାଇଛି। ସେଠାରେ ଶବବ୍ୟବଚ୍ଛେଦ କରି ଗାତ ଖୋଳି ହାତୀକୁ ପୋତି ଦିଆଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos