ତ୍ରୁଟି ସଜାଡିଲା ସିବିଏସ୍‌ଇ, ଉତ୍ତର ଭୁଲ୍‌ ଥିଲେ ମିଳିବ ସଠିକ ମାର୍କ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତ୍ରୁଟି ସଜାଡିଲା ସିବିଏସ୍‌ଇ। ଉତ୍ତର ଭୁଲ୍‌ ଥିଲେ, ମିଳିବ ସଠିକ ମାର୍କ। ଯେଉଁ ଛାତ୍ରଛାତ୍ରୀ ପ୍ରୟାସ କରିଥିବେ, ସେମାନେ ପାଇବେ ଫୁଲ୍‌ ମାର୍କ। ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷାରେ ଓଡ଼ିଆ ପ୍ରଶ୍ନ ଓ ଉତ୍ତରରେ କୌଣସି ତାଳମେଳ ନଥିବା ସ୍ୱୀକାର କରିଛନ୍ତି ବିଶେଷଜ୍ଞ କମିଟି। ପରୀକ୍ଷାରେ ହୋଇଥିବା ତ୍ରୁଟିକୁ କମିଟି ଅନୁଧ୍ୟାନ କରି ରିପୋର୍ଟ ଦେବା ଦ୍ୱାରା ୨୮ ହଜାର ୩୧୦ ଜଣ ଓଡ଼ିଆ ଛାତ୍ରଛାତ୍ରୀ ଉପକୃତ ହେବେ। ଗତ ୧୧ ତାରିଖରେ […]

CBSE

CBSE

Ordigital Desk
  • Published: Tuesday, 15 March 2022
  • Updated: 15 March 2022, 06:50 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତ୍ରୁଟି ସଜାଡିଲା ସିବିଏସ୍‌ଇ। ଉତ୍ତର ଭୁଲ୍‌ ଥିଲେ, ମିଳିବ ସଠିକ ମାର୍କ। ଯେଉଁ ଛାତ୍ରଛାତ୍ରୀ ପ୍ରୟାସ କରିଥିବେ, ସେମାନେ ପାଇବେ ଫୁଲ୍‌ ମାର୍କ। ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷାରେ ଓଡ଼ିଆ ପ୍ରଶ୍ନ ଓ ଉତ୍ତରରେ କୌଣସି ତାଳମେଳ ନଥିବା ସ୍ୱୀକାର କରିଛନ୍ତି ବିଶେଷଜ୍ଞ କମିଟି। ପରୀକ୍ଷାରେ ହୋଇଥିବା ତ୍ରୁଟିକୁ କମିଟି ଅନୁଧ୍ୟାନ କରି ରିପୋର୍ଟ ଦେବା ଦ୍ୱାରା ୨୮ ହଜାର ୩୧୦ ଜଣ ଓଡ଼ିଆ ଛାତ୍ରଛାତ୍ରୀ ଉପକୃତ ହେବେ।

ଗତ ୧୧ ତାରିଖରେ ସିବିଏସ୍‌ଇ ଦଶମ ଶ୍ରେଣୀ ଟର୍ମ -୧ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏଥିରେ ଓଡ଼ିଆ ବିଷୟରେ ଛାତ୍ରଛାତ୍ରୀଙ୍କୁ କମ୍‌ ମାର୍କ ଦିଆଯାଇଥିଲା। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରଶ୍ନ ସହ ଉତ୍ତର ଭୁଲ୍‌ ଥିବାରୁ ସୃଷ୍ଟି ହୋଇଥିଲା ସମସ୍ୟା। ଏବେ କିନ୍ତୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଓଡ଼ିଶା ଛାତ୍ରଛାତ୍ରୀଙ୍କୁ ନ୍ୟାୟ ମିଳି ପାରିଛି। ଯେଉଁମାନେ ଉତ୍ତର ଦେବାକୁ ପ୍ରୟାସ କରିଥିବେ, ସେମାନଙ୍କ ଉତ୍ତର ଭୁଲ ଥିଲେ ବି ଠିକ୍‌ ବୋଲି ଗ୍ରହଣ କରାଯିବ।

ଓଏମଆର୍ ସିଟ୍‌ରେ ହେଉଥିବା ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷାରେ ଓଡ଼ିଆ ବିଷୟର ୨୦ଟି ପ୍ରଶ୍ନରୁ ୧୨ଟି ଉତ୍ତରମାଳା ଭୁଲ୍‌ ଥିଲା। କିନ୍ତୁ ବୋର୍ଡର ଭୁଲ୍‌ ପାଇଁ ଛାତ୍ରଛାତ୍ରୀଙ୍କୁ ଭୋଗିବାକୁ ପଡ଼ିଥିଲା ସମସ୍ୟା। ଓଡ଼ିଆରେ କମ୍‌ ମାର୍କକୁ ନେଇ ତେଜିଥିଲା ଅସନ୍ତୋଷ। ଓଡ଼ିଶାର ଇତିହାସ ଠାରୁ ନେଇ ସଂସ୍କୃତି, ସବୁଠି ଦିଆଯାଇଥିଲା ଭୁଲଭାଲ ତଥ୍ୟ। କିନ୍ତୁ ସବୁ ଭୁଲ ଛାତ୍ରଛାତ୍ରୀଙ୍କର କହି ରେଜଲ୍ଟ ପ୍ରକାଶ କରି ଦେଇଥିଲା ସିବିଏସ୍‌ଇ। ସେପଟେ କିନ୍ତୁ ଇଂଲିଶ ପ୍ରଶ୍ନରେ ତ୍ରୁଟି ଥିବାରୁ ଦେଶର ସମସ୍ତ ଛାତ୍ରଛାତ୍ରୀଙ୍କୁ ୬ ମାର୍କର ଗ୍ରେସ୍‌ ମିଳିଛି। ହେଲେ ଓଡ଼ିଶା ଛାତ୍ରଛାତ୍ରୀଙ୍କ ପ୍ରତି ଦୃଷ୍ଟି ନିକ୍ଷେପ କରାଗଲା ନାହିଁ।

ଓଡ଼ିଆ ଭାଷା ପ୍ରତି ସିବିଏସ୍‌ଇର ଏମିତି ବୈମାତୃକ ମନୋଭାବ ବିରୋଧରେ ପ୍ରଥମେ ସୋଶାଲ୍‌ ମିଡିଆରେ ତେଜିଥିଲା ବିବାଦ। ଜଣେ ଦଶମ ଶ୍ରେଣୀର ଛାତ୍ର ପ୍ରମୋଦ ସାହୁ ଟ୍ୱିଟ୍‌ କରି ସିବିଏଇ ପ୍ରଶ୍ନରେ ତ୍ରୁଟି ଥିବା ଦର୍ଶାଇଥିଲେ। ‌ଇଂଲିଶରେ ଭୁଲ୍‌ ପ୍ରଶ୍ନ ପାଇଁ ୬ ମାର୍କ ଗ୍ରେସ୍ ଦିଆଯାଇଥିବା ବେଳେ ଓଡ଼ିଆରେ କାହିଁକି ବଂଚିତ ହେବେ ବୋଲି ଛାତ୍ର ଜଣକ ପ୍ରଶ୍ନ କରିଥିଲେ। ଏହା ପରେ ସାରା ରାଜ୍ୟରେ ତ୍ରୁଟିପୂର୍ଣ୍ଣ ପ୍ରଶ୍ନ ଉତ୍ତରକୁ ନେଇ ତେଜିଥିଲା ବିବାଦ। ଅଭିଭାବକ ସଂଘ ମଧ୍ୟ ପ୍ରତିବାଦ କରିଥିଲା। ସବୁଆଡ଼ୁ ମିଳିତ ଚାପ ପଡିବା ପରେ, ସିବିଏସ୍‌ଇ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଥିଲା।

ଅଭିଯୋଗର ସତ୍ୟାସତ୍ୟ ଅନୁଧ୍ୟାନ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲା ସିବିଏସ୍‌ଇ। ପରୀକ୍ଷା ପ୍ରଶ୍ନ ଓ ଉତ୍ତରରେ ଏକ ବଡ଼ ଧରଣର ତ୍ରୁଟି ଥିବା ନେଇ କମିଟି ଅନୁଧ୍ୟାନ କରିବା ପରେ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ମିଳିବା ନେଇ ଆଶା ସୃଷ୍ଟି ହୋଇଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ଏତେ ବଡ଼ ତ୍ରୁଟି ହେଲା କେମିତି? ଓଡ଼ିଆ ଭାଷାରେ ୬୦ ପ୍ରତିଶତ ଭୁଲ୍‌ ପ୍ରଶ୍ନ ହେଲା କେମିତି ? ଦଶମ ପରି ଗୁରୁତ୍ୱପୂର୍ଣ୍ଣ ଶ୍ରେଣୀରେ ପ୍ରଶ୍ନ ପ୍ରସ୍ତୁତିରେ କେମିତି ଏତେ ଖାମଖିଆଲି ହୋଇ ପାରିଲେ ସିବିଏସ୍‌ଇ କର୍ତ୍ତୃପକ୍ଷ? ସବୁଠୁ ବଡ଼ କଥା ହେଲା ଯେଉଁଠି ଇଂଲିଶ ପ୍ରଶ୍ନପତ୍ରର ତ୍ରୁଟିକୁ ମାତ୍ର କିଛି କ୍ଷଣରେ ସଜଡା ଯାଇ ପାରିଲା, ସେପରି ସ୍ଥିତିରେ ଓଡ଼ିଆ ଭାଷା ପାଇଁ କାହିଁକି ଏତେ ତୁମ୍ବି ତୋଫାନ? ଇଂଲିଶ ମିଡ଼ିୟମ୍‌ରେ ପଢୁଥିବା ଓଡ଼ିଶା ଭାଷାରେ ଛାତ୍ରଛାତ୍ରୀଙ୍କୁ କାହିଁକି ଏତେ ଉପେକ୍ଷା ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story