ଆଗକୁ ଗଡ଼ିନପାରେ ପୁରୁଣା ଗାଡ଼ି, କେନ୍ଦ୍ର ସରକାର ଆଣୁଛନ୍ତି ଆଇନ୍‌

ଭୁବନେଶ୍ୱର/ବାଲେଶ୍ୱର(ଓଡ଼ିଶା ରିପୋର୍ଟର) ରାସ୍ତାରେ ଚାଲି ନପାରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି। ଦେଶରେ ବଢ଼ି ଚାଲିଥିବା ପ୍ରଦୂଷଣକୁ ରୋକିବା ପାଇଁ ସ୍କ୍ରାପ୍ ପଲିସି ଆଣୁଛନ୍ତି କେନ୍ଦ୍ର ସରକାର। ଆଉ ଏପଟେ ଏହି ମର୍ମରେ ରାଜ୍ୟ ସରକାରଙ୍କ ପାଖକୁ ଅଥରାଇଜ୍‌ଡ ସ୍କ୍ରାପ୍ ସେଣ୍ଟର ଖୋଲିବା ନେଇ ମତାମତ ମଗାଯିବା ପରେ ପୁରୁଣା ଗାଡ଼ି ରଖିଥିବା ଲୋକଙ୍କ ଭିତରେ ଛନକା ପଶିଯାଇଛି। ଯେମିତି ବାଲେଶ୍ୱରର ଦେବବ୍ରତ ମିଶ୍ର । ଏକ ଗାଡ଼ିକୁ ଦେବବ୍ରତଙ୍କ ପରିବାର ୨୦୦୪ରେ କିଣିଥିଲେ। ଏହା […]

gp-1

gp-1

Tapas Behera
  • Published: Thursday, 31 October 2019
  • Updated: 31 October 2019, 10:28 AM IST

Sports

Latest News

ଭୁବନେଶ୍ୱର/ବାଲେଶ୍ୱର(ଓଡ଼ିଶା ରିପୋର୍ଟର) ରାସ୍ତାରେ ଚାଲି ନପାରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି। ଦେଶରେ ବଢ଼ି ଚାଲିଥିବା ପ୍ରଦୂଷଣକୁ ରୋକିବା ପାଇଁ ସ୍କ୍ରାପ୍ ପଲିସି ଆଣୁଛନ୍ତି କେନ୍ଦ୍ର ସରକାର। ଆଉ ଏପଟେ ଏହି ମର୍ମରେ ରାଜ୍ୟ ସରକାରଙ୍କ ପାଖକୁ ଅଥରାଇଜ୍‌ଡ ସ୍କ୍ରାପ୍ ସେଣ୍ଟର ଖୋଲିବା ନେଇ ମତାମତ ମଗାଯିବା ପରେ ପୁରୁଣା ଗାଡ଼ି ରଖିଥିବା ଲୋକଙ୍କ ଭିତରେ ଛନକା ପଶିଯାଇଛି।

ଯେମିତି ବାଲେଶ୍ୱରର ଦେବବ୍ରତ ମିଶ୍ର । ଏକ ଗାଡ଼ିକୁ ଦେବବ୍ରତଙ୍କ ପରିବାର ୨୦୦୪ରେ କିଣିଥିଲେ। ଏହା ଭିତରେ ୧୫ ବର୍ଷ ହୋଇଯାଇଥିବାରୁ ସେ ଆଗକୁ ଏହାକୁ ଚଳେଇ ପାରିବେ କି ନାହିଁ ତାକୁ ନେଇ ଚିନ୍ତାରେ।

ସେହିପରି ସହଦେବ ଖୁଣ୍ଟାର ରାଧାକାନ୍ତ ମହାପାତ୍ର ବି ଚିନ୍ତାରେ। ତାଙ୍କ ପାଖରେ ଥିବା ୨୦ ବର୍ଷର ଏ ମୋଟର ସାଇକେଲ୍‌ଟି ବି ଅଚଳ ହୋଇଯିବ। କେବଳ ଏ ଦୁଇ ଜଣ ନୁହନ୍ତି ଆଗକୁ ଏଇଭଳି ରାଜ୍ୟର ଲକ୍ଷ ଲକ୍ଷ ଦୁଇ ଓ ଚାରି ଚକିଆ ଯାନ ବି ସ୍କ୍ରାପ୍ ଦରରେ ବିକ୍ରି ହେବ ବୋଲି କୁହାଯାଉଛି।

୧୪ ଅକ୍ଚୋବରରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟ ରାଜ୍ୟକୁ ଦେଇଥିଲେ ଗାଇଡ୍‌ଲାଇନ୍। ଏଥିରେ ରାଜ୍ୟରେ ସ୍କ୍ରାପ୍ ଅଥରାଇଜଡ୍ ସେଣ୍ଟର ଖୋଲିବା ସହ ବିଭିନ୍ନ ବ୍ୟବସ୍ଥା ସଂପର୍କରେ ଉଲ୍ଲେଖ ରହିଛି।  ତାହା ସହ ପୁରୁଣା ଗାଡ଼ି,  ନିଆଁ ଲାଗି କିମ୍ବା ଦୁର୍ଘଟଣାରେ ନଷ୍ଟ ହୋଇଥିବା, ଦଙ୍ଗା ଓ ପ୍ରାକୃତିକ ବିପର୍ଯ୍ୟୟ ଭଳି ସ୍ଥିତିରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଗାଡ଼ିକୁ କିଭଳି ସ୍କ୍ରାପ୍ ଦରରେ ବିକ୍ରି କରାଯିବ ସେନେଇ ଉଲ୍ଲେଖ ରହିଛି। ସେହିପରି ଏହିସବୁ ଗାଡ଼ିର ବିକ୍ରି ସାର୍ଟିଫିକେଟ୍‌କୁ ନୂଆ ଗାଡ଼ି କିଣିବା ବେଳେ ଦେଖାଇଲେ ରିହାତି ମିଳିବ ବୋଲି ମଧ୍ୟ ଗାଇଡ୍‌ଲାଇନ୍‌ରେ ବ୍ୟବସ୍ଥା ରହିଛି। ଏନେଇ ୧୫ ନଭେମ୍ବର ସୁଦ୍ଧା ରାଜ୍ୟ ସରକାରଙ୍କ ମତାମତ ଲୋଡ଼ିଛି କେନ୍ଦ୍ର।

ତେବେ ବିଭାଗୀୟ ବୈଠକ ପରେ ଏନେଇ ରାଜ୍ୟ ଆଭିମୁଖ୍ୟ ଜଣାଇବ ବୋଲି ପରବହନ ସଚିବ କହିଛନ୍ତି।

ସେପଟେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ୨୦୧୫ ସୁଦ୍ଧା ଦେଶରେ ଏଣ୍ଡ ଅଫ୍ ଲାଇଫ୍ ବା ପରମାୟୁ ସରିଥିବା ଗାଡ଼ିର ସଂଖ୍ୟା ୮୭ ଲକ୍ଷରୁ ଅଧିକ। ତେବେ କେନ୍ଦ୍ର ସରକାର ଆଣିବାକୁ ଥିବା ଏଇ ନୂଆ ପଲିସି ଦ୍ୱାରା କେତେ କ୍ଷତି ହେଉଛି ତା’ ଉପରେ ରହିଛି ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story