ସିଏଏ କାହିଁକି ଯଥାର୍ଥ? ସ୍ପଷ୍ଟୀକରଣ ଦେଲା ମୋଦି ସରକାର

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ସାରା ଦେଶରେ ଜଳୁଛି ନିଆଁ। ରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ସମ୍ପ୍ରଦାୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ। ଏଥିପାଇଁ କେନ୍ଦ୍ର ନେତୃତ୍ୱାଧୀନ ନରେନ୍ଦ୍ର ମୋଦି ସରକାର ବାରମ୍ୱାର ସ୍ପଷ୍ଟୀକରଣ ଦେଲେ ମଧ୍ୟ ଅସନ୍ତୋଷର ନିଆଁ ଲିଭିବାର ନାଁ ଧରୁନି। ଦେଶରେ ଲାଗିରହିବା ଉତ୍ତେଜନା ପରିସ୍ଥିତି ଶାନ୍ତ ହେଉନଥିବାରୁ ପୁଣି ଥରେ କେନ୍ଦ୍ର ସରକାର ସିଏଏକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି। ନାଗରିକତା ଆଇନ୍‌ ୧୯୫୫ରେ ଭାରତୀୟ ନାଗରିକତ୍ୱ ଗ୍ରହଣ, ବିବେଚନା ଓ ସମାପ୍ତି […]

MODI AT PARLIAMENT

MODI AT PARLIAMENT

Manoranjan Sial
  • Published: Thursday, 19 December 2019
  • Updated: 20 December 2019, 10:21 AM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ସାରା ଦେଶରେ ଜଳୁଛି ନିଆଁ। ରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ସମ୍ପ୍ରଦାୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ। ଏଥିପାଇଁ କେନ୍ଦ୍ର ନେତୃତ୍ୱାଧୀନ ନରେନ୍ଦ୍ର ମୋଦି ସରକାର ବାରମ୍ୱାର ସ୍ପଷ୍ଟୀକରଣ ଦେଲେ ମଧ୍ୟ ଅସନ୍ତୋଷର ନିଆଁ ଲିଭିବାର ନାଁ ଧରୁନି। ଦେଶରେ ଲାଗିରହିବା ଉତ୍ତେଜନା ପରିସ୍ଥିତି ଶାନ୍ତ ହେଉନଥିବାରୁ ପୁଣି ଥରେ କେନ୍ଦ୍ର ସରକାର ସିଏଏକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି।

ନାଗରିକତା ଆଇନ୍‌ ୧୯୫୫ରେ ଭାରତୀୟ ନାଗରିକତ୍ୱ ଗ୍ରହଣ, ବିବେଚନା ଓ ସମାପ୍ତି ପାଇଁ ବ୍ୟବସ୍ଥା ରହିଛି। ଭାରତୀୟ ନାଗରିକତ୍ୱ ଜନ୍ମ ଆଧାରରେ (ଧାରା-୩), ବଂଶ ଆଧାରରେ (ଧାରା ୪), ପଞ୍ଜିକରଣ ଆଧାରରେ (ଧାରା ୫), ନାଗରିକତା ଗ୍ରହଣ ଆଧାରରେ (ଧାରା ୬) କିମ୍ୱା କୌଣସି ଭୂଖଣ୍ଡ ସାମିଲ ହେବା ଆଧାରରେ (ଧାରା ୭) ଗ୍ରହଣ କରାଯାଇପାରିବ। ଯେ କୌଣସି ବିଦେଶୀ ନିଜ ରାଷ୍ଟ୍ର ଓ ସମୁଦାୟ ନିର୍ବିଶେଷରେ ପଞ୍ଜିକରଣ କିମ୍ୱା ନାଗରିକତା ଗ୍ରହଣ ଆଧାରରେ ଭାରତୀୟ ନାଗରିକତ୍ୱ ଗ୍ରହଣ କରିପାରିବେ।

ତେବେ (ସିଏଏ) ୨୦୧୯ରେ ତିନୋଟି ନିର୍ଦ୍ଦିଷ୍ଟ ଦେଶରୁ ଧର୍ମ ଆଧାରରେ ଉତ୍ପିଡ଼ନରେ ଶିକାର ହୋଇ ଭାରତରେ ଶରଣ ନେଇଥିବା ୬ଟି ସଂଖ୍ୟାଲଘୁ ସମୁଦାୟ ଭାରତୀୟ ନାଗରିକତା ପାଇଁ ଆବେଦନ କରିପାରିବେ। ତେବେ ଜାତି, ଧର୍ମ, ବର୍ଣ୍ଣ ଓ ବର୍ଗ ଆଦି ଆଧାରରେ ଭାରତୀୟ ନାଗରିକ ହେବା ପାଇଁ ଆବେଦନ କରିବା ନିମନ୍ତେ ପୂର୍ବରୁ ଥିବା ବ୍ୟବସ୍ଥାରେ କୌଣସି ସଂଶୋଧନ କରାଯାଇ ନାହିଁ। ସର୍ବନିମ୍ନ ଆଇନ୍‌ଗତ ଆବଶ୍ୟକତା ପୂରଣ କରିବା ପରେ ଏପରି ବିଦେଶୀ ଭାରତୀୟ ନାଗରିକତା ଗ୍ରହଣ ପାଇଁ ଆବେଦନ କରିପାରିବେ। ସିଏଏ ଭାରତୀୟ ନାଗରିକଙ୍କ ପାଇଁ ଲାଗୁ ହେଉନାହିଁ। ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ତିନୋଟି ପଡ଼ୋଶୀ ଦେଶରେ ଧର୍ମୀୟ ଉତ୍ପିଡ଼ନରେ ଶିକାର ହୋଇଥିବା ନିର୍ଦ୍ଦିଷ୍ଟ ବିଦେଶୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ପାଇଁ ଏହା ଉଦ୍ଦିଷ୍ଟ।

ଗତ ୬ ବର୍ଷ ମଧ୍ୟରେ ପାଖାପାଖି ୨୮୩୦ ପାକିସ୍ତାନୀ, ୯୧୨ ଆଫଗାନୀ ଓ ୧୭୨ ବାଂଲାଦେଶୀ ନାଗରିକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇ ସାରିଛି। ଏମାନଙ୍କ ମଧ୍ୟରୁ ଶତାଧିକ ଏହି ତିନୋଟି ଦେଶର ସଂଖ୍ୟାଗରିଷ୍ଠ ସମୁଦାୟରୁ ଆସିଛନ୍ତି। ଏପରି ଶରଣାର୍ଥୀଙ୍କୁ ଆଗକୁ ମଧ୍ୟ ଭାରତୀୟ ନାଗରିକତା ମିଳିବ ଓ ପଞ୍ଜିକରଣ ଏବଂ ନାଗରିକତା ଗ୍ରହଣ ଲାଗି ଆଇନ୍‌ରେ ରହିଥିବା ଯୋଗ୍ୟତା ସର୍ତ୍ତାବଳୀ ପୂରଣ କରୁଥିଲେ ସେମାନଙ୍କୁ ନାଗରିକତା ମିଳିବାରେ କୌଣସି ଅସୁବିଧା ନାହିଁ।

୨୦୧୪ରେ ଭାରତ ଓ ବାଂଲାଦେଶ ମଧ୍ୟରେ ସୀମା ଚୁକ୍ତି ହୋଇଥିଲା। ଏହାପରେ ୫୦ଟି ବାଂଲାଦେଶୀ କ୍ଷେତ୍ର ଭାରତୀୟ ଭୂଖଣ୍ଡରେ ସାମିଲ ହେଲା ଓ ପାଖାପାଖି ୧୪, ୮୬୪ ଜଣ ବାଂଲାଦେଶୀ ନାଗରିକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇସାରିଛି।

୨୦୧୬ ପରଠାରୁ ନାଗରିକତା(ସଂଶୋଧନ) ବିଧେୟକକୁ ସର୍ବସମ୍ମୁଖରେ ରଖାଯାଇଛି। ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କୁ ନେଇ ଗଠିତ ୩୦ ଜଣିଆ ସଂସଦୀୟ କମିଟି ଏହାକୁ ମଞ୍ଜୁରି ଦେଇଛି। ବର୍ତ୍ତମାନର ଆଇନ୍‌ ସମ୍ପୂର୍ଣ୍ଣ ଭାବେ ଏହି ବିଧେୟକ ଉପରେ ଆଧାରିତ। ୨୦୧୫-୧୬ରେ ଭାରତ ସରକାର କେତେକ ନିୟମରେ ସଂଶୋଧନ ଆଣିଛନ୍ତି। ଏହା ଜରିଆରେ ୨୦୧୪ ଡିସେମ୍ୱର ସୁଦ୍ଧା ଧର୍ମୀୟ ଉତ୍ପିଡନର ଶିକାର ହୋଇ ଭାରତରେ ଶରଣ ନେଇଥିବା ନିର୍ଦ୍ଦିଷ୍ଟ ୩ଟି ଦେଶର ୬ଟି ସଂଖ୍ୟାଲଘୁ ସମୁଦାୟଙ୍କ ଭାରତରେ ପ୍ରବେଶ ଓ ରହଣୀକୁ ଆଇନଗତ ମାନ୍ୟତା ଦିଆଯାଇଛି। ଭାରତ ସରକାର ଏପରି ଶରଣାର୍ଥୀଙ୍କୁ ଭାରତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବା ଲାଗି ଦୀର୍ଘ ଅବଧି ଭିସା (ଏଲ୍‌ଟିଭି) ଜାରି କରିବା ନିମନ୍ତେ ମଧ୍ୟ ଯୋଗ୍ୟ ବିବେଚିତ କରିସାରିଛନ୍ତି। ୨୦୧୪ ଡିସେମ୍ୱର ୩୧ ତାରିଖ ପୂର୍ବରୁ ଏହି ତିନୋଟି ଦେଶରୁ ଦେଶାନ୍ତରିତ ହୋଇଥିବା ଶରଣାର୍ଥୀ ଯୋଗ୍ୟତା ସର୍ତ୍ତାବଳୀ ପୂରଣ କରୁଥିଲେ, ସେମାନେ ସିଏଏ ଜରିଆରେ ଭାରତୀୟ ନାଗରିକତା ପାଇପାରିବେ।

ଭାରତକୁ ବାଧ୍ୟ ହୋଇ ଚାଲି ଆସିଥିବା ଭାରତୀୟ ବଂଶୋଦ୍ଭବ ବିଦେଶୀଙ୍କୁ ଭାରତରେ ରହିବା ଓ ନାଗରିକତା ପ୍ରଦାନ କରିବା ଲାଗି ଅତୀତରେ ବିଭିନ୍ନ ସମୟରେ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଉଦାହରଣ ସ୍ୱରୂପ ଭାରତୀୟ ସମ୍ୱିଧାନର ଅନୁଚ୍ଛେଦ ୬ ଅନୁଯାୟୀ, ୧୯୪୮ ଜୁଲାଇ ୧୯ ପୂର୍ବରୁ ପାକିସ୍ତାନରୁ ଭାରତକୁ ଚାଲିଆସିଥିବା ଲୋକଙ୍କୁ ଭାରତୀୟ ନାଗରିକ ଭାବେ ମାନ୍ୟତା ଦିଆଯିବ। ଦ୍ୱିତୀୟରେ ଏହି ତାରିଖ କିମ୍ୱା ଏହା ପରେ ଦେଶାନ୍ତରିତ ହୋଇଥିବା ଲୋକଙ୍କୁ ମାତ୍ର ୬ ମାସ ଭାରତରେ ରହିବା ପରେ ଭାରତୀୟ ନାଗରିକତା ପ୍ରଦାନ କରାଯିବ।

୧୯୬୪ ଓ ୧୯୭୪ରେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଅନ୍ତର୍ଜାତୀୟ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହା ପରେ ୧୯୬୪ ରୁ ୨୦୦୮ ମଧ୍ୟରେ ଭାରତୀୟ ବଂଶୋଦ୍ଭବ ୪.୬୧ ଲକ୍ଷ ତାମିଲ ଲୋକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଛି। ବର୍ତ୍ତମାନ ପାଖାପାଖି ୯୫ ହଜାର ଶ୍ରୀଲଙ୍କା ଶରଣାର୍ଥୀ ତାମିଲନାଡ଼ୁରେ ରହୁଛନ୍ତି। ସେମାନେ ଭାରତ ଓ ତାମିଲନାଡ଼ୁ ସରକାରଙ୍କ ଦ୍ୱାରା ରାସନ ଏବଂ ଅନ୍ୟାନ୍ୟ ସୁବିଧା ପାଉଛନ୍ତି। ସେମାନେ ମଧ୍ୟ ଭାରତୀୟ ନାଗରିକ ହେବା ପାଇଁ ଯୋଗ୍ୟ ହେବା ପରେ ଏଥିପାଇଁ ଆବେଦନ କରିପାରିବେ।

୧୯୬୨ରୁ ୧୯୭୮ ମଧ୍ୟରେ ବର୍ମାରେ ଅଧିକାଂଶ ବାଣିଜ୍ୟ ଓ ବ୍ୟବସାୟକୁ ରାଷ୍ଟ୍ରାୟତ ଘୋଷଣା କରାଯିବା ସହ ଭାରତୀୟ ବଂଶୋଦ୍ଭବଙ୍କ ସମ୍ପତିକୁ ସରକାର ବଳପୂର୍ବକ ଅକ୍ତିଆର କରିନେଲେ। ଏହା ପରେ ୨ ଲକ୍ଷରୁ ଅଧିକ ଭାରତୀୟ ବଂଶୋଦ୍ଭବ ବର୍ମାରୁ ଭାରତ ଚାଲି ଆସିଲେ। ସେମାନେ ଭାରତର ବିଭିନ୍ନ ସ୍ଥାନରେ ସ୍ଥାୟୀ ଭାବେ ବସବାସ କରୁଛନ୍ତି।

୧୯୬୫ ଓ ୧୯୭୧ ଯୁଦ୍ଧ ଓ ୫ ବର୍ଷ ପୂର୍ବରୁ ପାକିସ୍ତାନରୁ ଦେଶାନ୍ତର ହୋଇଥିବା ହିନ୍ଦୁ ଶରଣାର୍ଥୀଙ୍କୁ ପଞ୍ଜିକରଣ ମାଧ୍ୟମରେ ଭାରତୀୟ ନାଗରିକତା ପ୍ରଦାନ କରିବା ଲାଗି ଗୁଜରାଟ ଏବଂ ରାଜସ୍ଥାନର ୬ ଜିଲ୍ଲାପାଳ ତଥା ଗୁଜରାଟ ସରକାରଙ୍କୁ ୨୦୦୪ରେ କେନ୍ଦ୍ର ସରକାର କ୍ଷମତା ଦେଇଥିଲେ। ଏହି କ୍ଷମତା ପ୍ରଥମେ ଏକ ବର୍ଷ ପାଇଁ ଦିଆଯାଇଥିଲା। କିନ୍ତୁ ଏହାକୁ ୨୦୦୫ ଓ ପୁଣି ୨୦୦୬ ପର୍ଯ୍ୟନ୍ତ ଆହୁରି ଦୁଇ ବର୍ଷ ପାଇଁ ବଢ଼ାଇ ଦିଆଯାଇଥିଲା।

ସିଏଏ କୌଣସି ବିଦେଶୀ ଧାର୍ମିକ ସମୁଦାୟକୁ ଟାର୍ଗେଟ କରୁନାହିଁ। ଏହା କେବଳ ସେହି ପ୍ରବାସୀମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଲାଗି ଏକ ବ୍ୟବସ୍ଥା ଯୋଗାଇ ଦେଉଛି, ଯେଉଁମାନେ ବେଆଇନ ମାନ୍ୟତା ପାଇ କେତେକ ସର୍ତ୍ତ ପୂରଣ କରିବା ସତ୍ତ୍ୱେ ଭାରତୀୟ ନାଗରିକତା ପାଇଁ ଆବେଦନ କରିବାରୁ ବଞ୍ଚିତ ହୋଇଛନ୍ତି। ସିଏଏର ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ଭାରତ ସରକାର ନିୟମ ପ୍ରଣୟନ କରିବେ। କୌଣସି ପ୍ରବାସୀ ଆପେ ଆପେ ଭାରତୀୟ ନାଗରିକ ହୋଇଯିବେ ନାହିଁ। ତାଙ୍କୁ ଅନ୍‌ଲାଇନ ଆବେଦନ କରିବାକୁ ହେବ ଏବଂ ସେ ଭାରତୀୟ ନାଗରିକ ଭାବେ ପଞ୍ଜିକୃତ ହେବା ଓ ନାଗରିକତା ଗ୍ରହଣ କରିବା ଲାଗି ସମସ୍ତ ଯୋଗ୍ୟତା ପୂରଣ କରୁଛନ୍ତି କି ନାହିଁ ତାହା କ୍ଷମତାପ୍ରାପ୍ତ ଅଧିକାରୀ ଅନୁଧ୍ୟାନ କରିବେ।

ସମ୍ୱିଧାନର ଷଷ୍ଠ ଅନୁସୂଚୀ ଓ ଇନ୍‌ର ଲାଇନ୍‌ ପରମିଟ ସିଷ୍ଟମ ଅଧିନରେ ଆସୁଥିବା ଅଞ୍ଚଳକୁ ଏଥିରୁ ବାଦ ଦିଆଯାଇଥିବାରୁ ସିଏଏ ଦ୍ୱାରା ଉତ୍ତର-ପୂର୍ବାଞ୍ଚଳର ଜନଜାତି ଓ ଦେଶୀୟ ଲୋକମାନଙ୍କ ସ୍ୱାର୍ଥ ବାଧାପ୍ରାପ୍ତ ହେବ ନାହିଁ। ଏହି ଅଞ୍ଚଳରେ ରହୁଥିବା ଏପରି ପ୍ରବାସୀମାନେ ଭାରତୀୟ ନାଗରିକତା ପାଇଁ ଆବେଦନ କରିବାକୁ ସକ୍ଷମ ହେବେ ନାହିଁ। ତେଣୁ ବିଦେଶୀଙ୍କ ଭିଡ଼ ସ୍ୱଦେଶୀଙ୍କ ଜୀବନଜୀବିକାକୁ ପ୍ରଭାବିତ କରିବାର ପ୍ରଶ୍ନ ଉଠୁନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story