ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ଖୁବ୍ଶୀଘ୍ର ଉପଲବ୍ଧ ହୋଇପାରେ ଟିକା। କରୋନା ଟିକା ଆସିବାକୁ ଥିବାରୁ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଅଙ୍ଗନବାଡ଼ି କର୍ମୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଆଇଏମଏ, ଆୟୁଷ, ନର୍ସିଂ ଆସୋସିଏସନ, ପାରାମେଡିକ କର୍ମଚାରୀ ସଂଘ ଓ ଘରୋଇ ମେଡିକାଲ ସଂଘ ସଭାପତିଙ୍କୁ ଚିଠି ଲେଖାଯାଇଛି।
ସଂଘ ସଦସ୍ୟ ନିଜ ନାଁ ସେମାନଙ୍କ ଜିଲ୍ଲାପାଳ ଓ ସିଡିଏମ୍ଓଙ୍କୁ ଦେବାକୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଚିଠି ଲେଖିଛନ୍ତି। ଆସନ୍ତା ୨୯ ତାରିଖ ସୁଦ୍ଧା ଏହା ଶେଷ କରିବାକୁ ଏଥିରେ କୁହାଯାଇଛି।
ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ଏସିଏସ୍ ଚିଠି ଲେଖିଛନ୍ତି। ଚିଠିରେ ଅଙ୍ଗନବାଡି କର୍ମୀ, ହେଲ୍ପର, ସୁପରଭାଇଜର, ସିଡିପିଓଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଟୋବର ୨୫ ମଧ୍ୟରେ (CVBMS) କରୋନା ଭ୍ୟାକ୍ସିନେସନ ବେନିଫିସିଆରି ମ୍ୟାନେଜମେଣ୍ଟ ସିଷ୍ଟମରେ ଡାଟା ଅପ୍ଲୋଡ୍ ପାଇଁ କୁହାଯାଇଛି। ଆଜି ଅଙ୍ଗନବାଡି କର୍ମୀଙ୍କ ଡାଟାବେସ ପାଇଁ ଆଜି ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Health
୫୦ରୁ ଅଧିକ ଜୀବନ ନେଲାଣି ରହସ୍ୟମୟ ରୋଗ, ଆଲର୍ଟ ଜାରି କଲା WHO
ପ୍ରଥମେ ୩ ଜଣ ପିଲାଙ୍କ କ୍ଷେତ୍ରରେ ଏପରି ରୋଗ ବ୍ୟାପି ଥିଲା। ସେମାନେ ଗୋଟିଏ ବାଦୁଡ଼ି ଖାଇବା ପରେ ରହସ୍ୟମୟ ରୋଗରେ ପଡ଼ିଥିଲେ।

Health
ଘାଇଲା କରୁଥିବା ବିରଳ ସ୍ନାୟୁ ରୋଗ GBS କ’ଣ? କାରଣ ଜଣାପଡ଼ୁନି
ଜିବିଏସ୍ ଗୋଟିଏ ବିରଳ ରୋଗ ହୋଇଥିବା ବେଳେ ଏଯାଏ ଏହା କ’ଣ ପାଇଁ ହେଉଛି, ସେକଥା ଡାକ୍ତରମାନେ ଜାଣିବାକୁ ସକ୍ଷମ ହୋଇନାହାନ୍ତି।

Health
ମାରି ଦେଉଛି ରହସ୍ୟମୟ ରୋଗ
ରହସ୍ୟମୟ ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କୁ ଜ୍ୱର ହେବା ସହ କେବଳ ଝାଳ ବୋହିବାରେ ଲାଗୁଛି। ଏହାପରେ ସେମାନଙ୍କ ସ୍ନାୟୁ କାମ କରିବା ବନ୍ଦ ହେଉଛି।

Guest Column
ଅନେକ ରୋଗର ମହୌଷଧି ସଂଗୀତ
ସନ୍ଧ୍ୟାରେ ଗାଁ ମନ୍ଦିର, ଗ୍ରାମ ଦେବତୀ ଓ ଭାଗବତ ଘରେ ବାଜୁଥିବା ଘଣ୍ଟ, ଘଣ୍ଟା ଓ ଶଙ୍ଖଧ୍ୱନିର ତରଙ୍ଗ କାନରେ ବାଜିଲେ ଦିନ ଯାକର କ୍ଳାନ୍ତି କେବଳ ମେଣ୍ଟେ ନାହିଁ, ଭାରାକ୍ରାନ୍ତ ମନକୁ ମଧ୍ୟ ହାଲକା କରିଦିଏ। ମନରେ ଏକ ଶାନ୍ତ ଓ ଆଧ୍ୟାତ୍ମିକ ଚେତନା ଭରିଦିଏ।

Health
ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ, ସ୍ୱାକ୍ଷର ହେଲା MOU
ଆଜି ଏମୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ଖୁବଶୀଘ୍ର ଏହା ରାଜ୍ୟରେ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ସେହପରି ରାଜ୍ୟର ପ୍ରାୟ ୩ କୋଟି ଲୋକ ଏହି ଯୋଜନାର ଫାଇଦା ପାଇବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।