ରାଜ୍ୟରେ ଖୋଲିବ ୯୨ଟି ମଡେଲ୍‌ ସ୍କୁଲ୍‌

ସୁନ୍ଦରଗଡ଼ (ବିଜୟ ବରୁଆ): ଆଦିବାସୀ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ଗୁଣାତ୍ମକ ଶିକ୍ଷା ଦେବା ଲାଗି ଆହୁରି ୪୬୨ଟି ଏକଲବ୍ୟ ମଡେଲ୍‌ ଆବାସିକ ସ୍କୁଲ୍‌ ପ୍ରତିଷ୍ଠା ହେବ। ସାରା ଦେଶରେ ଆଦିବାସୀ ବହୁଳ ୪୬୨ଟି ବ୍ଲକ୍‌ରେ ଏହି ସ୍କୁଲ୍ ଖୋଲାଯିବ।  ସେଥିମଧ୍ୟରୁ କେବଳ ଓଡ଼ିଶାରେ ୯୨ଟି ମଡେଲ୍ ସ୍କୁଲ୍‌ ପ୍ରତିଷ୍ଠା ହେବ। ସୁନ୍ଦରଗଡ଼ ସର୍କିଟ ହାଉସ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟପାର ମନ୍ତ୍ରୀ ଜୁଏଲ ଓରାମ୍‌। ପୂର୍ବରୁ ସାରା […]

jueloram

jueloram

Jitendra Garnayak
  • Published: Wednesday, 19 December 2018
  • Updated: 19 December 2018, 09:48 AM IST

Sports

Latest News

ସୁନ୍ଦରଗଡ଼ (ବିଜୟ ବରୁଆ): ଆଦିବାସୀ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ଗୁଣାତ୍ମକ ଶିକ୍ଷା ଦେବା ଲାଗି ଆହୁରି ୪୬୨ଟି ଏକଲବ୍ୟ ମଡେଲ୍‌ ଆବାସିକ ସ୍କୁଲ୍‌ ପ୍ରତିଷ୍ଠା ହେବ। ସାରା ଦେଶରେ ଆଦିବାସୀ ବହୁଳ ୪୬୨ଟି ବ୍ଲକ୍‌ରେ ଏହି ସ୍କୁଲ୍ ଖୋଲାଯିବ।  ସେଥିମଧ୍ୟରୁ କେବଳ ଓଡ଼ିଶାରେ ୯୨ଟି ମଡେଲ୍ ସ୍କୁଲ୍‌ ପ୍ରତିଷ୍ଠା ହେବ।

ସୁନ୍ଦରଗଡ଼ ସର୍କିଟ ହାଉସ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟପାର ମନ୍ତ୍ରୀ ଜୁଏଲ ଓରାମ୍‌।

ପୂର୍ବରୁ ସାରା ଦେଶରେ ୧୦୨ଟି ଏକଲବ୍ୟ ମଡେଲ୍ ସ୍କୁଲ୍ ଥିବା ବେଳେ କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ସମସ୍ତ ଆଦିବାସୀ ବହୁଳ ବ୍ଲକ୍‌ରେ ଏହି ସ୍କୁଲ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି।

ସ୍କୁଲ୍‌ରେ ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରହିବ। ସିବିଏସ୍‌ଇ ପାଠ୍ୟକ୍ରମ ଅନୁଯାୟୀ ଏଗୁଡ଼ିକରେ ପାଠପଢ଼ା ହେବ। ଉଭୟ ପୁଅ ଓ ଝିଅଙ୍କ ପାଇଁ ହଷ୍ଟେଲ୍‌ ତିଆରି ହେବ। ଏଥିପାଇଁ ସ୍କୁଲ୍ ପିଛା ୩୨ କୋଟି ଟଙ୍କା ଖର୍ଚ୍ଚ ହେବ।

ଏଥିସହ ପ୍ରତି ପିଲାଙ୍କ ପିଛା ଦିଆଯାଉଥିବା ୬୧ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇ ୧ ଲକ୍ଷ ୯ ହଜାର ଟଙ୍କା କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ଏହି ସ୍କୁଲ୍‌ଗୁଡ଼ିକର ବିଦ୍ୟାଳୟ ପରିଚାଳନା ପାଇଁ ମନ୍ତ୍ରାଳୟ ପକ୍ଷରୁ ନବୋଦୟ ବିଦ୍ୟାଳୟ ସମିତି ଢାଞ୍ଚାରେ କମିଶନରେଟ୍‌ ପ୍ରତିଷ୍ଠା କରାଯିବ ବୋଲି ଜୁଏଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos