ଅମ୍ଫାନ କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଅମ୍ଫାନ କ୍ଷୟକ୍ଷତି ଆକଳନ ପାଇଁ ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଟିମ୍  ଆଜି ପ୍ରଭାବିତ ଅଞ୍ଚଳ ଗସ୍ତ କରିଛି। ଗତକାଲି ୫ ଜଣିଆ  ଟିମ୍‌ ଆସିଥିବା ବେଳେ ପୂର୍ବରୁ ୨ ଜଣ ଆସିଥିଲେ। ପ୍ରଭାବିତ ଅଞ୍ଚଳ ଗସ୍ତ କରି ଟିମ୍‌ କେନ୍ଦ୍ରକୁ ରିପୋର୍ଟ ଦେବ । ଆଜି ଗୋଟିଏ ଟିମ୍ କେନ୍ଦ୍ରାପଡ଼ା ଯାଇଥିବା ବେଳେ ଆଉ ଗୋଟିଏ ଟିମ୍ ବାଲେଶ୍ୱର ଯାଇଛି । ଆସନ୍ତାକାଲି ଗୋଟିଏ […]

amphan-1-1

amphan-1-1

Niharika Rout
  • Published: Thursday, 04 June 2020
  • Updated: 04 June 2020, 12:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଅମ୍ଫାନ କ୍ଷୟକ୍ଷତି ଆକଳନ ପାଇଁ ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଟିମ୍  ଆଜି ପ୍ରଭାବିତ ଅଞ୍ଚଳ ଗସ୍ତ କରିଛି।

ଗତକାଲି ୫ ଜଣିଆ  ଟିମ୍‌ ଆସିଥିବା ବେଳେ ପୂର୍ବରୁ ୨ ଜଣ ଆସିଥିଲେ। ପ୍ରଭାବିତ ଅଞ୍ଚଳ ଗସ୍ତ କରି ଟିମ୍‌ କେନ୍ଦ୍ରକୁ ରିପୋର୍ଟ ଦେବ ।

ଆଜି ଗୋଟିଏ ଟିମ୍ କେନ୍ଦ୍ରାପଡ଼ା ଯାଇଥିବା ବେଳେ ଆଉ ଗୋଟିଏ ଟିମ୍ ବାଲେଶ୍ୱର ଯାଇଛି । ଆସନ୍ତାକାଲି ଗୋଟିଏ ଟିମ୍‌ ଭଦ୍ରକ ଓ ଦ୍ୱିତୀୟ ଟିମ୍‌ ଜଗତସିଂହପୁର ଯିବ । ଦୁଇ ଦିନ ଧରି ଅମ୍ଫାନ କ୍ଷୟକ୍ଷତି ଆକଳନ ପରେ ଏହି ଟିମ୍ କେନ୍ଦ୍ରକୁ ରିପୋର୍ଟ ଦେବ ।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ବାତ୍ୟା ପ୍ରଭାବିତ ଅଞ୍ଚଳର ଏରିଏଲ ସର୍ଭେ କରିବା ସହ ୫ ଶହ କୋଟିର ଆଗୁଆ ସହାୟତା ପ୍ରଦାନ କରିଛନ୍ତି । ଗତ ମେ ୨୦ରେ ଅମ୍ଫାନ ବାତ୍ୟା ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos