ଗ୍ରାମୀଣ ଆବାସ: ହରିଲୁଟ୍ କରୁଛି ରାଜ୍ୟ, ଦ୍ୱିତୀୟ ଥର ସ୍ଥିତି ପରଖିବା ପରେ କେନ୍ଦ୍ରୀୟ ଟିମ୍ କ୍ଷୁବ୍ଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ସହ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଆବଣ୍ଟନ କରାଯିବା ଓ ନିମ୍ନମାନର ଗୃହ ନିର୍ମାଣକୁ ନେଇ କେନ୍ଦ୍ର ସରକାରଙ୍କ କଡ଼ା ଆପତ୍ତି ପରେ ବି ରାଜ୍ୟ ସରକାର ସୁଧୁରିବାର ନାଁ ନେଉନାହାନ୍ତି । ଗ୍ରାମାଂଚଳରେ ଏହି ଯୋଜନାର ତଦାରଖ କେବଳ ଧର୍ମକୁ ଆଖିଠାର ମାରିବା ଭଳି ହେଉଛି । ଯୋଜନାର ସାମାଜିକ ଅଡିଟ୍ ନକରି ସରକାର ଏହାର କାର୍ଯ୍ୟକାରିତାର ସ୍ୱଚ୍ଛତା ଓ ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି […]

Pradhan-Mantri-Awas-Yojana

Pradhan-Mantri-Awas-Yojana

Ordigital Desk
  • Published: Wednesday, 16 March 2022
  • Updated: 16 March 2022, 09:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ସହ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଆବଣ୍ଟନ କରାଯିବା ଓ ନିମ୍ନମାନର ଗୃହ ନିର୍ମାଣକୁ ନେଇ କେନ୍ଦ୍ର ସରକାରଙ୍କ କଡ଼ା ଆପତ୍ତି ପରେ ବି ରାଜ୍ୟ ସରକାର ସୁଧୁରିବାର ନାଁ ନେଉନାହାନ୍ତି । ଗ୍ରାମାଂଚଳରେ ଏହି ଯୋଜନାର ତଦାରଖ କେବଳ ଧର୍ମକୁ ଆଖିଠାର ମାରିବା ଭଳି ହେଉଛି । ଯୋଜନାର ସାମାଜିକ ଅଡିଟ୍ ନକରି ସରକାର ଏହାର କାର୍ଯ୍ୟକାରିତାର ସ୍ୱଚ୍ଛତା ଓ ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନିୟମିତତାର ତଦନ୍ତ ପାଇଁ ୨୦୨୧ ଫେବୃୟାରୀ ୯-୧୧ତାରିଖ ଓ ୨୦୨୨ ମାର୍ଚ୍ଚ ୨-୪ତାରିଖରେ ଦ୍ୱିତୀୟ ଥର ଆସିଥିବା କେନ୍ଦ୍ରୀୟ ଟିମ୍ ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟ ଓ ଆବାସ ଯୋଜନାର ଅନିୟମିତତା ରୋକିବା ଦିଗରେ ପଦକ୍ଷେପକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ୨୦୨୦ ଫେବୃୟାରୀ ୧୨ରେ ୯ଜଣିଆ ସାଂସଦଙ୍କ ଟିମ୍ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ନେଇ ୬ଟି ଦିଗ ଉପରେ ଅଭିଯୋଗ ଆଣିଥିଲେ । ୨୦୨୦ ଡିସେମ୍ବର ୨୬ତାରିଖରେ ପୁଣିଏକ ଅଭିଯୋଗ ମିଳିଥିଲା । ଅଭିଯୋଗରେ ଗୋଟିଏ ପରିବାରରୁ ଏକାଧିକ ସଦସ୍ୟଙ୍କୁ ‘ଆବାସ’ ଯୋଜନାରେ ଘର ଆବଣ୍ଟନ, ଫନି କ୍ଷତିଗ୍ରସ୍ତ ଅଂଚଳରେ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଣ, କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ପ୍ରଧାନମନ୍ତ୍ରୀ ଆବାସ ସହ ବିଜୁ ପକ୍କାଘର ଲୋଗୋକୁ ମିଳିତ ଭାବେ ଲଗାଇବା ଓ ବିଜୁ ପକ୍କାଘର ଲୋଗୋକୁ ଅଧିକ ବଡ଼ କରି ଲଗାଇବା ଆଦିର ଅଭିଯୋଗ ହୋଇଥିଲା । ଏହା ଆଧାରରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ନିଜର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳକୁ ୨୦୨୧ ଫେବୃୟାରୀ ୯-୧୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପଠାଇଥିଲେ।

ସେହି କେନ୍ଦ୍ରୀୟ ଟିମ୍ ଓଡ଼ିଶାରେ ଏହାର ବ୍ୟାପକ ଅନିୟମିତତାକୁ ଚିହ୍ନଟ କରି ରାଜ୍ୟ ସରକାରଙ୍କୁ ଏଥିରେ ସୁଧାର ଆଣିବା ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ କେତେକ ପରାମର୍ଶ ଦେବା ସହ ଆକ୍ସନ ଟେକେନ ରିପୋର୍ଟ ଦାଖଲ ପାଇଁ କହିଥିଲେ । ରାଜ୍ୟ ସରକାର ୨୦୨୧ ଜୁଲାଇ ୭ତାରିଖରେ ନିଜର ଆକ୍ସନ ଟେକେନ ରିପୋର୍ଟ ଦାଖଲ କରିଥିଲେ ମଧ୍ୟ ତାକୁ ଯାଂଚ ପରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତାକୁ ଅସନ୍ତୋଷଜନକ ବୋଲି ଦର୍ଶାଇ ରାଜ୍ୟ ସରକାରଙ୍କ ଯୁକ୍ତିକୁ ଗ୍ରହଣ କରିନଥିଲା ।

ଫନି କ୍ଷତିଗ୍ରସ୍ତଙ୍କ ମଧ୍ୟରୁ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦେଇଥିବା ନେଇ କେବଳ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପିଇଓ ରବିନ୍ଦ୍ର କୁମାର ପଣ୍ଡାଙ୍କୁ ନିଲମ୍ବନ କରି ତାଙ୍କ ବିରୁଦ୍ଧରେ ଏଫଆଇଆର କରିଛନ୍ତି । କିନ୍ତୁ ଅନ୍ୟ କେଉଁଠି ଏଭଳି କାର୍ଯ୍ୟାନୁଷ୍ଠାନ ନକରି ସରକାର ଚୁପ୍ ବସିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପୁଣି ଏକ କେନ୍ଦ୍ରୀୟ ଟିମ୍ ରାଜ୍ୟକୁ ପଠାଇ ବାସ୍ତବରେ ରାଜ୍ୟ ସରକାର ସୁଧାରମୂଳକ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ କରିଛନ୍ତି କି ନାହିଁ ତାହା ଜାଣିବାକୁ କେନ୍ଦ୍ର ସରକାର ଚାହିଥିଲେ।

କେନ୍ଦ୍ର ସରକାରଙ୍କ ଏକ ପ୍ରତିନିଧି ଦଳ ଚଳିତମାସ ୨ରୁ ୪ତାରିଖ ମଧ୍ୟରେ ଦ୍ୱିତୀୟ ଥର ଓଡ଼ିଶା ଆସି ରାଜ୍ୟ ସରକାର ପୂର୍ବ ତୁଳନାରେ କେତେକ ତ୍ରୁଟି ସୁଧାରିବା ଦିଗରେ ପଦକ୍ଷେପ ନେଇଥିବା ଜାଣିବାକୁ ପାଇଥିଲେ । କିନ୍ତୁ କେବଳ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସର ଲୋଗୋ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ସ୍ପଷ୍ଟ ପରାମର୍ଶ ସତ୍ତ୍ୱେ ବିଜୁ ପକ୍କାଘର ଲୋଗୋ ଏବେବି ଲାଗି ରହିଛି । କେତେକ ସ୍ଥାନରେ ବିଜୁ ପକ୍କାଘର ଲୋଗୋ ପ୍ରଧାନମନ୍ତ୍ରୀ ଆବାସ ଲୋଗୋଠୁ ଅଧିକ ସ୍ପଷ୍ଟ ଓ ବଡ଼ ଅଛି । ନିମ୍ନମାନର ଗୃହ ନିର୍ମାଣ କାର୍ଯ୍ୟ ଏବେବି ଜାରି ରହିଛି । ଆବାସ ପ୍ଲସ ସର୍ଭେ ଠିକ୍ ଭାବେ କରାଯାଇ ନାହିଁ । ରାଜ୍ୟ ସରକାରଙ୍କ ପଦାଧିକାରୀଙ୍କ ଦ୍ୱାରା ଏସବୁ କାର୍ଯ୍ୟର ତଦାରଖ ସମ୍ପୂର୍ଣ୍ଣ ନଗଣ୍ୟ । ଏହି ଯୋଜନାର ସାମାଜିକ ଅଡିଟ୍ ମଧ୍ୟ ରାଜ୍ୟ ସରକାର କରିନାହାନ୍ତି ବୋଲି ଚଳିତ ମାସରେ ଆସିଥିବା କେନ୍ଦ୍ରୀୟ ଟିମ୍ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

ଗୃହ ଆବଣ୍ଟନ ଅନିୟମିତତା ପାଇଁ ଅସାଧୁ ପଦାଧିକାରୀଙ୍କ ବିରୁଦ୍ଧରେ ଏଫଆଇଆର ଦାଖଲ ସହ ସୁପରଭାଇଜର ଓ ବିଡିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର କହିଥିଲେ । ସମ୍ପୃକ୍ତ ଜିଲ୍ଲା ଅଧିକାରୀ ଠିକ୍ ସମୟରେ କଡ଼ା କାର୍ଯ୍ୟାନୁଷ୍ଠାନ ନନେଇଥିବାରୁ ସେମାନଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି, ଏସବୁ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ରାଜ୍ୟ ସରକାର ବ୍ୟାପକ ପ୍ରଚାର ସହ ସୋସିଆଲ ମିଡିଆରେ ଉଲ୍ଲେଖ କରିବା, ଭବିଷ୍ୟତରେ ଏଭଳି କାର୍ଯ୍ୟ ଯେପରି ପୁନରାବୃତ୍ତି ନହୁଏ ତାହା ସୁନିଶ୍ଚିତ କରିବାକୁ କେନ୍ଦ୍ର ଗ୍ରାମୀଣ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇ ତୁରନ୍ତ ଆକ୍ସନ ଟେକେନ ରିପୋର୍ଟ(ଏଟିଆର) ଦାଖଲ ପାଇଁ କହିଛି ।

ସୂଚନାଯୋଗ୍ୟ, ୨୦୧୮-୧୯ ଆର୍ଥିକ ବର୍ଷରୁ ୨୦୨୨ ମାର୍ଚ୍ଚ ୯ତାରିଖ ସୁଦ୍ଧା ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ) ଯୋଜନାରେ ମୋଟ ୧୯.୫୯ଲକ୍ଷ ଘର ଆବଣ୍ଟନ ହୋଇଥିବାବେଳେ ସେଥିରୁ ପ୍ରାୟ ୬୪% ଅର୍ଥାତ୍ ୧୨.୪୮ଲକ୍ଷ ଘର ନିର୍ମାଣ ଶେଷ ହୋଇଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ୯୩୨୧ କୋଟି ଟଙ୍କା ଓ ରାଜ୍ୟ ସରକାରଙ୍କ ୬୩୬୪ କୋଟି ଟଙ୍କାର ଅନୁଦାନ ସହ ମୋଟ ୧୫୬୮୫କୋଟି ଟଙ୍କା ବ୍ୟୟ ହୋଇଛି ।

ତେବେ ୨୦୨୧-୨୨ ବର୍ଷରେ କେନ୍ଦ୍ର ସରକାର ୮.୧୭ଲକ୍ଷ ଘର ଆବଣ୍ଟନ ପାଇଁ ଟାର୍ଗେଟ୍ ରଖିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଓଡ଼ିଶାକୁ ଗୋଟିଏ ବି ଘର ମଞ୍ଜୁର ହୋଇନି । ଓଡ଼ିଶାର ବିଜେଡି ସରକାର ଦଳୀୟ ଭିତ୍ତିରେ ଗ୍ରାମାଂଚଳରେ ଘର ଆବଣ୍ଟନ କରୁଛି ଓ ଯୋଗ୍ୟ ହିତାଧିକାରୀଙ୍କୁ ବଂଚିତ କରାଯାଉଛି ବୋଲି ବିରୋଧୀ ଦଳର ବାରମ୍ବାର ଅଭିଯୋଗ ଏବଂ କେନ୍ଦ୍ର ସରକାରଙ୍କ ବାରମ୍ବାର ତାଗିଦ୍ ସତ୍ୱେ ଓଡ଼ିଶା ସରକାର ସୁଧୁରିବାର ନାଁ ଧରୁନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story