ଓଡ଼ିଶାକୁ ମିଳିଲା ୩୩୩୮ କୋଟି ଟଙ୍କାର ‘ଫୋନି’ ସହାୟତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି୍’ର କ୍ଷୟକ୍ଷତି ବାବଦକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ୩ ହଜାର ୩ ଶହ ୩୮ କୋଟି ୨୨ ଲକ୍ଷ ଟଙ୍କାର ସହାୟତା ମିଳିଛି। ଗତକାଲି ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଓଡ଼ିଶାରେ ବାତ୍ୟା ‘ଫୋନି’ରେ ଘଟିଥିବା କ୍ଷୟକ୍ଷତି ପାଇଁ ଏହି ଅତିରିକ୍ତ ରାଶି ପ୍ରଦାନ କରାଯାଇଛି। ପୂର୍ବରୁ ଓଡ଼ିଶାକୁ ‘ଫୋନି’ ପାଇଁ ଅଗ୍ରୀମ ୩୪୦ କୋଟି ଟଙ୍କା ମିଳିଥିଲା। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

odisha-govt-announces-a-special-package-for-various-sections-of-people-affected-by-cyclone-fani

odisha-govt-announces-a-special-package-for-various-sections-of-people-affected-by-cyclone-fani

Manoranjan Sial
  • Published: Tuesday, 20 August 2019
  • Updated: 20 August 2019, 04:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି୍’ର କ୍ଷୟକ୍ଷତି ବାବଦକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ୩ ହଜାର ୩ ଶହ ୩୮ କୋଟି ୨୨ ଲକ୍ଷ ଟଙ୍କାର ସହାୟତା ମିଳିଛି। ଗତକାଲି ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଓଡ଼ିଶାରେ ବାତ୍ୟା ‘ଫୋନି’ରେ ଘଟିଥିବା କ୍ଷୟକ୍ଷତି ପାଇଁ ଏହି ଅତିରିକ୍ତ ରାଶି ପ୍ରଦାନ କରାଯାଇଛି।

ପୂର୍ବରୁ ଓଡ଼ିଶାକୁ ‘ଫୋନି’ ପାଇଁ ଅଗ୍ରୀମ ୩୪୦ କୋଟି ଟଙ୍କା ମିଳିଥିଲା। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଆଉ ୧ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ।

ମେ ୩ ତାରିଖରେ ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା 'ଫୋନି'। ଏହାପରେ 'ଫୋନି' ପୁରୀ, ଖୋର୍ଦ୍ଧା, କଟକ ସମେତ ଅନ୍ୟ ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଓଡ଼ିଶା ସମେତ କର୍ଣ୍ଣାଟକ, ହିମାଚଳ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି। ମରୁଡ଼ି ଯୋଗୁ କ୍ଷତିଗ୍ରସ୍ତ କର୍ଣ୍ଣାଟକକୁ ଅତିରିକ୍ତ ୧୦୨୯ କୋଟି ଓ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହିମାଚଳପ୍ରଦେଶ ପାଇଁ ୬୪ କୋଟି ୪୯ ଲକ୍ଷ ଟଙ୍କାର ସହାୟତା ଘୋଷଣା ହୋଇଛି। ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଅର୍ଥମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ମନ୍ତ୍ରୀ ଏବଂ ନୀତି ଆୟୋଗର ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos