‘ସ୍ୱତନ୍ତ୍ର ପାହ୍ୟା’ ପାଇଁ ନବୀନଙ୍କ ନୂଆ ‘ମାନଦଣ୍ଡ’ଦାବିକୁ କେନ୍ଦ୍ରର ଅଗ୍ରାହ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା’ ମାନ୍ୟତା ଦାବିରେ କ୍ଷମତାସୀନ ବିଜେଡି କରୁଥିବା ରାଜନୀତିକୁ ଶକ୍ତ ଧକ୍କା ଲାଗିଛି। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ରାଜ୍ୟ ‘କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟର ଶିକାର’ ହେଉଥିବାରୁ ଏହାକୁ ଏକ ମାନଦଣ୍ଡ ଭାବେ ଗ୍ରହଣ କରିବା ନିମନ୍ତେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଦାବିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି। ସାଧାରଣ ନିର୍ବାଚନ ପରେ ଜୁନ ୧୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ, ଜୁନ୍ […]

Parliament

Parliament

Manoranjan Sial
  • Published: Thursday, 04 July 2019
  • Updated: 04 July 2019, 08:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା’ ମାନ୍ୟତା ଦାବିରେ କ୍ଷମତାସୀନ ବିଜେଡି କରୁଥିବା ରାଜନୀତିକୁ ଶକ୍ତ ଧକ୍କା ଲାଗିଛି। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ରାଜ୍ୟ ‘କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟର ଶିକାର’ ହେଉଥିବାରୁ ଏହାକୁ ଏକ ମାନଦଣ୍ଡ ଭାବେ ଗ୍ରହଣ କରିବା ନିମନ୍ତେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଦାବିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି। ସାଧାରଣ ନିର୍ବାଚନ ପରେ ଜୁନ ୧୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ, ଜୁନ୍ ୧୫ରେ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ ଓ ଜୁନ୍ ୧୯ରେ ସର୍ବଦଳୀୟ ବୈଠକରେ ଶ୍ରୀ ପଟ୍ଟନାୟକ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଥିବାରୁ ଓଡ଼ିଶାକୁ ‘ସ୍ୱତନ୍ତ୍ର ଫୋକସ୍ ଷ୍ଟେଟ୍’ ଘୋଷଣା କରି ନିର୍ଦ୍ଦିଷ୍ଟ ଅବଧି ପାଇଁ ଆର୍ଥିକ ପ୍ୟାକେଜ୍ ଦେବାକୁ ଦାବି କରିଥିଲେ।

ରାଜ୍ୟସଭାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ବୁଧବାର ବରିଷ୍ଠ ସାଂସଦ ତଥା ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, “ଚତୁର୍ଦ୍ଦଶ ଅର୍ଥ କମିଶନ ‘ସ୍ୱତନ୍ତ୍ର' ଓ 'ସାଧାରଣ ବର୍ଗ ରାଜ୍ୟ’ ମଧ୍ୟରେ କୌଣସି ପାର୍ଥକ୍ୟ ରଖିନାହାନ୍ତି। ତେଣୁ ଏବେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ବ୍ୟବସ୍ଥା ପ୍ରଚଳିତ ନାହିଁ। ”

ସାଂସଦ ଶ୍ରୀ ଆଚାର୍ଯ୍ୟ କେନ୍ଦ୍ର ସରକାରଙ୍କଠୁ ଜାଣିବାକୁ ଚାହିଁଥିଲେ ଯେ, ଅନ୍ୟାନ୍ୟ କାରଣ ସହ ବାରମ୍ବାର ଵିଧ୍ଵଂସକାରୀ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା କଥାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାର ବିଚାର କରିବେ କି? ଶ୍ରୀ ଆଚାର୍ଯ୍ୟ ଓଡ଼ିଶାର ଦାବି କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟକୁ ଏକ ମାନଦଣ୍ଡ ଭାବେ ବିଚାର କରିବେ କି ନାହିଁ ବୋଲି ନିର୍ଦ୍ଦିଷ୍ଟ ଭାବେ ଜାଣିବାକୁ ଚାହିଁଥିଲେ। ମାତ୍ର ବୁଧବାର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି।

ସୂଚୂନା ଯୋଗ୍ୟ, ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିର ଇସ୍ତାହାରରେ ‘ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା’ ହାସଲ ପାଇଁ ଦଳ ସଂଘର୍ଷ ଜୋରଦାର କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ୨୦୧୪ ସାଧାରଣ ନିର୍ବାଚନ ପରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗକୁ ଶୀତଳ ଭଣ୍ଡାରରେ ପକାଇଥିବା ବିଜେଡି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ଉଠାଇ ପୁଣିଥରେ ନିଜର ନିର୍ବାଚନ ଇସ୍ତାହାରରେ ସାମିଲ କରିଥିଲା। ଆଉ ସାଧାରଣ ନିର୍ବାଚନ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା’ର ଏକ ନୂଆ ମାନଦଣ୍ଡ (ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ଶିକାର) କଥା ଉଠାଇ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦେବାକୁ ଦାବି କରିଥିଲେ। ଅନ୍ତତଃ ପକ୍ଷେ ଓଡ଼ିଶାକୁ ‘ସ୍ପେଶାଲ ଫୋକସ ଷ୍ଟେଟ୍’ ଭାବେ ବିବେଚନା କରିବାକୁ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀ, ନୀତି ଆୟୋଗ ଓ ସର୍ବଦଳୀୟ ବୈଠକରେ ଯେଉଁ ଦାବି ରଖିିଥିଲେ ତା'କୁ ଯେ କେନ୍ଦ୍ର ସରକାର କୌଣସି ଗୁରୁତ୍ୱ ଦେଉନାହାନ୍ତି ତାହା ଶ୍ରୀ ଆଚାର୍ଯ୍ୟଙ୍କୁ ମିଳିଥିବା ଲିଖିତ ଉତ୍ତରରେ ସ୍ପଷ୍ଟ ହୋଇଯାଇଛି। ଏହାସହିତ ସ୍ୱତନ୍ତ୍ର ପାହ୍ୟା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ନୂଆ ‘ମାନଦଣ୍ଡ’ ଦାବି ମଧ୍ୟ ଅଗ୍ରାହ୍ୟ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ଶ୍ରୀ ଆଚାର୍ଯ୍ୟ ମଧ୍ୟ କେନ୍ଦ୍ର ସରକାର ‘ଫୋନି’ ବାତ୍ୟା ପାଇଁ ଓଡ଼ିଶାକୁ କେତେ ସହାୟତା ଦେଇଛନ୍ତି ଓ ଆଗକୁ କେତେ ଦେବେ ତାହା ଜାଣିବାକୁ ଚାହିଁଥିଲେ। ଯାହାର ଉତ୍ତରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଏ କହିଛନ୍ତି ଯେ, ଏସଡିଆରଏଫରୁ ଓଡ଼ିଶା ସରକାରଙ୍କୁ ଏପ୍ରିଲ ୨୯ ତାରିଖରେ ଅଗ୍ରୀମ ୩୪୦.୮୭ କୋଟି ଟଙ୍କା ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଫୋନି କ୍ଷତିଗ୍ରସ୍ତ ବୁଲି ଦେଖିବାର ଦିନକ ପରେ ମେ’ ୭ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦୦୦ କୋଟି ଟଙ୍କାର ଅତିରିକ୍ତ ସହାୟତା ଓଡ଼ିଶାକୁ ଦିଆଯାଇଛି। ଓଡ଼ିଶା ସରକାର କ୍ଷୟକ୍ଷତିର ସ୍ମାରକପତ୍ର ଦେବା ପୂର୍ବରୁ ମେ’ ୧୨ରୁ ୧୫ତାରିଖ ପର୍ଯ୍ୟନ୍ତ ଆନ୍ତଃ ମନ୍ତ୍ରଣାଳୟ କମିଟି ଫୋନି ଜନିତ କ୍ଷୟକ୍ଷତି ବୁଲି ଦେଖିଥିଲା। ଏହାପରେ ଓଡ଼ିଶା ସରକାର ଏନଡିଆରଏଫରୁ ୫୨୨୭.୬୮ କୋଟି ଟଙ୍କା ସହାୟତା ଦାବି କରି ସ୍ମାରକପତ୍ର ଦେଇଛନ୍ତି। ଏହା ମିଳିବା ପରେ ଆନ୍ତଃ ମନ୍ତ୍ରଣାଳୟ କମିଟି ଜୁନ୍ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଯାଇ ପୁଣିଥରେ କ୍ଷୟକ୍ଷତି ଆକଳନ କରିଛନ୍ତି। ଏହି ରିପୋର୍ଟ ମିଳିବା ପରେ ନିର୍ଦ୍ଧାରିତ ନିୟମ ଅନୁସାରେ ଏନଡିଆରଏଫରୁ ପୁଣିଥରେ ସହାୟତା ଯୋଗାଇ ଦିଆଯାଇ ପାରିବ ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story