ସାମନାରୁ ଆସିଲେ, ଦେଢ ଲକ୍ଷର ଚେନ୍‌ ଝାମ୍ପିନେଲେ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଦିନ ଦ୍ୱିପ୍ରହରରେ ଚାଲିଚାଲି ଯାଉଥିଲେ ମହିଳା । ହଠାତ୍‌ ସାମନା ପଟୁ ଏକ ବାଇକ୍‌ରେ ଆସି ଦେଢ ଲକ୍ଷର ଚେନ୍‌ ଝାମ୍ପିନେଲେ ୨ ଯୁବକ । ଏପରି ଘଟଣା ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଅଂଚଳରେ ଘଟିଛି। ଲୁଟ୍‌ର ଶିକାର ହୋଇଥିବା ମହିଳାଜଣକ ହେଲେ  ନିବେଦିତା ସାହୁ । ନିବେଦିତାଙ୍କ କହିବାନୁଯାୟୀ,  ସେ ଏକ ଦୋକାନରୁ ବାହାରି ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଲୁଟେରାମାନେ ତାଙ୍କୁ ଟାର୍ଗେଟ କରିଥିଲେ । ଏହାପରେ ଏକ ବାଇକ୍‌ରେ ୨ […]

loot

loot

Niharika Rout
  • Published: Thursday, 09 December 2021
  • Updated: 09 December 2021, 08:28 AM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଦିନ ଦ୍ୱିପ୍ରହରରେ ଚାଲିଚାଲି ଯାଉଥିଲେ ମହିଳା । ହଠାତ୍‌ ସାମନା ପଟୁ ଏକ ବାଇକ୍‌ରେ ଆସି ଦେଢ ଲକ୍ଷର ଚେନ୍‌ ଝାମ୍ପିନେଲେ ୨ ଯୁବକ । ଏପରି ଘଟଣା ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଅଂଚଳରେ ଘଟିଛି। ଲୁଟ୍‌ର ଶିକାର ହୋଇଥିବା ମହିଳାଜଣକ ହେଲେ  ନିବେଦିତା ସାହୁ ।

ନିବେଦିତାଙ୍କ କହିବାନୁଯାୟୀ,  ସେ ଏକ ଦୋକାନରୁ ବାହାରି ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଲୁଟେରାମାନେ ତାଙ୍କୁ ଟାର୍ଗେଟ କରିଥିଲେ । ଏହାପରେ ଏକ ବାଇକ୍‌ରେ ୨ ଜଣ ସାମ୍ନା ପଟୁ ଆସିଲେ। ସେମାନଙ୍କ ମଧ୍ୟରୁ ପଛରେ ବସିଥିବା ଯୁବକ ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲା।  ଲୁଟ୍ ହୋଇଥିବା ସୁନା ଚେନ୍‌ର ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ହେବ ବୋଲି ମହିଳାଜଣକ କହିଛନ୍ତି।

ଏ ନେଇ ସେ ଅଇଁଠାପାଲି ଥାନାରେ ଅଭିଯୋଗ କରିଛନ୍ତି ।  ଲୁଟ୍ ସ୍ଥଳରେ ଡ୍ୟୁଟିରେ ଥିବା ୨ ଟ୍ରାଫିକ କର୍ମଚାରୀ ଲୁଟେରାକୁ ପିଛା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ  । ଆଖ ପାଖରେ ଥିବା ସିସିଟିଭି ଭିଡିଓକୁ ଯାଂଚ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଦିନଦ୍ୱିପ୍ରହରରେ ଏପରି ଘଟଣା ଘଟୁଥିବା ବେଳେ  ସମ୍ବଲପୁରରେ ସାଧାରଣ ଲୋକ କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos