ପେଟିରୁ ବେକ କଟା ଶିଶୁର ମୃତଦେହ ଉଦ୍ଧାର

କେନ୍ଦୁଝର: ରାସ୍ତା କଡ଼ରେ ପଡ଼ିଥିବା ଏକ ପେଟି ଭିତରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଶିଶୁର ନାଇ ଲାଗିଥିବା ବେଳେ ବେକ କଟାଯାଇଥିବା ଦେଖିବାକୁ ମିଳିଛି। ଏପରି ସମ୍ୱେଦନଶୀଳ ଘଟଣା ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ସଦର ଥାନା ଅଞ୍ଚଳରେ ଘଟିଛି। କୁମାରୀ ମାତୃତ୍ୱ ପରେ ଲୋକଲଜ୍ଜାରୁ ବର୍ତ୍ତିବା ପାଇଁ କେହି ଶିଶୁଟିକୁ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି।

ଆଜି ସକାଳେ କେନ୍ଦୁଝର ସଦର ବାଇପାସ୍‌ ଏନ୍‌ଏଚ୍‌-୨୦ ପାର୍ଶ୍ୱରେ ଏକ ପେଟିରେ ଶିଶୁର ମୃତଦେହ ପଡ଼ିଥିଲା। ନବଜାତ ଶିଶୁର ପୁତ୍ରର ନାଇ କଟାଇନଥିବା ବେଳେ ଅତି ବିଭତ୍ସ ଭାବେ ତା’ ବେକ କଟା ଯାଇଥିବା ଦେଖିବାକୁ ମିଳିଥିଲା। ମୃତ ଶିଶୁ ପାଖରେ କିଛି ଲୁଗା ମଧ୍ୟ ପଡ଼ିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଶିଶୁକୁ କିଏ ଓ କଣ ପାଇଁ ଅତି ନିର୍ଦ୍ଦୟଭାବେ ହତ୍ୟା କଲା ତାହା ଜଣାପଡ଼ିନି। ସ୍ଥାନୀୟ ଲୋକେ ଏ ନେଇ ସଦର ଥାନା ପୋଲିସ ଖବର ପାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।