ଝିଅ ଓ ସାପକୁ ଧରି ମେଡିକାଲ୍‌ରେ ପହଞ୍ଚିଲେ ବାପା-ମାଆ!

ଜଳେଶ୍ୱର(ଅଜିତ କୁମାର ଦାସ): ବିଛଣାରେ ଶୋଇଥିବା ବେଳେ ଝିଅକୁ ଦଂଶିଲା ବିଷଧର ସାପ। ପରିବାର ଲୋକେ ସାପ ସହିତ ଝିଅକୁ ଧରି ପହଞ୍ଚିଲେ ହସ୍ପିଟାଲ୍‌ରେ। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବାୟା ଗ୍ରାମରେ ଘଟିଛି। ରବିବାର ରାତିରେ ବାୟା ଗାଁର ଦିଲ୍ଲିପ ପାଣିଗ୍ରାହୀଙ୍କର  ୮ ମାସର ଶିଶୁ କନ୍ୟା ପ୍ରୀୟଙ୍କା ମଶାରୀ ଭିତରେ ଶୋଇଥିଲା। ଭୋର ସମୟରେ ଝିଅଟି ରାହା ଧରି କାନ୍ଦିଥିଲା। ଝିଅର କାନ୍ଦ ଶୁଣି ବାପା ଓ ମାଆ […]

Balasore

Balasore

Manoranjan Sial
  • Published: Monday, 28 November 2022
  • Updated: 28 November 2022, 04:00 PM IST

ଜଳେଶ୍ୱର(ଅଜିତ କୁମାର ଦାସ): ବିଛଣାରେ ଶୋଇଥିବା ବେଳେ ଝିଅକୁ ଦଂଶିଲା ବିଷଧର ସାପ। ପରିବାର ଲୋକେ ସାପ ସହିତ ଝିଅକୁ ଧରି ପହଞ୍ଚିଲେ ହସ୍ପିଟାଲ୍‌ରେ। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବାୟା ଗ୍ରାମରେ ଘଟିଛି।

ରବିବାର ରାତିରେ ବାୟା ଗାଁର ଦିଲ୍ଲିପ ପାଣିଗ୍ରାହୀଙ୍କର  ୮ ମାସର ଶିଶୁ କନ୍ୟା ପ୍ରୀୟଙ୍କା ମଶାରୀ ଭିତରେ ଶୋଇଥିଲା। ଭୋର ସମୟରେ ଝିଅଟି ରାହା ଧରି କାନ୍ଦିଥିଲା। ଝିଅର କାନ୍ଦ ଶୁଣି ବାପା ଓ ମାଆ ତା’ ପାଖରେ ଧାଇଁ ଯାଇଥିଲେ। ଝିଅ ଶୋଇଥିବା ମଶାରୀ ଭିତରେ ଏକ ବିଷଧର ସାପ ବୁଲୁଥିବା ଦେଖିବାକୁ ପାଇଥିଲେ। ସାପଟି ଝିଅର ହାତ ପାପୁଲିକୁ ଦଂଶନ କରିଥିଲା। ପରିବାର ଲୋକେ ଝିଅ ଓ ସାପକୁ ବସ୍ତା ହସ୍ପିଟାଲକୁ ଆସିଥିଲେ। ମାତ୍ର ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ। ଝିଅର ଜୀବନ ବଞ୍ଚାଇବା ପାଇଁ ପରିବାର ଲୋକେ ସାପକୁ ଧରି ହସ୍ପିଟାଲ ଆସିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos