୯ବର୍ଷର ପୁତୁରା ଉପରେ ଅକଥନୀୟ ଅତ୍ୟାଚାର, ଦାଦା ଓ ଖୁଡ଼ିର ବର୍ବରତା

କଟକ(ଓଡ଼ିଶା ରିପୋଟ): ମର୍କତନଗର ଥାନା ସିଡିଏ ସେକ୍ଟର ୭ରେ ଅଭାବନୀୟ ଘଟଣା। ଅଝଟ ହେବାରୁ ୯ ବର୍ଷର ପୁଅକୁ ଚେଙ୍କ ସହ ବେଲ୍ଟରେ ମାଡ଼ ଦେଲେ ଦାଦା, ଖୁଡ଼ି। ସେମାନଙ୍କ ନାଁରେ ମର୍କତନଗର ଥାନାରେ ଏତଲା ଦେଲେ ଆଈ ଓ ଅଜା। ମା’ଙ୍କ ମୃତ୍ୟୁ ପରେ ପିଲାଟିକୁ ଅଜା, ଆଇଙ୍କ ପାଖରୁ ନେଇ ଜୋର କରି ରଖିଥିଲେ ଦାଦା, ଖୁଡ଼ି। ଅଭିଯୋଗକାରୀ ଆଈ ବୈଜୟନ୍ତୀ ରାଉତ, ଅଜା ମଦନମୋହନ ରାଉତଙ୍କ ଘର ଢେଙ୍କାନାଳ ମାନପୁର ଅଞ୍ଚଳରେ। ତାଙ୍କ […]

child

child

Niranjan Mishra
  • Published: Saturday, 08 October 2022
  • Updated: 08 October 2022, 08:09 PM IST

Sports

Latest News

କଟକ(ଓଡ଼ିଶା ରିପୋଟ): ମର୍କତନଗର ଥାନା ସିଡିଏ ସେକ୍ଟର ୭ରେ ଅଭାବନୀୟ ଘଟଣା। ଅଝଟ ହେବାରୁ ୯ ବର୍ଷର ପୁଅକୁ ଚେଙ୍କ ସହ ବେଲ୍ଟରେ ମାଡ଼ ଦେଲେ ଦାଦା, ଖୁଡ଼ି। ସେମାନଙ୍କ ନାଁରେ ମର୍କତନଗର ଥାନାରେ ଏତଲା ଦେଲେ ଆଈ ଓ ଅଜା। ମା’ଙ୍କ ମୃତ୍ୟୁ ପରେ ପିଲାଟିକୁ ଅଜା, ଆଇଙ୍କ ପାଖରୁ ନେଇ ଜୋର କରି ରଖିଥିଲେ ଦାଦା, ଖୁଡ଼ି।

ଅଭିଯୋଗକାରୀ ଆଈ ବୈଜୟନ୍ତୀ ରାଉତ, ଅଜା ମଦନମୋହନ ରାଉତଙ୍କ ଘର ଢେଙ୍କାନାଳ ମାନପୁର ଅଞ୍ଚଳରେ। ତାଙ୍କ ଝିଅ ୨୦୧୩ ବଅଁରପାଳ ଅଞ୍ଚଳର ତଥା କଟକ ସିଡିଏ ସେକ୍ଟର ୬ରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ନାତି ଜନ୍ମ ହେବା ପରେ ଝିଅ ପୁଣି ଗର୍ଭବତୀ ହୋଇଥିଲା। ୮ ମାସ ଗର୍ଭବତୀ ଥିବା ବେଳେ ୨୦୧୮ରେ ଝିଅର ଅକସ୍ମାତ୍ ମୃତ୍ୟୁ ହୋଇଥିଲା। ପରେ ଜ୍ୱାଇଁ ଦ୍ୱିତୀୟ ବିବାହ କରିଥିଲେ। ହେଲେ ଦୁହିଁଙ୍କ ଭିତରେ ମନମାଳିନ୍ୟ ଘଟିବା ସହ ମାମଲା କୋର୍ଟକୁ ଯାଇଥିଲା ଓ ବିବାହ ବିଚ୍ଛେଦ ହୋଇଥିଲା। ଏହି ସମୟରେ ନାତିର ସୁରକ୍ଷା ଯତ୍ନ ଭାର ନେଇଥିଲେ ଅଜା ଓ ଆଈ। ନାତି ୨ୟ ଶ୍ରେଣୀ ପର୍ଯ୍ୟନ୍ତ ପ‍ଢ଼ିବା ପରେ ହଠାତ୍ ନାତିର ସୁରକ୍ଷା ଓ ଯତ୍ନ ଦାୟିତ୍ୱ କଟକରେ ରହୁଥିବା ଜେଜେ ଓ ଜେଜେ ମା’ ନେବେ ବୋଲି ଯାଇ କହିଥିଲେ ଓ ଶିଶୁ ନେଇ ଚାଲି ଆସିଥିଲେ। ସେଠାରେ ସେ ଦାଦା, ଖୁଡ଼ିଙ୍କ ପାଖରେ ରହି ୩ୟ ଶ୍ରେଣୀରେ ପଢ଼ୁଥିଲା। ଦଶହରା ଦିନ ହଠାତ୍ କଟକରେ ଯାଇଥିଲେ ଅଜା ଓ ଆଈ। ନାତି ଟୋକାକୁ ଘରକୁ ବୁଲାଇବାକୁ କହିଥିଲେ। ହେଲେ ପ୍ରଥମେ ଅରାଜି ହୋଇଥିଲେ ହେଁ ପରେ ଜେଜେ ମା’ ଓ ଖୁଡ଼ି ନାତିକୁ ଛାଡ଼ିଥିଲେ। ଆଈ ଘରେ ପହଞ୍ଚିବା ପରେ ଖାଇ, ପିଇ ସାରି ଠିକ୍ ରାତିରେ ଶୋଇବା ବେଳେ ତାକୁ ଦାଦା, ଖୁଡ଼ି ନିର୍ଯାତନା ଦେବାର ଲୋମ ଟାଙ୍କୁରା କଥା ଆଈ ଆଗରେ କହିଥିଲା।

ତାଙ୍କୁ ପିଠା ପାତିଆରେ ଶରୀର ବିଭିନ୍ନ ସ୍ଥାନରେ ଚେଙ୍କ ଦିଆଯାଉଥିବା, ତଣ୍ଟିକୁ ଚିପି ଖଣ୍ଡିଆ କରି ଦିଆଯାଇଥିବା, ଜ୍ୱର ହେବା ବେଳେ ବାନ୍ତି କରିବାରୁ ଏହାକୁ ତାର ମୁହଁରେ ବୋଳି ଦେବା ସହ ରାତି ଅଧରେ ଘରୁ ବାହାର କରିଦେଇ ପେଟକୁ ଜୋତାରେ ମାରିବା, କଥା ନ ମାନିଲେ ରାତିରେ ଘରୁ ବାହାର କରିଦେଇ ଚୌକିଆ ବସାଇବା ଓ ଚୌକିଆ ନ ବସି ପାରିଲେ ପେଟକୁ ଆଣ୍ଠୁଆ ମାରିବା, ହସଖୁସି କଲେ ଦାଦା ବେଲ୍ଟରେ ମାଡ଼ ମାରୁଥିବା ନେଇ ଆଈ ଆଗରେ ନାତି କହିଥିଲା। ଏକଥା କାହାକୁ ନ କହିବାକୁ ଓ କହିଲେ ଜୀବନରୁ ମାରି ଦିଆଯିବ ଧମକ ଦିଆଯାଇଥିବା ମଧ୍ୟ ଶିଶୁଟି କହିଛନ୍ତି।

ଶିଶୁଟି ମଧ୍ୟ ପୁଲିସ ଆଗରେ ଏଭଳି ନିର୍ଯାତନାର ଲୋମଟାଙ୍କୁରା କଥା ବଖାଣିଛି। ଲିକୁ ଦାଦା ଓ ପାୟଲ ଖୁଡ଼ି ତାଙ୍କୁ ମାସେ ହେବ ଏଭଳି ଅକଥନୀୟ ନିର୍ଯାତନା ଦେଇଥିବା ଏବଂ ମାଡ଼ ମରାଯାଉଥିବାର ଦାଗ ଦେଖାଇଥିଲା। ଶିଶୁଟିର ତଣ୍ଟି, ହାତ, ଗୋଡ଼, ପିଠି ପ୍ରଭୃତି ସ୍ଥାନରେ ଚେଙ୍କ ଓ ମାଡ଼ ମରାଯାଉଥିବା ଦାଗ ଦେଖିବାକୁ ମିଳିଛି।

ଅଭିଯୋଗକୁ ଭିତ୍ତି କରି ମର୍କତନଗର ପୁଲିସ ଏକ ମାମଲା କରିଛି। ଆଇପିସିର ଦଫା ୫୦୬, ୩୨୩, ୩୨୪, ୩୪୧ ଓ ୨୩ ଜୁଭେନାଲ ଆକ୍ଟରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ନାବାଳକର କାଉନସିଲିଂ ସହ ସୁରକ୍ଷା ଓ ଯତ୍ନ ନିମନ୍ତେ ତାକୁ CWCରେ ମର୍କତନଗର ପୁଲିସ ହାଜର କରିବ ବୋଲି ଜଣାପଡ଼ିଛି।

ସେପଟେ ଖୁଡ଼ି ଶ୍ରୁତିବାଳା ସାହୁ ଫୋନ୍ ଯୋଗେ ସମସ୍ତ ଘଟଣାକୁ ଖଣ୍ଡନ କରିଛନ୍ତି। ଅଘାତ ଗୁଡ଼ିକ ଅକସ୍ମାତ୍ ଲାଗିଥିବା ବେଳେ ତାଙ୍କୁ ମିଛରେ ବଦନାମ କରାଯାଉଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos