ଠିକ୍‌ ସମୟରେ ଶିଶୁ ସୁରକ୍ଷା ସମିତି ସଦସ୍ୟ ପହଞ୍ଚିନଥିଲେ ବଧୂ ସାଜିଥାନ୍ତା ନାବାଳିକା

କଲ୍ୟାଣସିଂହପୁର: ବାଲ୍ୟବିବାହ ପ୍ରଥା କେଉଁ କାଳରୁ ଉଚ୍ଛେଦ ହେଲାଣି। ଏଥିପାଇଁ ସରକାର ସ୍ୱତନ୍ତ୍ର ଆଇନ୍‌ ମଧ୍ୟ ପ୍ରଣୟନ କରିଛନ୍ତି। ଆଇନ୍‌ରେ ବଲ୍ୟ ବିବାହ ଏକ ଦଣ୍ଡନୀୟ ଅପରାଧ ବୋଲି ବ୍ୟବସ୍ଥା ରହିଛି। ଏହା ସତ୍ତ୍ୱେ କେତେକ ବ୍ୟକ୍ତି ଏହି ଆଇନ୍‌କୁ ଉଲ୍ଲଂଘନ କରି ବାଲ୍ୟବିବାହ କରାଉଛନ୍ତି। ଏପରି ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଛି। ଠିକ୍‌ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଦସ୍ୟମାନେ ପହଞ୍ଚି ନ ଥିଲେ ଆଜି ହୁଏତ ବାଳିକା ବଧୂ ସାଜିଥାନ୍ତା।

ଆସନ୍ତାକାଲି କାଶିପୁର କରଞ୍ଜାକୁପାଖଲ ଗାଁର ନିରଞ୍ଜନ ନାୟକ ସାନ୍ତିନଗରେ ଜଣେ ନାବାଳିକାଙ୍କୁ ବିବାହ କରିବାର ଥିଲା। ଏ ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀମାନେ ଜାଣିପାରି ଉକ୍ତ ଗାଁରେ ପହଞ୍ଚି ନାବାଳିକାଙ୍କ ପରିବାର ଲୋକଙ୍କୁ ବୁଝାଶୁଝା କରିଥିଲେ। ଝିଅକୁ ୧୮ ନହେବା ପର୍ଯ୍ୟନ୍ତ ହେବା ପରେ ବାହାଘର ହେବ ବୋଲି ପ୍ରସ୍ତାବ ଦେଇଥିଲେ। ଏଥିରେ ଉଭୟ ପରିବାର ରାଜି ହୋଇ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ବାଲ୍ୟ ବିବାହ ସ୍ଥଗିତ ରହିଥିଲା।

ଆହୁରି ପଢ଼ନ୍ତୁ

ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦାବି ମାନିନିଅନ୍ତୁ ସରକାର: କଂଗ୍ରେସ

ଶାରଳା ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ମନୋଜ ପଣ୍ଡାଙ୍କ ବିୟୋଗ

୨ ଲକ୍ଷ ପିଲାଙ୍କ ପାଇଁ ପରୀକ୍ଷା କରିବା ସମ୍ଭବ ନୁହେଁ: କେନ୍ଦ୍ରକୁ ଜଣାଇଲା ଓଡ଼ିଶା

ସଚିବସ୍ତରୀୟ ବୈଠକ: ମହାମାରୀରେ ବି ରାଜ୍ୟର ଅଣଟିକସ ରାଜସ୍ୱ ବୃଦ୍ଧି

କେଉଁ ଫର୍ମୁଲାକୁ ଅପଣାଇବେ ସରକାର? ସ୍କୁଲ ଖୋଲିଲେ ନିଷ୍ପତ୍ତି

କେନ୍ଦ୍ରାପଡ଼ାବାସୀଙ୍କୁ ଖୁସି ଖବର ଦେଲେ ବୈଜୟନ୍ତ

ବିଜେଡିକୁ ମିଳୁନାହାନ୍ତି ଦକ୍ଷ-ସ୍ୱଚ୍ଛ ଯୁବ ଓ ଛାତ୍ର ମୁଖିଆ, କସରତ ଜାରି

ମୋ ହାତରେ ଲାଗିଛି ପ୍ରମାଣ, ସବୁ ଖୋଲାସା କରିବି

ମଦ୍ୟପଙ୍କ ମନର ବେଦନା ଶୁଣିଲେ ସରକାର! ରେଟ୍‌ କମିଲା

ଆରୋଗ୍ୟ ହେଲେ ୪୦୧ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ହୋଲଡିଂ ଟିକସ ରିହାତି ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି

ଦଳୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ ମାନିଲେନି ସାମାଜିକ ଦୂରତ୍ୱ