କଟକ (ଓଡ଼ିଶା ରିପୋର୍ଟର): ଆଉ ଦିନକ ପରେ ମକର ସଂକ୍ରାନ୍ତି। ତେବେ ଏହା ପୂର୍ବରୁ କଟକ ମ୍ୟୁନିସିପାଲ୍ କର୍ପୋରେସନ୍ (CMC) ବଡ଼ ନିଷ୍ପତ୍ତି ନେଇଛି। ମକର ସଂକ୍ରାନ୍ତିକୁ ଆଖି ଆଗରେ ରଖି ଗୁଡ଼ି ଉଡ଼ାରେ ବ୍ୟବହୃତ ଚାଇନିଜ୍ ମାଞ୍ଜା ଉପରେ ବ୍ୟାନ୍ ଲଗାଇଛି CMC। ଏହାଛଡ଼ା କାଚ ଲଗାଇ ପ୍ରସ୍ତୁତ ହେଉଥିବା ଅନ୍ୟ ସମସ୍ତ ପ୍ରକାରର ସୂତାକୁ ମଧ୍ୟ ବ୍ୟାନ୍ କରିଛି CMC।
ଗୁଡ଼ି ସୂତାରେ ଜୀବନହାନୀ ହେବା ଆଶଙ୍କାରେ ଏହି ମାଞ୍ଜା ଓ କାଚ ଲଗା ସୂତାକୁ ବ୍ୟାନ୍ କରାଯାଇଛି। ଏ ନେଇ CMC ଗାଇଡଲାଇନ୍ ଜାରି କରିଛି। ଯେଉଁ ସବୁ ଆଇଟମ୍ ବ୍ୟାନ୍ କରାଯାଇଛି, ତା'ର ବିକ୍ରିକୁ ରୋକିବା ପାଇଁ CMC ତିନୋଟି ଟିମ୍ ଗଠନ କରିଛି।
ପ୍ରଥମ ଟିମରେ ପଞ୍ଚାନନ ପାଲ୍ (ଟିମ୍ ଲିଡର୍), ପ୍ରଫୁଲ୍ଲ କୁମାର ମଙ୍ଗଳ, ସୁବାସ ଚନ୍ଦ୍ର ବାରିକ, ଏସକେ ଅଲମାସ୍ ରହିଥିବା ବେଳେ ୨ୟ ଟିମରେ ରଞ୍ଜିତ କୁମାର ସାହୁ (ଟିମ୍ ଲିଡର୍), ଧବଳୀ ରାଓ, ଟି. ବୁଜି ଓ ଅଶୋକ କୁମାର ବାରିକ ଏବଂ ତୃତୀୟ ଟିମରେ ବଂଶୀଧର ସାହୁ (ଟିମ୍ ଲିଡର୍), ନିରଞ୍ଜନ ବ୍ରହ୍ମ, ସୁରେନ୍ଦ୍ର ନାୟକ ଓ ଜ୍ୟୋତି ରଞ୍ଜନ ଦାସ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆଜି ଉଦଯାପିତ ହେବ ପ୍ରବାସୀ ଭାରତୀୟ ସମ୍ମେଳନ, ସାମିଲ ହେବେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ସମ୍ମେଳନରେ ସାମିଲ ହେବା ଲାଗି ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଯୋଗ ଦେବେ ମହାମହିମ।
Politics
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ଥାନାରେ ଅଟକ, କହିଲେ- ଏପରି ଗଣତନ୍ତ୍ର ଚଳିବ ନାହିଁ
ଆଜି ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଅଛି । ତା’ ପୂର୍ବରୁ ବିଶାଳ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ ।ପୁଲିସର କାର୍ଯ୍ୟାନୁଷ୍ଠାନକୁ ବେଆଇନ ବୋଲି କହିବା ସହ ଏହାର ପ୍ରତିବାଦ କରିଛନ୍ତି ବିଶାଲ ଦାସ ।
Accident
ବ୍ରିଜ ତଳକୁ ଖସିଲା ବସ୍, ଭିତରେ ଥିଲେ ୪୫ ଯାତ୍ରୀ
ପ୍ରାୟ ୪୦ରୁ ୪୫ ଜଣ ଯାତ୍ରୀ ଗତ ରାତିରେ ଏକ ବସ୍ ଯୋଗେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକର ଗୁଣ୍ଠୁଣି ଗ୍ରାମରୁ ବାହାରିଥିଲେ। ସେମାନେ କାଳୀଜାଇ ଦେଖିବା ପାଇଁ ଯାଉଥିଲେ।
Miscellaneous
ଭିନ୍ନକ୍ଷମଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ: ଜିଲ୍ଲାପାଳଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଅନୁମତି
ଏବେ ପ୍ରଚଳିତ ନିୟମ ଅନୁସାରେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ ନିମନ୍ତେ ଜିଲ୍ଲାଗୁଡ଼ିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାଏ ।