ଠକ ସଂସ୍ଥାକୁ ପାନେ: ଚିଟ୍‌ଫଣ୍ଡ କମ୍ପାନୀ କାଟଲୁନ୍‌ର ହେବ ସମ୍ପତ୍ତି ବାଜ୍ୟାପ୍ତି

ଭୁବନେଶ୍ୱର: ଚିଟଫଣ୍ଡ ଠକେଇ ଅଭିଯୋଗରେ କାଟଲୁନ୍ ମ୍ୟାନେଜମେଣ୍ଟ ଆଣ୍ଡ ଫାଇନାନସିଆଲ ସର୍ଭିସ ଲିମିଟେଡ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ହେବ। ମାମଲାର ଶୁଣାଣି କରି ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସଂସ୍ଥା ଭୁବନେଶ୍ୱର ଓ ଗଂଜାମ ଜିଲ୍ଲାର ଭଞ୍ଜନଗରରେ ଶାଖା କାର୍ଯ୍ୟାଳୟ ଖୋଲି ଲୋକଙ୍କ ଠାରୁ ଟଙ୍କା ଜମା ନେଇଥିବା ଅଭିଯୋଗ ହୋଇଥିଲା। ମାମଲାରେ ସଂସ୍ଥାର ନିର୍ଦ୍ଦେଶକ ଅଶ୍ୱିନୀ ନାୟକ ଏବଂ ପ୍ରମୋଟର କୈଳାସ ଚନ୍ଦ୍ର ସେଠୀ ପୂର୍ବରୁ ଗିରଫ ହୋଇଥିଲେ। […]

chit

Rakesh Mallick
  • Published: Saturday, 06 May 2017
  • , Updated: 07 May 2017, 07:48 AM IST

ଭୁବନେଶ୍ୱର: ଚିଟଫଣ୍ଡ ଠକେଇ ଅଭିଯୋଗରେ କାଟଲୁନ୍ ମ୍ୟାନେଜମେଣ୍ଟ ଆଣ୍ଡ ଫାଇନାନସିଆଲ ସର୍ଭିସ ଲିମିଟେଡ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ହେବ। ମାମଲାର ଶୁଣାଣି କରି ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ସଂସ୍ଥା ଭୁବନେଶ୍ୱର ଓ ଗଂଜାମ ଜିଲ୍ଲାର ଭଞ୍ଜନଗରରେ ଶାଖା କାର୍ଯ୍ୟାଳୟ ଖୋଲି ଲୋକଙ୍କ ଠାରୁ ଟଙ୍କା ଜମା ନେଇଥିବା ଅଭିଯୋଗ ହୋଇଥିଲା। ମାମଲାରେ ସଂସ୍ଥାର ନିର୍ଦ୍ଦେଶକ ଅଶ୍ୱିନୀ ନାୟକ ଏବଂ ପ୍ରମୋଟର କୈଳାସ ଚନ୍ଦ୍ର ସେଠୀ ପୂର୍ବରୁ ଗିରଫ ହୋଇଥିଲେ। ସଂସ୍ଥାର ଅନ୍ୟ ୮ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି।  ଜମାକାରୀଙ୍କ ଠାରୁ ଏହି ସଂସ୍ଥା ପ୍ରାୟ ୧ କୋଟି ୩୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

Related story