ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ ପ୍ରକିୟା: ଠକସଂସ୍ଥାଙ୍କ ସମ୍ପତ୍ତି ନିଲାମ ପାଇଁ ନୂଆ ଗାଇଡଲାଇନ୍ ଜାରି

ଭୁବନେଶ୍ୱର: ଚିଟଫଣ୍ଡ ସଂସ୍ଥା ରୋଜଭ୍ୟାଲି, ସାଫେକ୍ସ ଓ ଆସ୍ଥା। ତିନି ଠକ ଚିଟଫଣ୍ଡ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ନେଇ ଆସି ସାରିଛି କୋର୍ଟଙ୍କ ନିର୍ଦ୍ଦେଶ। ଏହି ତିନି ସଂସ୍ଥାର ସମ୍ପତ୍ତି ମୂଲ୍ୟ ପ୍ରାୟ ୧୨୭ କୋଟି। ଏବେ ଏହାର ନିଲାମ ପାଇଁ ପ୍ରକିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। କେବଳ ଏହି ତିନି ସଂସ୍ଥା ନୁହେଁ, ଠକ ସଂସ୍ଥାଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ କୋର୍ଟଙ୍କ ନିର୍ଦ୍ଦେଶ ପରେ, ନିଲାମୀ ଲାଗି ଅର୍ଥବିଭାଗ ନୂଆ ଗାଇଡଲାଇନ ଜାରି କରିଛି। […]

chitfund

Rakesh Mallick
  • Published: Thursday, 29 October 2015
  • , Updated: 30 October 2015, 04:19 AM IST

ଭୁବନେଶ୍ୱର: ଚିଟଫଣ୍ଡ ସଂସ୍ଥା ରୋଜଭ୍ୟାଲି, ସାଫେକ୍ସ ଓ ଆସ୍ଥା। ତିନି ଠକ ଚିଟଫଣ୍ଡ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ନେଇ ଆସି ସାରିଛି କୋର୍ଟଙ୍କ ନିର୍ଦ୍ଦେଶ। ଏହି ତିନି ସଂସ୍ଥାର ସମ୍ପତ୍ତି ମୂଲ୍ୟ ପ୍ରାୟ ୧୨୭ କୋଟି। ଏବେ ଏହାର ନିଲାମ ପାଇଁ ପ୍ରକିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। କେବଳ ଏହି ତିନି ସଂସ୍ଥା ନୁହେଁ, ଠକ ସଂସ୍ଥାଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ କୋର୍ଟଙ୍କ ନିର୍ଦ୍ଦେଶ ପରେ, ନିଲାମୀ ଲାଗି ଅର୍ଥବିଭାଗ ନୂଆ ଗାଇଡଲାଇନ ଜାରି କରିଛି। ସଂପତ୍ତି ନିଲାମୀରେ ସହଯୋଗ ପାଇଁ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ବା ଏମଏସଟିସି ସହ ଚୁକ୍ତି ମଧ୍ୟ କରାଯାଇଛି। ନୂଆ ଗାଇଡଲାଇନ ଅନୁସାରେ ବାଜ୍ୟାପ୍ତି ସଂପତ୍ତିର ଅପସେଟ ପ୍ରାଇସ୍ ଅର୍ଥାତ ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ ପାଇଁ ସଂପତ୍ତି ଥିବା ଜିଲ୍ଲାର ଜିଲ୍ଲାପାଳ ଏକ କମିଟି ଗଠନ କରିବେ। ଏହାର ଅଧ୍ୟକ୍ଷ ରହିବେ ଉପଜିଲ୍ଲାପାଳ। ପରେ ଏଡିଏମ ବା କମ୍ପିଟେଣ୍ଟ ଅଥରିଟି ସଂପତ୍ତିର ସବିଶେଷ ତଥ୍ୟ ଏମଏସଟିସି ୱେବସାଇଟରେ ଅପଲୋଡ କରିବେ। ପରେ ନିଲାମର ତାରିଖ ନେଇ ଜାତୀୟ ଓ ସ୍ଥାନୀୟ ଖବରକାଗଜରେ ବିଜ୍ଞାପନ ଦିଆଯିବ। ନିଲାମ ପରେ ଅର୍ଥକୁ ଏଡିଏମଙ୍କ ଆକାଉଣ୍ଟକୁ ପଠାଇବ ଏମଏସଟିସି। ଶେଷରେ ଡେଜିଗ୍ନେଟଡ କୋର୍ଟର ଅନୁମତି ନେଇ ଏଡିଏମ୍ ଜମାକାରୀଙ୍କ ଆକାଉଣ୍ଟକୁ ଟଙ୍କ। ପଠାଇବେ।

ଚିଟଫଣ୍ଡ ଠକେଇ ଘଟଣାରେ ଏବେ ସୁଦ୍ଧା ମୋଟ ୧୭ଟି ସଂସ୍ଥାଙ୍କ ନାଁରେ ୧୯ଟି ମାମଲା କୋର୍ଟଙ୍କ ବିଚାରାଧୀନ ରହିଛି। ଏମାନଙ୍କ ଭିତରେ ଅଛନ୍ତି ସାରଦା, ଅର୍ଥତତ୍ତ୍ୱ, ସି-ସୋର ଓ ଶସ୍ତ୍ର ଚିଟଫଣ୍ଡ ସଂସ୍ଥା। ୧୨ଟି ସଂସ୍ଥାର ମାମଲା ୬ ମାସରୁ ଅଧିକ ସମୟ ଧରି କୋର୍ଟରେ ବିଚାର ପାଇଁ ପଡ଼ି ରହିଛି। ଏହି ୧୭ଟି ସଂସ୍ଥାର ୧୪୪ କୋଟି ଟଙ୍କ। ଓ ୧୬୦ ଏକରରୁ ଅଧିକ ଜମି ବାଜ୍ୟାପ୍ତି ହୋଇଛି।

Related story