୧୧ରେ ସବୁ ତହସିଲ ସମ୍ମୁଖରେ ଗଣ ସତ୍ୟାଗ୍ରହ କରିବେ ଚିଟଫଣ୍ଡ କ୍ଷତିଗ୍ରସ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ ସଂସ୍ଥାଗୁଡ଼ିକ ଦ୍ୱାରା ଠକାମିର ଶିକାର ହୋଇ ନିଜର ଜମାପୁଞ୍ଜିକୁ ଫେରି ପାଇନଥିବା କ୍ଷତିଗ୍ରସ୍ତ ଜମାକାରୀମାନେ ଆସନ୍ତା ୧୧ତାରିଖରେ ରାଜ୍ୟର ସମସ୍ତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣ ସତ୍ୟାଗ୍ରହ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। କ୍ଷତିଗ୍ରସ୍ତ ମିଳିତ ମଂଚ ପକ୍ଷରୁ ଆଜି ଏନେଇ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତୁରନ୍ତ ଅର୍ଥ ଫେରସ୍ତ କରିବା ନିମନ୍ତେ ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ ସବୁ ତହସିଲ ଅଫିସ୍ ସମ୍ମୁଖରେ ଗଣ […]

Chit Fund Scam

Chit Fund Scam

Ordigital Desk
  • Published: Tuesday, 08 February 2022
  • Updated: 08 February 2022, 10:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ ସଂସ୍ଥାଗୁଡ଼ିକ ଦ୍ୱାରା ଠକାମିର ଶିକାର ହୋଇ ନିଜର ଜମାପୁଞ୍ଜିକୁ ଫେରି ପାଇନଥିବା କ୍ଷତିଗ୍ରସ୍ତ ଜମାକାରୀମାନେ ଆସନ୍ତା ୧୧ତାରିଖରେ ରାଜ୍ୟର ସମସ୍ତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣ ସତ୍ୟାଗ୍ରହ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

କ୍ଷତିଗ୍ରସ୍ତ ମିଳିତ ମଂଚ ପକ୍ଷରୁ ଆଜି ଏନେଇ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତୁରନ୍ତ ଅର୍ଥ ଫେରସ୍ତ କରିବା ନିମନ୍ତେ ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ ସବୁ ତହସିଲ ଅଫିସ୍ ସମ୍ମୁଖରେ ଗଣ ସତ୍ୟାଗ୍ରହ କରିବାକୁ ନିଷ୍ପତ୍ତି ନିଆଯାଇଛି। ମିଳିତ ମଂଚର ସଭାପତି ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମଂଚର ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

ମଂଚର ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ୱାଳ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଂଚର ଏକ ଭର୍ଚୁଆଲ୍ ବୈଠକରେ ରାଜ୍ୟର ପ୍ରତ୍ୟେକ ତହସିଲର ଜମାକାରୀ ପ୍ରତିନିଧିମାନେ ଯୋଗଦେଇ ଛୋଟ ବଡ଼ ନିର୍ବିଶେଷରେ ପ୍ରତ୍ୟେକ ଜମାକାରୀଙ୍କୁ ଟଙ୍କା ଫେରସ୍ତ, ଯେଉଁ ଜମାକାରୀଙ୍କ ଚିହ୍ନଟ ଓ ତହସିଲ୍ ଜରିଆରେ ଯାଂଚ ସରିଛି ସେମାନଙ୍କୁ ପଂଚାୟତ ନିର୍ବାଚନ ଫଳାଫଳ ଘୋଷଣାର ୭ଦିନ ମଧ୍ୟରେ ଟଙ୍କା ଫେରସ୍ତ, ଯେଉଁ ଜମାକାରୀମାନଙ୍କୁ ଚିହ୍ନଟ ବା ଯାଂଚ କରାଯାଇନାହିଁ ସେମାନଙ୍କ ଜମା ପ୍ରମାଣପତ୍ରର ଯାଂଚ ତହସିଲ୍ ଜରିଆରେ ପ୍ରତ୍ୟକ୍ଷ ଭାବେ କରାଇ ଏକ ମାସ ମଧ୍ୟରେ ଟଙ୍କା ଫେରସ୍ତ, ସାହାରା ଗ୍ରୁପ୍ ଅଧିନସ୍ଥ ୪ଟି ମଲ୍ଟିଷ୍ଟେଟ୍ ସମବାୟ ମାଧ୍ୟମରେ ବିଭିନ୍ନ ସ୍କିମ୍‌ରେ ନିଆଯାଇଥିବା ଜମାର ପରିପକ୍ୱ ରାଶି ସୁଧ ସହ ଆଗାମୀ ଏକ ମାସ ମଧ୍ୟରେ ଫେରସ୍ତ ଓ ଶେଷ ପର୍ଯ୍ୟନ୍ତ ଜମା ଆଦାୟ ବନ୍ଦ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଚିଟ୍‌ଫଣ୍ଡ ଠକାମୀରେ ଜଡ଼ିତ ସଂସ୍ଥାମାନଙ୍କଠାରୁ ଜବତ ବ୍ୟାଙ୍କବାଲାନ୍ସ, ସୁନା, ରୂପା ମୋହର, କୋଠାବାଡ଼ି, ଜମିଜମା ଶିଳ୍ପ, କଳକାରଖାନା, ଗାଡ଼ି ସମେତ ଜବତ ସମସ୍ତ ସମ୍ପତ୍ତିର ବିବରଣୀ ସହ କେଉଁ ସମ୍ପତ୍ତି ବିକ୍ରୟରୁ କେତେ ଟଙ୍କା ସରକାର ରଖିଛନ୍ତି ତାହାର ବିବରଣୀ ସର୍ବସାଧାରଣରେ ପ୍ରକାଶନ ପାଇଁ ମିଳିତ ମଂଚ ଦାବି କରିଛି ।

ଏସବୁ ଦାବିରେ ଆସନ୍ତା ଫେବୃୟାରୀ ୧୧ ତାରିଖ ଦିନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ୩୧୭ ତହସିଲ୍ ଅଫିସ୍ ସମ୍ମୁଖରେ କୋଭିଡ୍ ସତର୍କତା ସହ ଜମାକାରୀ ଗଣସତ୍ୟାଗ୍ରହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁ ଜମାକାରୀ ଯେଉଁ ତହସିଲ୍ ଅଂଚଳର ସେ ଜମାକାରୀ ସେହି ତହସିଲ୍ ସମ୍ମୁଖରେ ସତ୍ୟାଗ୍ରହ କରିବେ। ଆଜି ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ମଂଚର ପଦାଧିକାରୀମାନେ ସାମିଲ ହୋଇ ନିଜର ମତ ରଖିଥିଲେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story