ଭୁବନେଶ୍ୱର: ମା’ ମଙ୍ଗଳା ସେଭିଂସ୍ ଆଣ୍ଡ କ୍ରେଡିଟ୍ ଚିଟ୍ଫଣ୍ଡ୍ ସଂସ୍ଥାର ଦୁଇ ଜଣ ନିର୍ଦ୍ଦେଶକଙ୍କୁ ଆଜି ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱର ସିଜେଏମ୍ କୋର୍ଟ। ଏହି ଦୁଇ ନିର୍ଦ୍ଦେଶକ ହେଲେ ବିନାୟକ ମିଶ୍ର ଓ ଗୀତାଞ୍ଜଳି ପାଣିଗ୍ରାହୀ। ବିନାୟକଙ୍କୁ କୋର୍ଟ ୫ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଗୀତାଞ୍ଜଳିଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୫୦,୦୦୦ ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି।
୧୨ କୋଟି ଟଙ୍କା ଠକେଇ ଅଭିଯୋଗରେ ଉଭୟ ଗିରଫ ହୋଇ ୨୦୧୩ରୁ ଜେଲ୍ରେ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।