କଟକ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡ୍ କରିଥିବା ଦୁଇ ପ୍ରମୁଖ ଖଣି କମ୍ପାନି, ଇନ୍ଦ୍ରାଣୀ ପଟ୍ଟନାୟକ ଓ ତ୍ରିବେଣୀ ଆର୍ଥ ମୁଭର୍ସକୁ ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି ମିଳିଛି। ଇଡି ପକ୍ଷରୁ ଅଚଳ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟଗୁଡିକୁ ସଚଳ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫିକ୍ସଡ ଡିପୋଜିଟ୍ ଏକାଉଣ୍ଟଗୁଡ଼ିକୁ ଲିକ୍ୟୁଡେଟ୍ କରାଯାଇପାରିବ ନାହିଁ ବୋଲି କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି। ସେଗୁଡିକୁ ବ୍ୟାଙ୍କ ଗ୍ୟାରେଣ୍ଟି ଭାବେ ଗ୍ରହଣ କରାଯିବ। ଅନ୍ୟପଟେ ଆବେଦନକାରୀଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଇଡିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ତଦନ୍ତ ଶୀଘ୍ର କରିବାକୁ କୋର୍ଟ କହିବା ସହ ତିନି ମାସ ପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି।ଇଡିର ରେଡକୁ ବିରୋଧ କରି ଏକାଧିକ ଖଣି ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନଗୁଡିକର ଶୁଣାଣି କରି କୋର୍ଟ ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଗତ ୯ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତ୍ରିବେଣୀ, ଇନ୍ଦ୍ରାଣୀ ପଟ୍ଟନାୟକ, ସିରାଜୁଦ୍ଦିନ ଭଳି ବିନ୍ନ ଖଣି ସଂସ୍ଥା ଉପରେ ରେଡ୍ କରାଯାଇଥିଲା
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବ୍ୟାଙ୍କରୁ ଫେରୁଥିଲେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ, ୫ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁଇ ଲୁଟେରା
ସୁଶୀଲ ମାଝୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି।
Miscellaneous
କୁମ୍ଭମେଳା ପାଇଁ ଓଡ଼ିଶାରୁ ଗଡ଼ିବ ବସ୍; ମହିଳାଙ୍କ ପାଇଁ ୫୦% ରିହାତି
ମହିଳାଙ୍କ ପାଇଁ ୫୦% ରିହାତି ବ୍ୟବସ୍ଥା ରହିଛି। ରହିବା, ଖାଇବାର ବ୍ୟବସ୍ଥା କରିବ OSRTC। ପୁରୀ, ସମ୍ବଲପୁର, ଭବାନୀପାଟଣା ଓ ବ୍ରହ୍ମପୁରରୁ ବସ୍ ଗୁଡ଼ିକ ଅଯୋଧ୍ୟା ଯିବ ବୋଲି OSRTC ଅତିରିକ୍ତ ସଚିବ କହିଛନ୍ତି।
Crime
Z1ରେ ରହିଛି ହଂସିକାଙ୍କ ୩ଟି ଫ୍ଲାଟ୍; IT ଓ ପୁଲିସ୍ ଚଢ଼ଉ
ଠକେଇ ରାଣୀ ହଂସିକା ଅଭିଲିପ୍ସା ଓ ତାଙ୍କ ସ୍ୱାମୀ ଅନୀଲ ମହାନ୍ତିଙ୍କ ପେଡି ଖୋଲିବା ପାଇଁ ଉଭୟଙ୍କୁ ରିମାଣ୍ଡରେ ଆଣିଥିଲା ଆୟକର ବିଭାଗ(IT) ଓ କମିସନରେଟ୍ ପୁଲିସ୍।। କୋର୍ଟଙ୍କ ଅନୁମତି ପରେ ଉଭୟଙ୍କୁ ଜେରା ପାଇଁ ଆଣିଥିଲେ।
Guest Column
ଆର୍ଥିକ ଓ ସାମାଜିକ ସ୍ଥିତି ଆଧାରରେ ଶିକ୍ଷାସେବା ଜରୁରୀ
ଓଡ଼ିଶାରେ ମାଧ୍ୟମିକ ସ୍ତରରେ ପାଠ ଛାଡ଼ି ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ ରହୁଛି। ପ୍ରାୟ ୨୭.୩ ଭାଗ ଛାତ୍ରଛାତ୍ରୀ ମାଧ୍ୟମିକ ସ୍ତରରେ ପାଠପଢ଼ା ଛାଡ଼ି ଚାଲିଯାଉଛନ୍ତି। ରାଜ୍ୟରେ ପୂର୍ବତନ ସରକାର ନିର୍ବାଚନ ଆସିବା ପୂର୍ବରୁ ଏପରି ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ନବମ, ଦଶମ, ଏକାଦଶ ପିଲାମାନଙ୍କ ପାଇଁ ମାସିକ ଆର୍ଥିକ ସହାୟତା ଘୋଷଣା କରିଥିଲେ। ଏହା ନିର୍ବାଚନ ଉଦ୍ଦେଶ୍ୟରେ କରାଯାଇଥିବା ସେତେବେଳେ ସମସ୍ତେ ଉପଲବ୍ଧି କରିଥିଲେ।
Crime
ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିବାଦ କରିବାରୁ ଛୁରା ମାଡ଼
ନାବାଳିକାଜଣକ ପ୍ରତିବାଦ କରିବାରୁ ଯୁବକ ପାଲଟିଗଲେ ପିଶାଚ। ରକ୍ତମୁଖା ପାଲଟି ଏକ ଛୁରୀରେ ନାବାଳିକାଙ୍କୁ ଏକାଧିକ ଥର କଲେ ଛୁରା ମାଡ଼ ।