ଚିଟଫଣ୍ଡ ଠକେଇ: ସାଇନ୍ ଇଣ୍ଡିଆ ଆଗ୍ରୋ ଉପରେ ସିବିଆଇ ଚଢଉ

ଭୁବନେଶ୍ୱର:ସାଇନ୍ ଇଣ୍ଡିଆ ଆଗ୍ରୋ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ ଚିଟଫଣ୍ଡ ସଂସ୍ଥା ଉପରେ ସିବିଆଇ ଚଢ଼ଉ। ଓଡ଼ିଶାର ୨ଟି ସ୍ଥାନ ସମେତ ଆଜି ଏକକାଳୀନ ୧୬ଟି ସ୍ଥାନରେ ରେଡ୍ କରାଯାଇଛି। ପଶ୍ଚିମବଙ୍ଗର ଏହି ଚିଟଫଣ୍ଡ ସଂସ୍ଥା ଓଡ଼ିଶାରେ ମଧ୍ୟ ଶାଖା ଖୋଲି କାରବାର ଚଳାଇଥିଲା। ଏହି ଚିଟଫଣ୍ଡ ସଂସ୍ଥାର ପ୍ରାୟ  ୧୦ ଜଣ ନିର୍ଦେଶକଙ୍କ ଘରେ ଚଢାଉ ହୋଇଥିବା ସିବିଆଇ ଦିଲ୍ଲୀ କାର୍ଯ୍ୟାଳୟର ପିଆରଓଙ୍କ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମବଙ୍ଗର ୧୪ଟି ସ୍ଥାନ ସମେତ ଓଡ଼ିଶାର ୨ଟି ସ୍ଥାନରେ ମଧ୍ୟ […]

bbsr

bbsr

Rakesh Mallick
  • Published: Saturday, 06 June 2015
  • Updated: 06 June 2015, 02:41 PM IST

Sports

Latest News

ଭୁବନେଶ୍ୱର:ସାଇନ୍ ଇଣ୍ଡିଆ ଆଗ୍ରୋ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ ଚିଟଫଣ୍ଡ ସଂସ୍ଥା ଉପରେ ସିବିଆଇ ଚଢ଼ଉ। ଓଡ଼ିଶାର ୨ଟି ସ୍ଥାନ ସମେତ ଆଜି ଏକକାଳୀନ ୧୬ଟି ସ୍ଥାନରେ ରେଡ୍ କରାଯାଇଛି। ପଶ୍ଚିମବଙ୍ଗର ଏହି ଚିଟଫଣ୍ଡ ସଂସ୍ଥା ଓଡ଼ିଶାରେ ମଧ୍ୟ ଶାଖା ଖୋଲି କାରବାର ଚଳାଇଥିଲା। ଏହି ଚିଟଫଣ୍ଡ ସଂସ୍ଥାର ପ୍ରାୟ  ୧୦ ଜଣ ନିର୍ଦେଶକଙ୍କ ଘରେ ଚଢାଉ ହୋଇଥିବା ସିବିଆଇ ଦିଲ୍ଲୀ କାର୍ଯ୍ୟାଳୟର ପିଆରଓଙ୍କ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମବଙ୍ଗର ୧୪ଟି ସ୍ଥାନ ସମେତ ଓଡ଼ିଶାର ୨ଟି ସ୍ଥାନରେ ମଧ୍ୟ ଚଢ଼ାଉ କରାଯାଇଥିଲା। ଚଢ଼ଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର, ଦଳିଲ, ବ୍ୟାଙ୍କ ଡକ୍ୟୁମେଣ୍ଟ ଜବତ ହୋଇଛି। ୨୦୧୦ ମସିହାରୁ ଏହି ସଂସ୍ଥା ଚାଲୁଥିଲା। ଏହି ସଂସ୍ଥା ଓଡ଼ିଶାରେ ଜମାକାରୀଙ୍କଠାରୁ ପ୍ରାୟ ଦେଢ଼ଶହ କୋଟି ଟଙ୍କ। ଠକି ନେଇଥିବା ଅଭିଯୋଗ ରହିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos