ଚିତ୍ରକୋଣ୍ଡା: ବର୍ଷାରେ ଧୋଇଗଲା କଲଭର୍ଟ

ଚିତ୍ରକୋଣ୍ଡା: ତିନିଦିନ ଧରି ଲଘୁଚାପ ଜନିତ ବର୍ଷାରେ ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ବୁରୁଡିପୁଟ ଛକରେ ଥିବା ଏକ କଲଭର୍ଟ ଦବି ଯାଇଛି। ଫଳରେ ବୁରୁଡିପୁଟ ଛକଠାରୁ ଆରଏସସି-୧୮ ଗାଁକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ଯାତାୟାତର ସମସ୍ୟା ସୃଷ୍ଟି ହୋଇଛି। ବ୍ରିଜର ଗୋଟିଏ ପାଖର ମାଟି ଧୋଇ ଯାଇଥିବା ବେଳେ ସ୍ଥାନୀୟ ଲୋକେ ପଥର, ବାଲି ଓ ଇଲେକ୍ଟ୍ରି ପୋଲ ପକାଇ ଅସ୍ଥାୟୀ ଭାବେ ଗାଡ଼ି ଚଳାଚଳ କରୁଛନ୍ତି।

ବିଶେଷ କରି ମିଟୁମାମୁଡି, ଆରଏସସି-୧୮, ଘଟକୋଣ୍ଡା ଓ ଦିଶାରିଗୁଡା ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।