ତିନି ଦିନ ଧରି ଚାଲିଥିବା ଲୋକକଳା ଉତ୍ସବ ସରିଲା

ବଲାଙ୍ଗିର (ସସ୍ମିତା ସାହୁ): କେତେବେଳେ ଦୁଲଦୁଲିରେ ଦୁଲିକିଯାଉଛି ତ ପୁଣି କେତେବେଲେ ଘୁଡୁକା ବାଦ୍ୟରେ କମ୍ପୁଛି ମଞ୍ଚ।  ରାଜ୍ୟ ବାହାର ତଥା ସ୍ଥାନୀୟ କଳାକାରଙ୍କ ଲୋକନୃତ୍ୟ ଓ ଗୀତରେ ମସଗୁଲ ହେଉଛନ୍ତି ଦର୍ଶକ। ବଲାଙ୍ଗିର ଦୁଲଦୁଲି କଳାପରିଷଦ ଦ୍ୱାରା କୋଶଳ କଳାମଣ୍ଡଳ ପଡିଆ ଆୟୋଜିତ ଲୋକକଳା ଉତ୍ସବର ଉଦଯାପନୀ ସନ୍ଧ୍ୟରେ ଏପରି ଦେଖିବାକୁ ମିଳିଥିଲା।

ଗତ ୧୪ ତାରିଖ ସନ୍ଧ୍ୟାରେ ସାଂସ୍କୃତିକ ଶୋଭାଯାତ୍ରା ହୋଇଥିଲା। ୧୫, ୧୬ ଓ ୧୭ ତାରିଖ ତିନି ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଭାରତ ସରକାର, ଓଡ଼ିଶା ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନ ସହାୟତାରେ ଏହି ଉତ୍ସବ ହୋଇଥିଲା। ପ୍ରତ୍ୟକ ସନ୍ଧ୍ୟାରେ ମଣିପୁର, ମିଜୋରାମ, ଆସାମ, ପଶ୍ଚିମବଂଗ କଳାକାରଙ୍କ ଦ୍ୱାରା ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ ଯୋଗଦେଇଥିଲେ।