‘ମୁଖ୍ୟମନ୍ତ୍ରୀ ଏତେ ନିଷ୍ଠୁର ହୁଅନ୍ତୁ ନାହିଁ’

ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ): “ମୁଖ୍ୟମନ୍ତ୍ରୀ ଏତେ ନିଷ୍ଠୁର ହୁଅନ୍ତୁ ନାହିଁ। ବିଜେଡି ମନ୍ତ୍ରୀ ରାଜା ସ୍ୱାଇଁ ମୋ’ ସ୍ୱାମୀଙ୍କ ମୃତ୍ୟୁକୁ ସୁଯୋଗ କହିଲେ। ଭାବିଥିଲି ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀଙ୍କୁ ତାଗିଦ କରିବେ। ଏଥିସହ ଆମକୁ ସମବେଦନା ଜଣାଇବେ। ହେଲେ ତାହା ନକରି ଚୁପ୍‌ ରହିଲେ। ଆଜି ଭର୍ଚୁଆଲ ରାଲିରେ ମୁଖ୍ୟମନ୍ତ୍ରୀ ଏନେଇ ପଦଟିଏ ବି କହିଲେନି। ବିଜେଡି ନେତା କୁନା ତ୍ରିପାଠୀ ମୋ ସ୍ୱାମୀଙ୍କୁ ଅକାମୀ ଟ୍ରାନ୍ସଫର୍ମର କହିଲେ। ଏହା ମୋତେ କଷ୍ଟ ଦେଇଛି। ମୁଖ୍ୟମନ୍ତ୍ରୀ ଏତେ ନିଷ୍ଠୁର ହୁଅନ୍ତୁନି।” ବାଲେଶ୍ୱର ବିଜେପି […]

bjp

Manoranjan Sial
  • Published: Thursday, 29 October 2020
  • , Updated: 29 October 2020, 07:45 PM IST

ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ): “ମୁଖ୍ୟମନ୍ତ୍ରୀ ଏତେ ନିଷ୍ଠୁର ହୁଅନ୍ତୁ ନାହିଁ। ବିଜେଡି ମନ୍ତ୍ରୀ ରାଜା ସ୍ୱାଇଁ ମୋ’ ସ୍ୱାମୀଙ୍କ ମୃତ୍ୟୁକୁ ସୁଯୋଗ କହିଲେ। ଭାବିଥିଲି ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀଙ୍କୁ ତାଗିଦ କରିବେ। ଏଥିସହ ଆମକୁ ସମବେଦନା ଜଣାଇବେ। ହେଲେ ତାହା ନକରି ଚୁପ୍‌ ରହିଲେ। ଆଜି ଭର୍ଚୁଆଲ ରାଲିରେ ମୁଖ୍ୟମନ୍ତ୍ରୀ ଏନେଇ ପଦଟିଏ ବି କହିଲେନି। ବିଜେଡି ନେତା କୁନା ତ୍ରିପାଠୀ ମୋ ସ୍ୱାମୀଙ୍କୁ ଅକାମୀ ଟ୍ରାନ୍ସଫର୍ମର କହିଲେ। ଏହା ମୋତେ କଷ୍ଟ ଦେଇଛି। ମୁଖ୍ୟମନ୍ତ୍ରୀ ଏତେ ନିଷ୍ଠୁର ହୁଅନ୍ତୁନି।”

ବାଲେଶ୍ୱର ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ମା’ ତଥା ସ୍ୱର୍ଗତ ମଦନ ଦତ୍ତଙ୍କ ସ୍ତ୍ରୀ ଆଜି ଏପରି କୋହଭରା କଣ୍ଠରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି।

ସୂଚନାରୁ ପ୍ରକାଶ, ବାଲେଶ୍ୱରରେ ନିର୍ବାଚନ ପ୍ରଚାର ବେଳେ ‘ଆମକୁ ସୁଯୋଗ ଆଣିଦେଇଛି’ ବୋଲି ରାଜା ସ୍ୱାଇଁ କହିଥିଲେ। ଏହା ପରେ ଆଜି କୁନା ତ୍ରିପାଠୀ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କୁ ପୋଡ଼ା ଟ୍ରାନ୍ସଫର୍ମର ସହ ତୁଳନା କରିଥିଲେ। ଜଣେ ଦିବଙ୍ଗତ ନେତାଙ୍କ ବିରୋଧରେ ବିଜେଡି ନେତାମାନେ ଏପରି କହିବା କେତେଦୂର ଯୁକ୍ତ?

Related story