ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍‌କୁ ନେଇ ଚର୍ଚ୍ଚା

<p>ଭୁବନେଶ୍ୱର: ନିର୍ବାଚନୀ ଖର୍ଚ୍ଚ ନେଇ ମିଥ୍ୟା ସତ୍ୟପାଠ ଅଭିଯୋଗ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ୨୦୧୪ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାଖଲ କରିଥିବା ସତ୍ୟପାଠ ଓ ଦଳ ଦାଖଲ କରିଥିବା ସତ୍ୟପାଠ ମଧ୍ୟରେ ତାଳମେଳ ନାହିଁ। ସେ ନେଇ ନିର୍ବାଚନ କମିଶନ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିବା ଚର୍ଚ୍ଚା ହେଉଛିା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟପାଠରେ ନିର୍ବାଚନୀ ଖର୍ଚ୍ଚର ଭୁଲ ତଥ୍ୟ ଦେଇଥିବା ନେଇ ସାମାଜିକ କର୍ମୀ ସୁବାସ ମହାପାତ୍ର ଓ ହିଞ୍ଜିଳିର ପରାଜିତ ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ହାଇକୋର୍ଟରେ ଦୁଇଟି ପୃଥକ ମାମଲା ଦାଏର କରିଥିଲେ। ପରେ ସୁବାସ ଏହି ମାମଲାରେ ସୁପ୍ରିମକୋର୍ଟ ଯାଇଥିଲେ।</p> <p>ଗତ ୨୭ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ତିନି ମାସ ଭିତରେ ପଦକ୍ଷେପ ଗ୍ରହଣ କରିବାକୁ ଭାରତୀୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ ଇସି ନବୀନଙ୍କୁ ନୋଟିସ ଜାରି କରିଥିବା ଚର୍ଚ୍ଚା ହେଉଛି। ଏହି ନୋଟିସ ଏ ପର୍ଯ୍ୟନ୍ତ ମିଳିନାହିଁ, ଯଦି ଆସେ ତେବେ ଏହାର ଉତ୍ତର ଦିଆଯିବ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।</p>

Ordigital Desk
  • Published: Thursday, 14 December 2017
  • Updated: 14 December 2017, 09:10 AM IST

Sports

Latest News

<p>ଭୁବନେଶ୍ୱର: ନିର୍ବାଚନୀ ଖର୍ଚ୍ଚ ନେଇ ମିଥ୍ୟା ସତ୍ୟପାଠ ଅଭିଯୋଗ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ୨୦୧୪ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାଖଲ କରିଥିବା ସତ୍ୟପାଠ ଓ ଦଳ ଦାଖଲ କରିଥିବା ସତ୍ୟପାଠ ମଧ୍ୟରେ ତାଳମେଳ ନାହିଁ। ସେ ନେଇ ନିର୍ବାଚନ କମିଶନ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିବା ଚର୍ଚ୍ଚା ହେଉଛିା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟପାଠରେ ନିର୍ବାଚନୀ ଖର୍ଚ୍ଚର ଭୁଲ ତଥ୍ୟ ଦେଇଥିବା ନେଇ ସାମାଜିକ କର୍ମୀ ସୁବାସ ମହାପାତ୍ର ଓ ହିଞ୍ଜିଳିର ପରାଜିତ ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ହାଇକୋର୍ଟରେ ଦୁଇଟି ପୃଥକ ମାମଲା ଦାଏର କରିଥିଲେ। ପରେ ସୁବାସ ଏହି ମାମଲାରେ ସୁପ୍ରିମକୋର୍ଟ ଯାଇଥିଲେ।</p><p>ଗତ ୨୭ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ତିନି ମାସ ଭିତରେ ପଦକ୍ଷେପ ଗ୍ରହଣ କରିବାକୁ ଭାରତୀୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ ଇସି ନବୀନଙ୍କୁ ନୋଟିସ ଜାରି କରିଥିବା ଚର୍ଚ୍ଚା ହେଉଛି। ଏହି ନୋଟିସ ଏ ପର୍ଯ୍ୟନ୍ତ ମିଳିନାହିଁ, ଯଦି ଆସେ ତେବେ ଏହାର ଉତ୍ତର ଦିଆଯିବ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos