ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ପରିପାଟୀ, ୨୫ ବର୍ଷରେ ପ୍ରଥମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ନିଆରା ପରିପାଟୀରେ ଦେଖିବାକୁ ମିଳିଛି । ରାଜନୀତିରେ ପାଦ ଥାପିବା ପରଠୁ ଗତ ୨୫ବର୍ଷ ମଧ୍ୟରେ ସାର୍ବଜନୀନ ସ୍ଥାନରେ ଏଭଳି ପରିପାଟୀରେ ନବୀନଙ୍କୁ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି, ଯାହାକି ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଡ଼ିୟମ ଗସ୍ତ କରି ସେଠାରେ […]

CM Naveen Patnaik

CM Naveen Patnaik

Ordigital Desk
  • Published: Monday, 21 February 2022
  • Updated: 21 February 2022, 09:45 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ନିଆରା ପରିପାଟୀରେ ଦେଖିବାକୁ ମିଳିଛି । ରାଜନୀତିରେ ପାଦ ଥାପିବା ପରଠୁ ଗତ ୨୫ବର୍ଷ ମଧ୍ୟରେ ସାର୍ବଜନୀନ ସ୍ଥାନରେ ଏଭଳି ପରିପାଟୀରେ ନବୀନଙ୍କୁ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି, ଯାହାକି ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।

[caption id="attachment_715427" align="aligncenter" width="650"]cm1 କଳିଙ୍ଗ ଷ୍ଟାଡିୟମରେ ସମୀକ୍ଷା ଅବସରରେ[/caption]

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଡ଼ିୟମ ଗସ୍ତ କରି ସେଠାରେ କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା ସହ ଜାତୀୟ ପୁରୁଷ ଓ ମହିଳା ହକି ଟିମ୍ ଖେଳାଳିଙ୍କୁ ଭେଟିବା ଓ ଫୁଟବଲ ମ୍ୟାଚ ଦେଖି ଫେରିଥିଲେ । କ୍ରୀଡ଼ା ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏସବୁ କାର୍ଯ୍ୟର ସମୀକ୍ଷା କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ପିନ୍ଧିଥିବା ପୋଷାକ ହିଁ ସବୁଠି ଚର୍ଚ୍ଚାର ମୁଖ୍ୟବିନ୍ଦୁ ପାଲଟିଛି । ସାର୍ବଜନୀନ ଓ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମଥର ପାଇଁ ଏଭଳି ଗେଟଅପ (ସୋର୍ଟସ ଟି-ସାର୍ଟ ଓ ଟ୍ରାକ ପ୍ୟାଣ୍ଟ)ରେ ଦେଖିବାକୁ ମିଳିଥିଲା । ତେବେ ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ଥିବା ନବୀନ ଆଜି ଏଭଳି ପରିପାଟୀରେ କାହିଁକି କଳିଙ୍ଗ ଷ୍ଟାଡ଼ିୟମ ଗଲେ, କେହି ତା’ର ଟେର ପାଉନାହାନ୍ତି ।

[caption id="attachment_715428" align="aligncenter" width="650"]cm2 ଆଜି କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ[/caption]

ରାଜନୀତିକ ବିଶ୍ଲେଷକଙ୍କ ମତରେ, ପଂଚାୟତ ନିର୍ବାଚନ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ଅସୁସ୍ଥ ଥିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତ ୩ଦିନ ତଳେ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନରେ ଯାଇ ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ । ଆଉ ତା’ପରଠୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମ ଅଚାନକ ବଢ଼ିଯାଇଛି । ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଓ ବିଦାୟ, ନବୀନ ନିବାସରେ ବିଭିନ୍ନ ପଦାଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରୁଥିବାବେଳେ ଆଜି କଳିଙ୍ଗ ଷ୍ଟାଡ଼ିୟମ ଯାଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ।

[caption id="attachment_715429" align="aligncenter" width="650"]cm6 କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ[/caption]

ରାଜ୍ୟର ମୁଖ୍ୟ ଭାବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ତତ୍ପରତା ଓ ସକ୍ରିୟତା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । ମାତ୍ର ୨୦୧୮ ମସିହାରେ ବିଶ୍ୱ କପ୍ ହକି ମ୍ୟାଚ୍ ଆୟୋଜନ କରି ଓଡ଼ିଶା ସମଗ୍ର ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ତା’ ପରଠୁ ଅନେକ କ୍ରୀଡ଼ା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ବ୍ୟକ୍ତିଗତ ଭାବେ ସାମିଲ ହୋଇ କ୍ରୀଡ଼ାବିତମାନଙ୍କ ଉତ୍ସାହ ବୃଦ୍ଧି କରିଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ କୌଣସି ଗୋଟିଏ ଦିନ ବି ସରକାରୀ କାର୍ଯ୍ୟକ୍ରମରେ ଓ ସାର୍ବଜନୀନ ସ୍ଥାନରେ ଏଭଳି ସ୍ପୋର୍ଟସ ଗେଟଅପରେ ଦେଖିବାକୁ ମିଳି ନଥିଲା । ଆଜି ଅଚାନକ ଏଭଳି କ’ଣ ହେଲା ଯେ ମୁଖ୍ୟମନ୍ତ୍ରୀ ନିଜର ପରିପାଟୀ ବଦଳାଇ କଳିଙ୍ଗ ଷ୍ଟାଡ଼ିୟମ ଆସିବାକୁ ବାଧ୍ୟ ହେଲେ?

[caption id="attachment_715430" align="aligncenter" width="650"]Naveen ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ[/caption]

ସବୁଠୁ ଆଶ୍ଚର୍ଯ୍ୟ ଓ ପରିତାପର କଥା ଯେ, ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କ୍ରମାଗତ ଲୋକପ୍ରିୟ ହୋଇପାରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭିନ୍ନ ସମୟରେ ‘ସେ ଫିଟ୍ ଥିବାର’ ସାର୍ଟିଫିକେଟ୍ ଦେବାକୁ ପଡ଼ୁଛି । ନବୀନ ନିବାସ ପରିସରରେ ବ୍ୟାୟାମ କରୁଥିବାର ଦୃଶ୍ୟ ହେଉ ଅବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଫଟୋଚିତ୍ରକୁ ପୂଜା କରୁଥିବା ଅବା ପୁଣି ଗଣମାଧ୍ୟମକୁ ସାକ୍ଷାତକାର ଦେଇ ୭୬ବର୍ଷୀୟ ଶ୍ରୀ ପଟ୍ଟନାୟକଙ୍କୁ ଫିଟ୍ ଥିବାର ପ୍ରମାଣ ଦେବାକୁ ପଡ଼ୁଛି । ବିରୋଧୀ ଦଳଠୁ ଆରମ୍ଭ କରି ଶାସକ ଦଳ ପର୍ଯ୍ୟନ୍ତ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ରାଜନୀତି ନହେଉ ବୋଲି ଦୃଢ଼ ଭାବେ କହୁଥିବାବେଳେ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନିଜେ ଗଣମାଧ୍ୟମ ସମ୍ମୁଖକୁ ଆସି ‘ଫିଟ୍‌’ ଥିବାର ସନ୍ଦେଶ ଦେବା ନିଶ୍ଚିତ ଭାବେ ଏକ ଖରାପ ପରମ୍ପରା ସୃଷ୍ଟି କରୁଛି ବୋଲି ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story