୭ ମାସ ପରେ ସକ୍ରିୟ ହେଲେ ମୁଖ୍ୟମନ୍ତ୍ରୀ, ପୁରୀରେ କାମ ଦେଖିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ସଂକ୍ରମଣ ଓ କଟକଣା ମଧ୍ୟରେ ନବୀନ ନିବାସରେ ରହି ସରକାରୀ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତରେ ଯାଇ ପ୍ରତ୍ୟକ୍ଷ ଭାବେ ସରକାରୀ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରାୟ ୭ମାସ ପରେ ମୁଖ୍ୟମନ୍ତ୍ରୀ ପ୍ରଥମଥର ଗଣମାଧ୍ୟମକୁ ସିଧାସଳଖ ପ୍ରତିକ୍ରିୟା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଚାରିପାଖରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପୁରୀକୁ […]

naveen

naveen

Manoranjan Sial
  • Published: Saturday, 17 October 2020
  • Updated: 17 October 2020, 06:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ସଂକ୍ରମଣ ଓ କଟକଣା ମଧ୍ୟରେ ନବୀନ ନିବାସରେ ରହି ସରକାରୀ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତରେ ଯାଇ ପ୍ରତ୍ୟକ୍ଷ ଭାବେ ସରକାରୀ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରାୟ ୭ମାସ ପରେ ମୁଖ୍ୟମନ୍ତ୍ରୀ ପ୍ରଥମଥର ଗଣମାଧ୍ୟମକୁ ସିଧାସଳଖ ପ୍ରତିକ୍ରିୟା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଚାରିପାଖରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାରଙ୍କ ଯୋଜନା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିର ଚାରିପଟେ କାମ କେମିତି ଚାଲିଛି ତାହା ଅନୁଧ୍ୟାନ କରିବାକୁ ସେ ପୁରୀ ଆସିଛନ୍ତି।

କରୋନା ସଂକ୍ରମଣ ଆଶଙ୍କାରେ ଦୀର୍ଘ ୭ମାସ ଧରି ନବୀନ ନିବାସରେ ରହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସରକାରୀ କାର୍ଯ୍ୟର ସମୀକ୍ଷା କରୁଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ବିଭିନ୍ନ ମହଲରୁ ସମାଲୋଚନା ହେଉଥିଲା। ତେବେ ଆଜି ଦୀର୍ଘ ୭ମାସ ପରେ ପୁରୀରୁ ପ୍ରତ୍ୟକ୍ଷ ଭାବେ ନିଜର ସରକାରୀ କାର୍ଯ୍ୟର ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଆଶଙ୍କାରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚଳିତବର୍ଷ ମାର୍ଚ୍ଚ ୧୩ତାରିଖରେ ବିଧାନସଭା ପରିସରରେ ଆୟୋଜିତ ସାମୁହିକ ହାତଧୁଆ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ତା’ପରେ ରାଜ୍ୟରେ ବାତ୍ୟା କ୍ଷୟକ୍ଷତିର ଆକଳନ ପାଇଁ ମେ’ ୨୨ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା। ଏହାପରେ ଜୁନ୍ ୨୩ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନବୀନ ନିବାସ ଛାଡ଼ି ରାଜ୍ୟ ସଚିବାଳୟକୁ ଆସିଥିଲେ ଓ ସେଠାରେ ବଡ଼ପରଦାରେ ପୁରୀ ରଥଯାତ୍ରାର ସିଧାସଳଖ ପ୍ରସାରଣ ଦେଖିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନବୀନ ନିବାସରୁ ବାହରୁ ନଥିବାକୁ ନେଇ ବିରୋଧୀ ଦଳର ସଦସ୍ୟମାନଙ୍କ ଦ୍ୱାରା କ୍ରମାଗତ ସମାଲୋଚନା କରାଯାଉଥିଲା। ଏପରିକି ସେପ୍ଟେମ୍ବର ୨୯ରେ ବିଧାନସଭାର ମୌସୁମୀ ଅଧିବେଶନରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଧାନସଭା ପରିସରକୁ ନଆସି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ।

ବିଭିନ୍ନ ମହଲରୁ ସମାଲୋଚନା ଓ ଉପନିର୍ବାଚନରେ ବିରୋଧୀ ଏହାକୁ ପ୍ରସଙ୍ଗ କରିବାର ଆଶଙ୍କା ଥିବାରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଦୀର୍ଘ ୭ମାସ ପରେ ପ୍ରଥମଥର ପ୍ରତ୍ୟକ୍ଷ ଭାବେ ସରକାରୀ କାର୍ଯ୍ୟର ସମୀକ୍ଷା ନିମନ୍ତେ ନବୀନ ନିବାସ ବାହାରକୁ ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos