ଅନୁଭବଙ୍କୁ ସଜାଡ଼ିବେକି ମୁଖ୍ୟମନ୍ତ୍ରୀ? କହିଲେ, ନିଶ୍ଚିତ ଦୃଷ୍ଟି ଦେବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭି ପ୍ରତିନିଧିଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାରକୁ ନେଇ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଧାଡିକିଆ ଉତ୍ତର ଦେଇ କହିଛନ୍ତି, ନିଶ୍ଚିତ ଦୃଷ୍ଟି ଦେବି। ଗତକାଲି ସାଂସଦଙ୍କ ବିରୋଧରେ ୨୪ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୃହସଚିବଙ୍କୁ ସ୍ମାରକପତ୍ର ଦେଇଥିଲେ ଗଣମାଧ୍ୟମ ପ୍ରତିନିଧି। ଏହାପରେ କେନ୍ଦ୍ରାପଡ଼ା ଓଟିଭି ପ୍ରତିନିଧି ମନୋଜ ସ୍ୱାଇଁଙ୍କ ଅଭିଯୋଗ ଆଧାରରେ ସାଂସଦଙ୍କ […]

bjd

bjd

Manoranjan Sial
  • Published: Friday, 08 November 2019
  • Updated: 08 November 2019, 09:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭି ପ୍ରତିନିଧିଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାରକୁ ନେଇ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଧାଡିକିଆ ଉତ୍ତର ଦେଇ କହିଛନ୍ତି, ନିଶ୍ଚିତ ଦୃଷ୍ଟି ଦେବି।

ଗତକାଲି ସାଂସଦଙ୍କ ବିରୋଧରେ ୨୪ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୃହସଚିବଙ୍କୁ ସ୍ମାରକପତ୍ର ଦେଇଥିଲେ ଗଣମାଧ୍ୟମ ପ୍ରତିନିଧି। ଏହାପରେ କେନ୍ଦ୍ରାପଡ଼ା ଓଟିଭି ପ୍ରତିନିଧି ମନୋଜ ସ୍ୱାଇଁଙ୍କ ଅଭିଯୋଗ ଆଧାରରେ ସାଂସଦଙ୍କ ବିରୋଧରେ ଆଇପିସିର ଧାରା ୩୪୧, ୩୨୩,୨୯୪, ୫୦୦ ଓ ୫୦୬ରେ ମାମଲା ରୁଜୁ କରିଛି କେନ୍ଦ୍ରାପଡ଼ା ଟାଉନ ଥାନା ପୁଲିସ୍।

ଏପଟେ କିନ୍ତୁ ସାଂସଦ ଅନୁଭବଙ୍କ ଦୁର୍ବ୍ୟବହାରକୁ ନେଇ ଆନ୍ଦୋଳନ ବଢ଼ି ଚାଲିଛି। ବିଗତ ଦୁଇ ଦିନ ଭଳି ଆଜି ମଧ୍ୟ ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କଟକରୁ ନେଇ ନୟାଗଡ଼, ଖୋର୍ଦ୍ଧାରୁ ନେଇ ସମ୍ବଲପୁର, ସାଲେପୁର, ନରସିଂହପୁର, ରାଜଗାଙ୍ଗପୁର, ଟିଟିଲାଗଡ଼, ଭଦ୍ରକ, ଉଦଳା ସବୁଠି ସାଂସଦଙ୍କ ବିରୋଧରେ ପ୍ରତିବାଦର ସ୍ୱର ଉଠାଇଛନ୍ତି ଗଣମାଧ୍ୟମ ପ୍ରତିନିଧି। କେବଳ ଗଣମାଧ୍ୟମ ପ୍ରତିନିଧି ନୁହନ୍ତି, ପାଲଲହଡ଼ାରେ ସାଂସଦଙ୍କ ଏଭଳି ଆଚରଣର ଦୃଢ଼ ନିନ୍ଦା ସହ ଗିରଫ ଦାବିରେ ଗଣମାଧ୍ୟମ ପ୍ରତିନିଧି ସଂଘର ଆନ୍ଦୋଳନକୁ ଓକିଲ ସଂଘ, ଘରୋଇ ବସ ମାଲିକ ସଂଘ ଓ ବଜାର କମିଟି ସମର୍ଥନ ଜଣାଇ ଧାରଣା ଦେଇଛନ୍ତି। ସେହିପରି ସମ୍ବଲପୁରରେ ବିଜେପି ମିଡିଆ ସେଲ୍ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛି।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଆସନ୍ତା ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗ ଗୃହରେ ଉଠିବ।

କଂଗ୍ରେସ ମୁଖ୍ୟ ସଚେତକ ତାରା ବାହିନୀପତି ଘଟଣାରେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos