ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର: NSAP ବା ରାଷ୍ଟ୍ରୀୟ ସାମାଜିକ ସହାୟତା ଯୋଜନାରେ ଅର୍ଥ ପ୍ରଦାନ ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି,“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିବିଟି ବଦଳରେ ପ୍ରତ୍ୟେକ୍ଷ ଭାବେ ନଗଦ ଟଙ୍କା ଦେବାକୁ ଯୁକ୍ତି ବାଢ଼ି ଦଳୀୟ ଲୋକ ଓ ମଧ୍ୟସ୍ଥିଙ୍କୁ ଲାଭ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।”</p> <p>ଏହାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଜଣାଇଥିଲେ NSAP ଗାଇଡ୍‌ଲାଇନ୍ ଅନୁସାରେ ଓଡ଼ିଶାର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ପ୍ରତି ମାସ ୧୫ ତାରିଖରେ ହିତାଧିକାରୀଙ୍କୁ ନଗଦ ଭତ୍ତା ଟଙ୍କା ବଣ୍ଟନ କରାଯାଉଛି। ରାଜ୍ୟର ୪,୩ ୭୬ ପଞ୍ଚାୟତରେ ବ୍ୟାଙ୍କ ଶାଖା ନାହିଁ ଏବଂ ଅନ୍ୟ ଶାଖା ମାନଙ୍କରେ ପର୍ଯ୍ୟାପ୍ତ କର୍ମଚାରୀ ନାହାନ୍ତି। ତେଣୁ ହିତାଧିକାରୀ ବ୍ୟାଙ୍କ ସେବା ପାଇବାରେ ସମସ୍ୟାରେ ରହୁଛନ୍ତି। ବ୍ୟାଙ୍କ ମାଧ୍ୟମରେ ଭତ୍ତା ଆସିଲେ ହିତାଧିକାରୀମାନେ ଉପକୃତ ହେବେ ନାହିଁ ବୋଲି ଲେଖିଥିଲେ ନବୀନ। ତେଣୁ ଡିବିଟି ଜରିଆରେ ଭତ୍ତା ବଣ୍ଟନ ନିୟମ ଲାଗୁ ହେଲେ ହିତାଧିକାରୀ ଅଯଥା ସମସ୍ୟା ଭୋଗିବେ ବୋଲି ନବୀନ ଚିଠିରେ ଦର୍ଶାଇଥିଲେ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।