ସିଏମ୍ସି ବୈଠକରେ ଗଣ୍ଡଗୋଳ ଘଟଣା: ୪ କଂଗ୍ରେସ କର୍ପୋରେଟରଙ୍କୁ ନୋଟିସ୍
କଟକ: ସିଏମ୍ସି ବୈଠକରେ ଗଣ୍ଡଗୋଳ ଘଟଣାରେ ୪ କଂଗ୍ରେସ କର୍ପୋରେଟରଙ୍କୁ ପୋଲିସ୍ ନୋଟିସ୍ ପଠାଇଛି। ସେମାନେ ହେଲେ ଗିରିବାଳା ବେହାରା, ଅନୀତା ନାୟକ, ଅରୁଣ ସେଠୀ ଓ ସେକ୍ ସମ୍ମିମ୍ ଉଲ୍ଲାଙ୍କୁ ନୋଟିସ୍ ଜାରି କରାଯାଇଛି।
ଆସନ୍ତା ୨୦ ତାରିଖ ସୁଦ୍ଧା ପୁରୀଘାଟ ଥାନାରେ ହାଜର ହେବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ୨୯ ତାରିଖ ଦିନ ସିଏମ୍ସି କାଉନସିଲ ବୈଠକ ବେଳେ କିଛି କଂଗ୍ରେସ କର୍ପୋରେଟର୍ କଟକରେ ଡେଙ୍ଗୁ ସ୍ଥିତି ନେଇ ମଶାରୀ ଟାଙ୍ଗି ଅଭିନବ ଢଙ୍ଗରେ ପ୍ରତିବାଦ କରୁଥିବା ବେଳେ ବିଜେଡି ଓ କଂଗ୍ରେସ କର୍ପୋରେଟରଙ୍କ ମଧ୍ୟରେ ଠେଲେପେଲା ଓ ମାଡଗୋଳ ହୋଇଥିଲା। ଏ ନେଇ ଥାନାରେ ମାମଲା ହୋଇଥିଲା।
ଏହି ଘଟଣାରେ ପୂର୍ବରୁ ୬ ବିଜେଡି କର୍ପୋରେଟରଙ୍କୁ ପୋଲିସ୍ ନୋଟିସ୍ ଜାରି କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।