ନିର୍ମାଣ ହେବ ୪୫୦ କିମିର ଓଡ଼ିଶା କୋଷ୍ଟାଲ ହାଇୱେ

<p>ଭୁବନେଶ୍ୱର: ଓଡ଼ିଶା କୋଷ୍ଟାଲ ହାଇୱେ ନିର୍ମାଣ ପ୍ରସଙ୍ଗରେ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଏଥିରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଆଲୋଚନା ହୋଇଥଲା। ଆସନ୍ତା ଅଢ଼େଇ ବର୍ଷ ମଧ୍ୟରେ କୋଷ୍ଟାଲ ହାଇେୱେ କାମ ସରିବା ନେଇ ଖୁବଶୀଘ୍ର DPR ପ୍ରସ୍ତୁତ ହେବ। ଚଳିତ ଆର୍ଥିକ ବର୍ଷରୁ କାମ ଆରମ୍ଭ ହେବ ବୋଲି ଆଲୋଚନାରୁ ଜଣାପଡ଼ିଛି। ଏଥିପାଇଁ ୬ରୁ ୯ ମାସ ମଧ୍ୟରେ ଜମି ଅଧିଗ୍ରହଣ ଶେଷ ହେବ। ଏଥିରେ ଗୋପାଳପୁରଠାରୁ ଦିଘା ପର୍ଯ୍ୟନ୍ତ ପ୍ରାୟ ୪୫୦ କିଲୋମିଟର ଲମ୍ବର କୋଷ୍ଟାଲ ହାଇେୱେ ନିର୍ମାଣ ହେବ ବୋଲି ଜଣା ପଡ଼ିଛି।</p> <p>ଏଥିରେ କୋଣାର୍କରୁ ଅସ୍ତରଙ୍ଗ ଓ ଅସ୍ତରଙ୍ଗରୁ ପାରାଦୀପ ଭଳି ବିଭିନ୍ନ STRETCHରେ ରାସ୍ତା ନିର୍ମାଣ ହେବ। ଅଢ଼େଇ ବର୍ଷ ଭିତରେ ସମସ୍ତ ବ୍ରିଜ୍ ନିର୍ମାଣ ସରିବ। କେନ୍ଦ୍ର ସରକାରଙ୍କ ଭାରତମାଲା ଯୋଜନାରେ ଏହାକୁ ସାମିଲ କରାଯାଇଛି। ଜାତୀୟ ରାଜପଥ ନିର୍ମାଣରେ ଥିବା ସମସ୍ୟା ନେଇ NHAI କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟ ଶାସନ ସଚିବ। ବୈଠକରେ ପୂର୍ତ୍ତ ସଚିବ, ପୁରୀ, ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ।</p>

Ordigital Desk
  • Published: Saturday, 07 April 2018
  • Updated: 07 April 2018, 10:42 PM IST

Sports

Latest News

<p>ଭୁବନେଶ୍ୱର: ଓଡ଼ିଶା କୋଷ୍ଟାଲ ହାଇୱେ ନିର୍ମାଣ ପ୍ରସଙ୍ଗରେ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଏଥିରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଆଲୋଚନା ହୋଇଥଲା। ଆସନ୍ତା ଅଢ଼େଇ ବର୍ଷ ମଧ୍ୟରେ କୋଷ୍ଟାଲ ହାଇେୱେ କାମ ସରିବା ନେଇ ଖୁବଶୀଘ୍ର DPR ପ୍ରସ୍ତୁତ ହେବ। ଚଳିତ ଆର୍ଥିକ ବର୍ଷରୁ କାମ ଆରମ୍ଭ ହେବ ବୋଲି ଆଲୋଚନାରୁ ଜଣାପଡ଼ିଛି। ଏଥିପାଇଁ ୬ରୁ ୯ ମାସ ମଧ୍ୟରେ ଜମି ଅଧିଗ୍ରହଣ ଶେଷ ହେବ। ଏଥିରେ ଗୋପାଳପୁରଠାରୁ ଦିଘା ପର୍ଯ୍ୟନ୍ତ ପ୍ରାୟ ୪୫୦ କିଲୋମିଟର ଲମ୍ବର କୋଷ୍ଟାଲ ହାଇେୱେ ନିର୍ମାଣ ହେବ ବୋଲି ଜଣା ପଡ଼ିଛି।</p><p>ଏଥିରେ କୋଣାର୍କରୁ ଅସ୍ତରଙ୍ଗ ଓ ଅସ୍ତରଙ୍ଗରୁ ପାରାଦୀପ ଭଳି ବିଭିନ୍ନ STRETCHରେ ରାସ୍ତା ନିର୍ମାଣ ହେବ। ଅଢ଼େଇ ବର୍ଷ ଭିତରେ ସମସ୍ତ ବ୍ରିଜ୍ ନିର୍ମାଣ ସରିବ। କେନ୍ଦ୍ର ସରକାରଙ୍କ ଭାରତମାଲା ଯୋଜନାରେ ଏହାକୁ ସାମିଲ କରାଯାଇଛି। ଜାତୀୟ ରାଜପଥ ନିର୍ମାଣରେ ଥିବା ସମସ୍ୟା ନେଇ NHAI କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟ ଶାସନ ସଚିବ। ବୈଠକରେ ପୂର୍ତ୍ତ ସଚିବ, ପୁରୀ, ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos