ଖୁଚୁରାକୁ ନେଇ ଗଣ୍ଡଗୋଳ, ବ୍ୟାଙ୍କ ଆୟୋଜନ କଲା ‘କଏନ ମେଳା’

ବାଲିଆପାଳ(ଓଡ଼ିଶା ରିପୋର୍ଟର): ଅନେକ ସମୟରେ ଖୁଚାର ଟଙ୍କାର ବୈଧତାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ଏପରି କି ଛୋଟ ଟଙ୍କିକିଆ ଓ ୨ ଟଙ୍କିଆ କଏନ ଚଳୁ ନାହିଁ କହି ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକମାନେ କହୁଛନ୍ତି। ଏହି ଖୁଚରା ଟଙ୍କାକୁ ନେଇ କିଛି ଦିନ ତଳେ ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ମଧ୍ୟ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଆଜି ଆଜି ଭାରତୀୟ ରିଜର୍ଭ […]

RBI

RBI

Hemant Lenka
  • Published: Monday, 16 May 2022
  • Updated: 16 May 2022, 05:54 PM IST

Sports

Latest News

ବାଲିଆପାଳ(ଓଡ଼ିଶା ରିପୋର୍ଟର): ଅନେକ ସମୟରେ ଖୁଚାର ଟଙ୍କାର ବୈଧତାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ଏପରି କି ଛୋଟ ଟଙ୍କିକିଆ ଓ ୨ ଟଙ୍କିଆ କଏନ ଚଳୁ ନାହିଁ କହି ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକମାନେ କହୁଛନ୍ତି। ଏହି ଖୁଚରା ଟଙ୍କାକୁ ନେଇ କିଛି ଦିନ ତଳେ ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ମଧ୍ୟ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଆଜି ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଓ ସ୍ଥାନୀୟ ୟୁକୋ ବ୍ୟାଙ୍କ ମିଳିତ ଭାବେ ଗୋଟିଏ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି।

ବାଲିଆପାଳ ପଂଚାୟତ ଅଫିସ ପରିସରେ ଆୟୋଜିତ ‘କଏନ ମେଳା’ରେ ଏସ୍‌ଏଚ୍‌ଜି, ବ୍ୟବସାୟ ଓ ଅନେକ ସାଧାରଣ ଲୋକ ଯୋଗ ଦେଇ ଥିଲେ। ଏହି ସମୟରେ ବ୍ୟାଙ୍କ କର୍ତ୍ତୃପକ୍ଷ ସମସ୍ତଙ୍କୁ ଖୁଚାର ଟଙ୍କା ଅଚଳ ହୋଇ ନଥିବା କହିଛନ୍ତି। ଏଥିସହ କେହି ବି ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଲୋକଙ୍କୁ କଏନ ବୈଧ ବୋଲି ଜଣାଇବା ପାଇଁ ଗଦାଧର ଗିରି ସ୍ମୃତି ବିକାଶ ପରିଷଦର ପକ୍ଷରୁ ଏପରି ଏକ କାର୍ଯ୍ୟକ୍ରମର ପ୍ରସ୍ତାବ ଦିଆଯାଇଥିଲା। ପରିଷଦର ଆବାହକ ବିକାଶ ଗିରି ପ୍ରଥମେ ସ୍ଥାନୀୟ ଅଞ୍ଚଳରେ ଖୁଚୁରା ଟଙ୍କା ଚଳୁ ନଥିବା ନେଇ ଆରବିଆଇକୁ ଚିଠି ଲେଖିଥିଲେ।

ଏହି ଚିଠି ପରେ ହିଁ ଆରବିଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କଏନ ମେଳାରେ ଲୋକଙ୍କୁ ସଚେତନ କରି ଭୁବନେଶ୍ୱର ଆରବିଆଇର ଏଜିଏମ ଆଲୋନ ରଞ୍ଜନ କହିଛନ୍ତି, ୫୦ ପଇସା,୧ ଟଙ୍କା, ୨ ଟଙ୍କିଆ କଏନ ଅଚଳନ ନୁହେଁ। ଏଗୁଡ଼ିକ ଏବେ ବି ଚାଲୁ ରହିଛି। ଏହାକୁ ନେବା ପାଇଁ କେହି ବି ମନା କରିପାରିବେ ନାହିଁ ବୋଲି ସେ କହିଛନ୍ତି। ଏଥିସହ ସେ ସମସ୍ତ ବ୍ୟାଙ୍କଗୁଡ଼ିକୁ ଖୁଚୁରା ଟଙ୍କା, ଛିଣ୍ଡା ଟଙ୍କା ନେବା ପାଇଁ ମଧ୍ୟ କହିଛନ୍ତି।

ଟଙ୍କା ଅଚଳ କରିପାରିବାର କ୍ଷମତା କେବଳ ଭାରତ ସରକାରଙ୍କର ରହିଛି। ଅନ୍ୟ କେହି କହିଲେ ଏହା ଅଚଳ ହୁଏ ନାହିଁ। ଏହା କେବଳ ଗୁଜବ। ବ୍ୟାଙ୍କ କିମ୍ବା କୌଣସି ବ୍ୟବସାୟୀ ଯଦି ଟଙ୍କା ନ ନେବ ତା’ହେଲେ ଲୋକମାନେ ଏନେଇ ରିଜର୍ଭ ବ୍ୟାଙ୍କକୁ ଲିଖିତ ଅଭିଯୋଗ କରିପାରିବେ। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦଶ ଟଙ୍କିଆ ଓ ଛୋଟ ଏକ ଟଙ୍କିଆ କଏନ ଗୁଡ଼ିକର ବୈଧତାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି। ଏହି ସବୁ କଏନକୁ ଗ୍ରହଣ କରିବା ପାଇଁ କିଛି ବ୍ୟବସାୟୀ ଓ ଦୋକାନୀ ମନା ମଧ୍ୟ କରୁଛନ୍ତି। ଏଥିପାଇଁ ଆଜିର ମେଳାରେ ଏଜିଏମ ଆଲୋକ ରଞ୍ଜନ ଚିନ୍ତା ପ୍ରକଟ କରିଛନ୍ତି। ସେ ବ୍ୟବସାୟୀ, ଦୋକାନୀ ଓ ସାଧାରଣ ଲୋକଙ୍କୁ ଗୁଜବ ଉପରେ ବିଶ୍ୱାସ ନ କରିବାକୁ କହିଛନ୍ତି।

ଏଥିସହ ବିଭିନ୍ନ କଏନ ଗ୍ରହଣ କରିବାରେ କୌଣସି ପ୍ରକାର ଦ୍ଵନ୍ଦ କିମ୍ବା ଅନିଚ୍ଛା ପ୍ରକାଶ ନ କରି ସ୍ଵାଭାବିକ ଭାବେ ନେଣଦେଣ ଜାରି ରଖିବା ପାଇଁ ନିବେଦନ କରିଛନ୍ତି। ସରକାର ଯେଉଁ ପର୍ଯ୍ୟନ୍ତ ଘୋଷଣା କରି ନାହାନ୍ତି, ସେ ପର୍ଯ୍ୟନ୍ତ କୌଣସି କଏନ କିମ୍ବା ନୋଟ ଅଚଳ ହେବ ନାହିଁ ବୋଲି ସେ ସମସ୍ତଙ୍କୁ କହିଛନ୍ତି।

ଗଦାଧର ଗିରି ସ୍ମୃତି ବିକାଶ ପରିଷଦର ଆବାହକ ବିକାଶ ଗିରି କହିଛନ୍ତି, ବାଲିଆପାଳ ଠାରୁ ଆରମ୍ଭ କରି ବାଲେଶ୍ୱର ଜିଲ୍ଲାରେ ୧ ଟଙ୍କିଆ ଓ ୨ ଟଙ୍କିଆ କଏନ ଲୋକମାନେ ନେଉ ନଥିଲେ। ଏହି କଏନ ଚଳୁ ନଥିବା ଗୁଜବ ପୂରା ଅଞ୍ଚଳରେ ପ୍ରଚାରିତ ହୋଇଛି। ଏଥିପାଇଁ ଉଭୟ କ୍ରେତା ଓ ବିକ୍ରେତା କଏନଗୁଡ଼ିକ ନେବାକୁ ମନା କରୁଥିଲେ। ଫଳରେ ଅନେକ ପ୍ରକାରର ଅପ୍ରୀତିକର ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା।

ପ୍ରଥମେ ରାଜ୍ୟ ସରକାର ପରେ ଆରବିଆଇକୁ ଏ ସମ୍ପର୍କରେ ଜଣାଇଥିଲୁ। ୧ ଟଙ୍କିଆ ଓ ୨ ଟଙ୍କିଆ କଏନ କେମିତି ଚାଲି ପାରିବ, ସେନେଇ ଆଜିର କଏନ ମେଳା ଆୟୋଜନ ହୋଇଥିଲା। ସେହିପରି ଛିଣ୍ଡା ଟଙ୍କା କେମିତି ଲୋକମାନେ ବ୍ୟାଙ୍କକୁ ଦେଇ ପାରିବେ ଓ ନ୍ୟାୟ ପାଇ ପାରିବେ, ସେ ବିଷୟରେ ମଧ୍ୟ ଆଜିର ମେଳାରେ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ଆଗକୁ ମଧ୍ୟ ଏପରି ଅନେକ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story