କମିସନରେଟ୍ ପୋଲିସକୁ ଘାରିଲା କଟକର ସୁରକ୍ଷା ଚିନ୍ତା

କଟକ: କଟକ ସହରରେ ଦିନକୁ ଦିନ ବଢିଚାଲିଥିବା ଅପରାଧିକ ଘଟଣାକୁ ନେଇ କମିସନରେଟ୍ ପୋଲିସ୍ ଚିନ୍ତାରେ। ଗତ ରବିବାର ଦିନ ଜଣେ ଫିଲ୍ମ ପ୍ରଯୋଜକଙ୍କ ଘରୁ ଲୁଟ ହେବା ଏବଂ ଗତକାଲି ମଙ୍ଗଳାବାଗ ଛକରୁ ଏକ ଘରୋଇ ସଂସ୍ଥାର କର୍ମଚାରୀଙ୍କ ଡିକି ଭାଙ୍ଗି ୫ଲକ୍ଷ ଟଙ୍କା ଲୁଟ ଘଟଣା ପରେ ପୋଲିସର ଚିନ୍ତା ବଢିଯାଇଛି । ପୁଣି ନିକଟ ଅତୀତରେ ଦୁଇ ଦୁଇ ଜଣ ବିଚାରପତିଙ୍କ ଘରୁ ଡକାୟତି ଘଟଣା ସାରା ରାଜ୍ୟରେ ଚହଳ ପକେଇଥିଲା। ତେବେ […]

ctc

Rakesh Mallick
  • Published: Wednesday, 22 July 2015
  • , Updated: 22 July 2015, 01:52 PM IST

କଟକ: କଟକ ସହରରେ ଦିନକୁ ଦିନ ବଢିଚାଲିଥିବା ଅପରାଧିକ ଘଟଣାକୁ ନେଇ କମିସନରେଟ୍ ପୋଲିସ୍ ଚିନ୍ତାରେ। ଗତ ରବିବାର ଦିନ ଜଣେ ଫିଲ୍ମ ପ୍ରଯୋଜକଙ୍କ ଘରୁ ଲୁଟ ହେବା ଏବଂ ଗତକାଲି ମଙ୍ଗଳାବାଗ ଛକରୁ ଏକ ଘରୋଇ ସଂସ୍ଥାର କର୍ମଚାରୀଙ୍କ ଡିକି ଭାଙ୍ଗି ୫ଲକ୍ଷ ଟଙ୍କା ଲୁଟ ଘଟଣା ପରେ ପୋଲିସର ଚିନ୍ତା ବଢିଯାଇଛି । ପୁଣି ନିକଟ ଅତୀତରେ ଦୁଇ ଦୁଇ ଜଣ ବିଚାରପତିଙ୍କ ଘରୁ ଡକାୟତି ଘଟଣା ସାରା ରାଜ୍ୟରେ ଚହଳ ପକେଇଥିଲା। ତେବେ ଏପରି ସ୍ଥଳେ ଡିସିପିଙ୍କ କାର୍ଯ୍ୟାଳୟରେ କଟକର ଆଇନ-ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି କଟକ ଡିସିପି । ବର୍ଷ ୨୦୧୫ର ଦ୍ୱିତୀୟାର୍ଦ୍ଧରେ କଟକ ସହରର ଆଇନ-ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏହି କ୍ରାଇମ ମିଟିଂରେ କଟକର ସମସ୍ତ ଥାନାଧିକାରୀଙ୍କ ସହ ସମସ୍ତ ଜୋନର ଏସିପି ଉପସ୍ଥିତ ଥିଲେ । ରାତିରେ ସମସ୍ତ ଥାନା ଅଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥା, ବ୍ଲକିଂ ଏବଂ ଚେକିଂ କଡାକଡି କରିବାକୁ କଟକ ଡିସିପି ସମସ୍ତ ଥାନା ଅଧିକାରୀ ଓ ଏସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related story