ରାଜଧାନୀରେ ମହିଳାଙ୍କୁ ଗଣ ଦୁଷ୍କର୍ମ! ବନ୍ଧା ହେଲେ ଦୁଇ ଅଭିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ମହିଳାଙ୍କୁ ଗଣଦୁଷ୍କର୍ମ! ଘରେ ଥଇଥାନ କରାଇ ଦେବାକୁ ଡାକି ନେଇ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଏନେଇ ଅଭିଯୋଗ କରିବା ପରେ କମିଶନରେଟ୍‌ ପୁଲିସ୍‌ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସ୍ମିତା(ଛଦ୍ମନାମ) କୌଣସି କାମରେ କଟକରୁ ଭୁବନେଶ୍ୱର ଆସିଥିଲେ। କାମ ସରୁ ସରୁ ରାତି ହୋଇଯାଇଥିଲା। ଆଉ ଘରକୁ ଫେରିପାରୁନଥିଲେ। ତେଣୁ ରାମମନ୍ଦିର ଛକରେ ବସି ଥିଲେ। ଏହି ସମୟରେ ଅନୁଗୋଳ ଓ […]

Stop Rape

Stop Rape

Manoranjan Sial
  • Published: Wednesday, 02 November 2022
  • Updated: 02 November 2022, 06:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ମହିଳାଙ୍କୁ ଗଣଦୁଷ୍କର୍ମ! ଘରେ ଥଇଥାନ କରାଇ ଦେବାକୁ ଡାକି ନେଇ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଏନେଇ ଅଭିଯୋଗ କରିବା ପରେ କମିଶନରେଟ୍‌ ପୁଲିସ୍‌ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସ୍ମିତା(ଛଦ୍ମନାମ) କୌଣସି କାମରେ କଟକରୁ ଭୁବନେଶ୍ୱର ଆସିଥିଲେ। କାମ ସରୁ ସରୁ ରାତି ହୋଇଯାଇଥିଲା। ଆଉ ଘରକୁ ଫେରିପାରୁନଥିଲେ। ତେଣୁ ରାମମନ୍ଦିର ଛକରେ ବସି ଥିଲେ। ଏହି ସମୟରେ ଅନୁଗୋଳ ଓ ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳର ଦୁଇ ଜଣ ଯୁବକ ବାହାନା କରି ତାଙ୍କ ସହିତ କଥା ହୋଇଥିଲେ। ଆଉ ସେହି ସମୟରେ ନିଜ ଅସହାୟତା ପ୍ରକାଶ କରିଥିଲେ ସ୍ମିତା। ଏହା ପରେ ଯୁବକ ଦୁଇ ଜଣ ତାଙ୍କ ରହିବାର ବ୍ୟବସ୍ଥା କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ରାତି ବଢ଼ୁଥିବାରୁ ସ୍ମିତା ସେମାନଙ୍କ ସହିତ ଚାଲି ଯାଇଥିଲେ। ହେଲେ ଯୁବକ ଦୁଇ ଜଣ ତାଙ୍କୁ ସେଠାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ଦୁଇ ବଳାତ୍କାରୀ ସେଠାରୁ ଚମ୍ପଟ ମାରିଥିଲେ। ଆଜି ସ୍ମିତା ଏନେଇ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

ତେବେ ଏଠି ପ୍ରଶ୍ନ ଉଠୁଛି, ମହିଳାଙ୍କ ଘର କଟକରେ ହୋଇଥିବା ବେଳେ ସେ ଘରକୁ ନଫେରି ରାମମନ୍ଦିର ଛକରେ କାହିଁକି ବସିଥିଲେ? କ’ଣ ପାଇଁ ଦୁଇ ଅପରିଚିତ ଯୁବକଙ୍କ ସହିତ ଯାଇଥିଲେ? ଏପରି ନାନା ପ୍ରଶ୍ନବାସୀ ସାଧାରଣରେ ଉଙ୍କି ମାରୁଥିବା ବେଳେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos