ଆସିକା: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ହିଣ୍ଡଳ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। କମେଣ୍ଟ ମରାକୁ କେନ୍ଦ୍ର କରି ଦୁଇ ଜଣ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡ ଦେଇଛନ୍ତି ଗ୍ରାମବାସୀ।
ଅଭିଯୋଗ ଅନୁସାରେ ଦୁଇ ଯୁବକ ବାଟଘାଟରେ ଗାଁର ମହିଳାଙ୍କୁ କମେଣ୍ଟ ମାରୁଥିଲେ। ଏହାକୁ କେନ୍ଦ୍ର କରି ଗ୍ରାମବାସୀ ଉଭୟଙ୍କୁ ଆଜି ଏକ ଖୁଣ୍ଟରେ ବାନ୍ଧି ରଖିବା ସହ ଲଣ୍ଡା କରି ସମସ୍ତଙ୍କ ସାମ୍ନାରେ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏପରିକି ସେମାନଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି।
ଖବର ପାଇ ପୋଲିସ୍ ଗାଁରେ ପହଞ୍ଚି ଯୁବକ ଦ୍ୱୟଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି।