ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାସ୍କ ଦୁର୍ନୀତି ଭିତରେ ଆଣ୍ଟିବଡ଼ି ଟେଷ୍ଟିଂ ମେସିନ୍ କିଣାକୁ ନେଇ ପୁଣି ସରକାରକୁ ଘେରିଛି କଂଗ୍ରେସ। ଦଳ ଅଭିଯୋଗ କରିଛି ଯେ ଆଣ୍ଟିବଡ଼ି ଟେଷ୍ଟିଂ ମେସିନ କିଣିବା ପାଇଁ ସପ୍ଲାୟର୍ ଗତ ମାର୍ଚ୍ଚ ୨୧ ତାରିଖରେ ୟୁନିଟ ପିଛା ୫୮ ହଜାର ଟଙ୍କାର କୋଟେସନ ଦେଇଥିଲେ। ସେହି ସପ୍ଲାୟର ପୁଣି ସମାନ ମେସିନ୍ ପାଇଁ ୨୩ ମାର୍ଚ୍ଚରେ ୭୫ ହଜାର ଟଙ୍କାର କୋଟେସନ୍ ଦେଇଥିଲେ।
ଏହାପରେ ଔଷଧ ନିଗମ ୫୦୦ଟି ବାଇପାପ୍ ମେସିନ କିଣିବାକୁ ଅର୍ଡର ଦେଇଥିଲା। କିନ୍ତୁ ସପ୍ଲାୟର ୩୨ଟି ମେସିନ ଦେବାପରେ ଆଉ ଦେଇପାରିବ ନାହିଁ ବୋଲି ମନା କରିଦେଇଥିଲା। ତେବେ ୧୨ କୋଟି ଟଙ୍କା ଅଗ୍ରୀମ ଦିଆଯାଇଥିବାବେଳେ ଆରସିଏମଆର୍ କିଟର ଆବଶ୍ୟକତା ନାହିଁ ବୋଲି ମନା କରିଦେଇଥିଲା।
ପରେ ଔଷଧ ନିଗମ ଅର୍ଡର କ୍ୟାନସଲ କରିବା ପରେ ଆଉ ୬ କୋଟି ଟଙ୍କା ଫେରାଉନି ସଂପୃକ୍ତ କମ୍ପାନୀ। ଏଭଳି ସ୍ଥିତିରେ କାହିଁକି ୧୨ କୋଟି ଟଙ୍କା ଅଗ୍ରୀମ ଦିଆଗଲା ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି। ସେହିପରି ବିଜେପି ମଧ୍ୟ ରାଜ୍ୟ ସରକାରଙ୍କ ମନ୍ତ୍ରୀସ୍ତରୀୟ କମିଟିକୁ ଦାୟୀ କରିବା ସହ ଏହି ଘଟଣାରେ ଖୋଦ୍ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନନେଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।