କୁଆଡ଼େ ଗଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଡିଟ୍‌ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଶ୍ୱବିଦ୍ୟାଳୟ ଆକ୍ଟ ୧୯୮୯ର ଉଲ୍ଲଂଘନ ହେଉଛି। ଏହି ଆଇନ ଅନୁସାରେ ରାଜ୍ୟର କୌଣସି ବିଶ୍ୱବିଦ୍ୟାଳୟ ସେମାନଙ୍କ ଅଡିଟ୍ ରିପୋର୍ଟ ଗୃହରେ ଉପସ୍ଥାପନ କରୁନାହାନ୍ତି। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଛନ୍ତି। ବିଗତ ୨୦ ବର୍ଷ ଧରି ବିଧାନସଭାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଅଡିଟ୍ ରିପୋର୍ଟ ଉପସ୍ଥାପିତ ହୋଇନଥିବାରୁ ଏହା ପଛରେ ଦୁର୍ନୀତି ସ୍ପଷ୍ଟ ବାରି ହେଉଥିବା କହିଛନ୍ତି ନରସିଂହ। ତେଣୁ ସରକାର ଏହା ଉପରେ ଗୁରୁତ୍ୱ ଦେଇ […]

narasingh

Manoranjan Sial
  • Published: Saturday, 20 July 2019
  • , Updated: 20 July 2019, 05:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଶ୍ୱବିଦ୍ୟାଳୟ ଆକ୍ଟ ୧୯୮୯ର ଉଲ୍ଲଂଘନ ହେଉଛି। ଏହି ଆଇନ ଅନୁସାରେ ରାଜ୍ୟର କୌଣସି ବିଶ୍ୱବିଦ୍ୟାଳୟ ସେମାନଙ୍କ ଅଡିଟ୍ ରିପୋର୍ଟ ଗୃହରେ ଉପସ୍ଥାପନ କରୁନାହାନ୍ତି। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଛନ୍ତି।

ବିଗତ ୨୦ ବର୍ଷ ଧରି ବିଧାନସଭାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଅଡିଟ୍ ରିପୋର୍ଟ ଉପସ୍ଥାପିତ ହୋଇନଥିବାରୁ ଏହା ପଛରେ ଦୁର୍ନୀତି ସ୍ପଷ୍ଟ ବାରି ହେଉଥିବା କହିଛନ୍ତି ନରସିଂହ। ତେଣୁ ସରକାର ଏହା ଉପରେ ଗୁରୁତ୍ୱ ଦେଇ ଗୃହରେ କିପରି ଅଡିଟ୍ ରିପୋର୍ଟ ଉପସ୍ଥାପନ ହେବ, ସେଥିପାଇଁ ସେ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। ଏ ପ୍ରସଙ୍ଗରେ ଗୃହ ମୁଲତବୀ କରି ଆଲୋଚନା କରିବାକୁ ଦାବି କରିଥିଲେ କଂଗ୍ରେସ ବିଧାୟକ। ଏହି ପ୍ରସଙ୍ଗକୁ ନେଇ ଗୃହରେ ହୋହାଲ୍ଲା ହେବାରୁ ବାଚସ୍ପତି ଗୃହକୁ ପ୍ରଥମେ ୧୨ ଟା ୩୦ ଯାଏ ଓ ପରେ ଦିନ ୩ ଯାଏ ମୁଲତବି ଘୋଷଣା କରିଥିଲେ। ସେପଟେ ଗୃହକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଥିଲେ।

କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି-“ପ୍ରତିବର୍ଷ ବିଶ୍ୱବିଦ୍ୟାଳୟଗୁଡ଼ିକର ଅଡିଟ୍ ହେବ କଥା। ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରାଯିବ କଥା। ତେବେ ନବୀନ ପଟ୍ଟନାୟକ ଯେଉଁ ଦିନଠାରୁ ମୁଖ୍ୟମନ୍ତ୍ରୀ ହେଲେଣି, ସେବେଠାରୁ ଆଜିପର୍ଯ୍ୟନ୍ତ ଅଡିଟ୍‌ ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇନାହିଁ।”

ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି-“ବିଶ୍ୱବିଦ୍ୟାଳୟ ଗୁଡ଼ିକ ଆଡ୍‌ମିଶନ୍‌ ଓ ଡୋନେଶନ୍‌ ବାବଦକୁ କେତେ ଟଙ୍କା ନେବେ,ଏ ସମ୍ପର୍କରେ ସରକାର ଲିଖିତ ଭାବେ ଜଣାଇବା କଥା। ମାତ୍ର ବାସ୍ତବରେ ତାହା କରାଯାଉ ନାହିଁ।”

ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି-“୨୦ବର୍ଷ ହେଲା ଅଡିଟ୍‌ ରିପୋର୍ଟ ଗୃହରେ ଦାଖଲ ହୋଇନାହିଁ। ସୋମବାର ଏ ସମ୍ପର୍କରେ ମନ୍ତ୍ରୀ, ସଚିବ ଓ ନିର୍ଦ୍ଦେଶକଙ୍କୁ ଡ଼କାଯାଇ ଅଡିଟ୍‌ ହୋଇଛି କି ନାହିଁ ବୁଝାଯିବ। ଯଦି ଅଡିଟ୍‌ ହୋଇଛି, ତାହାହେଲେ କାହିଁକି ଗୃହରେ ରିପୋର୍ଟ ଉପସ୍ଥାପନ କରାଯାଇନି, ତାହା ଉପରେ ଆଲୋଚନା କରାଯିବ।”

Related story