‘ମାଲିକାନା ସତ୍ତ୍ୱ ନମିଳିଲେ ରାଜଭବନ ଆଗରେ ସମୂହ ଆତ୍ମାହୂତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ଅଫିସରଙ୍କ ତ୍ରୁଟି ଯୋଗୁଁ ଜଟଣୀର ୨୩ଟି ଗାଁର ସ୍ଥିତିବାନ ଜମି ଜଗନ୍ନାଥଙ୍କ ଜମିରେ ପରିଣତ ହୋଇଥିବା ପ୍ରତିବାଦରେ ରାଜଭବନ ସମ୍ମୁଖରେ ସମୂହ ଆତ୍ମାହୂତି ଦେବା ପାଇଁ ଜଟଣୀ ବିଧାୟକ ସୁରେଶ ରାଉତରାୟ ଚେତାବନୀ ଦେଇଛନ୍ତି। ଶ୍ରୀ ରାଉତରାୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଚନ୍ତି ଯେ, ସେଟେଲ୍ମେଂଟ ଅଫିସରଙ୍କ ତ୍ରୁଟି ଯୋଗୁଁ ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୩ଟି ଗାଁର ସାଧାରଣ ଲୋକଙ୍କର ସ୍ଥିତିବାନ ଜମି ଏବେ ଜଗନ୍ନାଥ ଜମିରେ ପରିଣତ ହୋଇଯିବା […]

NABA

NABA

Jitendra Garnayak
  • Published: Wednesday, 12 February 2020
  • Updated: 12 February 2020, 09:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ଅଫିସରଙ୍କ ତ୍ରୁଟି ଯୋଗୁଁ ଜଟଣୀର ୨୩ଟି ଗାଁର ସ୍ଥିତିବାନ ଜମି ଜଗନ୍ନାଥଙ୍କ ଜମିରେ ପରିଣତ ହୋଇଥିବା ପ୍ରତିବାଦରେ ରାଜଭବନ ସମ୍ମୁଖରେ ସମୂହ ଆତ୍ମାହୂତି ଦେବା ପାଇଁ ଜଟଣୀ ବିଧାୟକ ସୁରେଶ ରାଉତରାୟ ଚେତାବନୀ ଦେଇଛନ୍ତି।

ଶ୍ରୀ ରାଉତରାୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଚନ୍ତି ଯେ, ସେଟେଲ୍ମେଂଟ ଅଫିସରଙ୍କ ତ୍ରୁଟି ଯୋଗୁଁ ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୩ଟି ଗାଁର ସାଧାରଣ ଲୋକଙ୍କର ସ୍ଥିତିବାନ ଜମି ଏବେ ଜଗନ୍ନାଥ ଜମିରେ ପରିଣତ ହୋଇଯିବା ଫଳରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ଫେବୃୟାରୀ ୧୧ ତାରିଖରେ ରାଜ୍ୟପାଳଙ୍କୁ ରାଜଭବନରେ ଭେଟି ଶ୍ରୀ ରାଉତରାୟ ଏ ସଂପର୍କରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ହସ୍ତକ୍ଷେପ ନିମନ୍ତେ ନିବେଦନ କରିଥିଲେ। ଯଦି ୬ ମାସ ଭିତରେ ଏହି ସମସ୍ୟାର ସମାଧାନ ନହୁଏ, ତେବେ ଜଟଣୀବାସୀ ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ରାଜଭବନ ସମ୍ମୁଖରେ ସମୂହ ଆତ୍ମାହୂତି ଦେବେ ବୋଲି ଲିଖିତ ଆକାରରେ ରାଜ୍ୟପାଳଙ୍କୁ ଜଣାଇଥିଲେ।

ସୂଚନାଯୋଗ୍ୟ, ଜଗନ୍ନାଥ ଜମି ପରିବର୍ତ୍ତନ ଏବଂ ଦାରୁଠେଙ୍ଗ ଡମ୍ପିଂୟାର୍ଡ ସ୍ଥାନାନ୍ତର ପ୍ରସଙ୍ଗକୁ ନେଇ ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ଜମିର ସତ୍ୱାଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ସମୂହ ଆତ୍ମାହୂତି ଦେବେ ବୋଲି ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରିଥିଲେ। ସଚିବାଳୟରେ ମୁଖ୍ୟମନ୍ତ୍ରୀ ଓ ସଂପୃକ୍ତ ବିଭାଗୀୟ ସଚିବଙ୍କ ସହ ଶ୍ରୀ ରାଉତରାୟଙ୍କ ଆଲୋଚନା ହୋଇଥିଲା। ଦାରୁଠେଙ୍ଗ ଡମ୍ପିଂୟାର୍ଡ ସ୍ଥାନାନ୍ତର ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର କାର୍ଯ୍ୟକ୍ରମ ଆରମ୍ଭ କରି ସାରିଛନ୍ତି। ମାତ୍ର ଜଟଣୀରେ ପରିବର୍ତ୍ତିତ ହୋଇଯାଇଥିବା ଜଗନ୍ନାଥ ଜମିକୁ ସେମାନଙ୍କ ଅସଲ ସତ୍ୱାଧିକାରୀଙ୍କୁ ଫେରାଇ ଦେବା ସଂପର୍କରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଆରମ୍ଭ କଲେନାହିଁ। ଜଟଣୀର ବେରୁଆଁ, ବାଇରଙ୍ଗ, ନିରଞ୍ଜନପୁର, ବୁଢାପଡ଼ା, ଭଁସର, କନ୍ତିଆ, ରଥିପୁର, ଛଣଘର କୁସୁମାଟି, ଜଟଣୀ ଓ ହରିରାଜପୁର ପ୍ରଭୃତି ୨୩ଟି ଗାଁର ସାଧାରଣ ଲୋକ ଅତି ଦୁଃଖ ଓ ଯନ୍ତ୍ରଣାର ସହ କାଳ କାଟୁଛନ୍ତି । ସେମାନଙ୍କର ସାତ ପୁରୁଷର ଜମି ୨୦୧୨ ମସିହାରୁ ସରକାରୀ ତୃଟି ଯୋଗୁଁ ଜଗନ୍ନାଥ ଜମିରେ ପରିଣତ ହୋଇଯିବା ଫଳରେ ସେମାନେ ଅକଥନୀୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଣୁ ଯଦି ଆସନ୍ତା ୬ ମାସ ଭିତରେ ସେମାନଙ୍କର ସମସ୍ୟାର ସମାଧାନ ନହୁଏ, ତେବେ ରାଜଭବନ ସମ୍ମୁଖରେ ଜଟଣୀ ବିଧାୟକ ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ସେମାନେ ସମୂହ ଆତ୍ମାହୁତି ଦେବେ ବୋଲି ନିଷ୍ପତ୍ତି ହୋଇଥିବା ସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story