ମାସ୍କ ଦୁର୍ନୀତି ତଦନ୍ତ ଦାବିରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ, ଗୁରୁବାର ରାଜ୍ୟପାଳଙ୍କୁ ଭେଟିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀରେ ମହାଦୁର୍ନୀତିର ତଦନ୍ତ ଦାବିରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଏହାସହିତ ଆସନ୍ତା ଗୁରୁବାର ରାଜ୍ୟପାଳଙ୍କୁ ଭେଟି କଂଗ୍ରେସ ପ୍ରତିନିଧି ଦଳ ମାସ୍କ ଓ ପିପିଇ କିଟ୍ କିଣା ଦୁର୍ନୀତିର ତଦନ୍ତ ପାଇଁ ଦାବି କରିବ ବୋଲି ସୂଚନା ଦେଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମାସ୍କ ଓ ପିପିଇ କିଟ୍ କିଣାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଗୋଟିଏପରେ ଗୋଟିଏ […]

niranjan-1--1

niranjan-1--1

Manoranjan Sial
  • Published: Tuesday, 09 June 2020
  • Updated: 09 June 2020, 09:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀରେ ମହାଦୁର୍ନୀତିର ତଦନ୍ତ ଦାବିରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଏହାସହିତ ଆସନ୍ତା ଗୁରୁବାର ରାଜ୍ୟପାଳଙ୍କୁ ଭେଟି କଂଗ୍ରେସ ପ୍ରତିନିଧି ଦଳ ମାସ୍କ ଓ ପିପିଇ କିଟ୍ କିଣା ଦୁର୍ନୀତିର ତଦନ୍ତ ପାଇଁ ଦାବି କରିବ ବୋଲି ସୂଚନା ଦେଇଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମାସ୍କ ଓ ପିପିଇ କିଟ୍ କିଣାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଗୋଟିଏପରେ ଗୋଟିଏ ପ୍ରମାଣ ଏବେ ପଦାକୁ ଆସିବାରେ ଲାଗିଛି। କଂଗ୍ରେସ ପାଖରେ ଏସବୁର ପ୍ରମାଣ ମଧ୍ୟ ରହିଛି। କରୋନା ମୁକାବିଲା ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀକୁ ଅନଲାଇନ୍ ଟେଣ୍ଡର ମାଧ୍ୟମରେ କ୍ରୟ କରିବାର ନିର୍ଦ୍ଦେଶ ରହିଛି। କିନ୍ତୁ ଓଡ଼ିଶା ଔଷଧ ନିଗମ ସେଭଳି ପ୍ରକ୍ରିୟାରେ କାହିଁକି ମାସ୍କ କିଣିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। କେଉଁ କମ୍ପାନୀ ପାଖରୁ ସରକାର କେତେ ପିପିଇ କିଣିଛନ୍ତି, କେତେ ଦାମ୍‌ରେ ତାହା ସରକାର ସ୍ପଷ୍ଟ କରିବା ଦରକାର। ଜୁନ୍ ୨ ତାରିଖରେ ୩୫ ଟି ଟ୍ରକ୍ ଭୁବନେଶ୍ୱରରେ ପହଂଚି ଔଷଧ ନିଗମ ସମ୍ମୁଖରେ ଛିଡା ହୋଇ ରହିଲେ। ଗଣମାଧ୍ୟମରେ ଏହା ପ୍ରକାଶ ପାଇବା ପରେ କିଛି ଜିନିଷ ରଖାଗଲା ଆଉ ସବୁ ଟ୍ରକ୍‌ଗୁଡିକୁ ଫେରାଇ ଦିଆଗଲା। ଏଥିରେ ପିପିଓ, ସାନିଟାଇଜର,ଭେଂଟିଲେଟର ଓ ମାସ୍କ ଇତ୍ୟାଦି ଥିଲା। କିଏ ଏବଂ କାହିଁକି ଏତେ ପରିମାଣରେ ଅର୍ଡର ଏଥିପାଇଁ ଦେଇଥିଲା। ଯଦି ଅର୍ଡର ଦିଆଯାଇଥିଲା କାହିଁକି କିଛି ଫେରାଇ ଦିଆଗଲା? ଏହାର ସ୍ପଷ୍ଟ ଜବାବ ସରକାର ରଖନ୍ତୁ । ଯଦି ଏହି ଜିନିଷ ଦରକାର ନଥିଲା ତେବେ ଅର୍ଡର ଦେବା ପଛରେ କ’ଣ ରହସ୍ୟ ରହିଛି। ଏହା ପ୍ରମାଣିତ କରେ ଔଷଧ ନିଗମ କୌଣସି ପ୍ଲାନିଂ ବା ଆକଳନ ନକରି ସରଞ୍ଜାମ ସବୁ କିଣିବା ପାଇଁ ଅର୍ଡର କରିଥିଲେ। ସବୁଠୁ ଉଦ୍‌ବେଗର ବିଷୟ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶାରେ ଏକ ଭର୍ଚୁଆଲ ର‌୍ୟାଲିରେ ଉଦ୍‌ବୋଧନ ଦେଇ ତାଙ୍କ ଦଳକୁ ଅଧିକ ସଂଗଠିତ କରିବା ପାଇଁ କର୍ମକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ ଏଭଳି ଦୁର୍ଦିନ ସମୟରେ ରାଜ୍ୟ ସରକାରଙ୍କର ଏ ଦୁର୍ନୀତି ନେଇ ପଦୁଟିଏ ପାଟି ଫିଟାଇ ନଥିଲେ। ଏ ନେଇ ବିଜେପି ଓ ତାର ରାଜ୍ୟ ନେତୃତ୍ୱ ସେମାନଙ୍କର ନିଷ୍ପତି ସ୍ପଷ୍ଟ କରିବା ଉଚିତ୍। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ ବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବରେ ବିବୃତି ରଖିବା ପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ଯଦି ସରକାର ଜାଣିଶୁଣି ଏହି ଦୁର୍ନୀତିକୁ ପ୍ରଶୟ ଦେବାପାଇଁ ନୀରବ ରୁହନ୍ତି ତା’ହେଲେ ରାଜ୍ୟର କୋଟି କୋଟି ଜନସାଧାରଣଙ୍କର ସ୍ୱାର୍ଥରକ୍ଷା ପାଇଁ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବାରେ କୁଣ୍ଠାବୋଧ କରିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି। ମହାମାରୀରେ ମହାଦୁର୍ନୀତିର ଅଭିଯୋଗ ନେଇ ରାଜ୍ୟ କଂଗ୍ରେସ ପ୍ରତ୍ୟେକ ଜିଲ୍ଲାସ୍ତରରେ ଆସନ୍ତା ୧୧ ତାରିଖରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟର ୩୩ ସାଂଗଠନିକ ଜିଲ୍ଲାରେ ଦାବିପତ୍ର ଦିଆଯିବା ସହ ପିସିସି ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଦିନ ୧୧ଟା ସମୟରେ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ଏହାର ବିଧିବଦ୍ଧ ତଦନ୍ତ ଦାବି କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ,ଶୁଭେନ୍ଦୁ ମହାନ୍ତି, ଜ୍ଞାନଦେବ ବେଉରା, ଅଭିଶେଷ ମହାନନ୍ଦ, ସୁଦର୍ଶନ ଦାସ, ପଦ୍ମାକର ଗୁରୁ, ରଜନୀ ମହାନ୍ତି ଓ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story