କରୋନା ସାମଗ୍ରୀ କିଣା: ଆଉ ଏକ ଦୁର୍ନୀତିକୁ ପଦାକୁ ଆଣିଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ ମାଧ୍ୟମରେ କିଣାଯାଇଥିବା ମାସ୍କ ଓ ପିପିଇ କିଟ୍ କିଣାରେ ବ୍ୟାପକ ଦୁର୍ନୀତିକୁ ଚପାଇବାର ରାଜ୍ୟ ସରକାର ସଫଳ ହୋଇଥିବାବେଳେ ଏବେ ବିରୋଧୀ କଂଗ୍ରେସ ଆଉ ଏକ ଦୁର୍ନୀତିକୁ ପଦାକୁ ଆଣିଛି। କରୋନା ସାମଗ୍ରୀ କିଣାରେ ଅନିୟମିତତାର ଦସ୍ତାବିଜ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିଲେ ମଧ୍ୟ ଏହି ଦୁର୍ନୀତିକୁ ଚପାଇବାକୁ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଉଦ୍ୟମ ସଫଳ ହୋଇଛି। ଆଜି କଂଗ୍ରେସ ଭବନରେ ପିସିସି ମୁଖପାତ୍ର […]

congress

congress

Manoranjan Sial
  • Published: Tuesday, 16 June 2020
  • Updated: 16 June 2020, 08:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ ମାଧ୍ୟମରେ କିଣାଯାଇଥିବା ମାସ୍କ ଓ ପିପିଇ କିଟ୍ କିଣାରେ ବ୍ୟାପକ ଦୁର୍ନୀତିକୁ ଚପାଇବାର ରାଜ୍ୟ ସରକାର ସଫଳ ହୋଇଥିବାବେଳେ ଏବେ ବିରୋଧୀ କଂଗ୍ରେସ ଆଉ ଏକ ଦୁର୍ନୀତିକୁ ପଦାକୁ ଆଣିଛି। କରୋନା ସାମଗ୍ରୀ କିଣାରେ ଅନିୟମିତତାର ଦସ୍ତାବିଜ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିଲେ ମଧ୍ୟ ଏହି ଦୁର୍ନୀତିକୁ ଚପାଇବାକୁ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଉଦ୍ୟମ ସଫଳ ହୋଇଛି।

ଆଜି କଂଗ୍ରେସ ଭବନରେ ପିସିସି ମୁଖପାତ୍ର ସୁଦର୍ଶନ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ କରୋନା ମୁକାବିଲା ପାଇଁ ଅଲଟ୍ରା ସୋନିକ ନେମ୍ବୁଲାଇଜର କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ,ପୂର୍ବରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କରୋନା ସମୟରେ ରାଜ୍ୟ ଔଷଧ ନିଗମ ଦ୍ୱାରା ଜିନିଷପତ୍ର କିଣାରେ ହୋଇଥିବା ଅନିୟମିତତାକୁ ନେଇ ୬ଟି ଅଭିଯୋଗ ଆଣିଥିଲା। ସେସବୁ ଅଭିଯୋଗର ସ୍ପଷ୍ଟୀକରଣ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଦେଲେ ନାହିଁ। ଅପରପକ୍ଷରେ ସରକାରଙ୍କ ପକ୍ଷରୁ ବିଜେଡ଼ି ଦଳର ମୁଖପାତ୍ର ଯେଉଁ ସ୍ପଷ୍ଟୀକରଣ ଦେଲେ ତାହା ମିଥ୍ୟା ଓ ଅସତ୍ୟ ଉପରେ ଆଧାରିତ।

ତେବେ ଔଷଧ ନିଗମ ମାଧ୍ୟମରେ କରୋନା ସାମଗ୍ରୀ କିଣାରେ ହୋଇଥିବା ଆଉ ଏକ ଅନିୟମିତତାର ପର୍ଦ୍ଦାଫାସ୍ କରି ଶ୍ରୀ ଦାସ କହିଛନ୍ତି ଯେ, ଏକ ନିର୍ଦ୍ଦିଷ୍ଟ କମ୍ପାନୀ ଏହି ନେମ୍ବୁଲାଇଜର କିଣିବା ପାଇଁ ମାର୍ଚ୍ଚ ୨୧ ତାରିଖରେ ପ୍ରତି ନେମ୍ବୁଲାଇଜର ପିଛା ୩୧୦୦ ଟଙ୍କାର କୋଟେସନ୍ ଦେଇଥିଲା। ସେହି ସମାନ କମ୍ପାନୀ ପୁଣିଥରେ ମାର୍ଚ୍ଚ ୨୩ ତାରିଖରେ ଏହି ଦରକୁ ବଢ଼ାଇ ୫୯୦୦ ଟଙ୍କାର କୋଟେସନ ଦେଲା। ଆଉ ମାର୍ଚ୍ଚ ୨୫ ତାରିଖ ଦିନ ରାଜ୍ୟ ଔଷଧ ନିଗମ ପ୍ରତି ନେମ୍ବୁଲାଇଜର ପିଛା ୫୯୦୦ ଟଙ୍କା ଦରରେ ୫୦୦ ପିସ୍ ପାଇଁ ସେହି କମ୍ପାନୀକୁ ଅର୍ଡର ଦେଲେ। ତେବେ କେଉଁ ଉଦ୍ଦେଶ୍ୟରେ ୩୧୦୦ଟଙ୍କାରେ ମିଳୁଥିବା ନେମ୍ବୁଲାଇଜରକୁ ୫୯୦୦ଟଙ୍କାକୁ ବୃଦ୍ଧି କରାଗଲା ଓ ସେହି ବର୍ଦ୍ଧିତ ଦରରେ ରାଜ୍ୟ ଔଷଧ ନିଗମ ୫୦୦ ପିସ୍ କିଣିଲେ ତା’ର ଜବାବ ରାଜ୍ୟ ସରକାର ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ଶ୍ରୀ ଦାସ କହିଛନ୍ତି ଯେ, ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସେହି ମାର୍ଚ୍ଚ ୨୫ ତାରିଖରେ ଅନ୍ୟ ଏକ କମ୍ପାନୀଠାରୁ ରାଜ୍ୟ ଔଷଧ ନିଗମ ସମାନ ଧରଣର ନେମ୍ବୁଲାଇଜର ମାତ୍ର ୧୬୦୦ଟଙ୍କା ଦରରେ କିଣିଛନ୍ତି।

ତେବେ ଗୋଟିଏ ଦିନରେ ସମାନ ଧରଣର ନେମ୍ବୁଲାଇଜରକୁ ଗୋଟିଏ କମ୍ପାନୀ ୫୯୦୦ ଟଙ୍କାରେ ଓ ଅନ୍ୟ କମ୍ପାନୀଠୁ ୧୬୦୦ଟଙ୍କାରେ କିଭଳି କିଣାଗଲା ତଥା ଏହାପଛରେ କ’ଣ ବ୍ୟାକଡୋର ଡିଲ୍ ହୋଇଛି ସେ ନେଇ ରାଜ୍ୟ ସରକାର ସ୍ପଷ୍ଟ କରିବା ଉଚିତ୍ ବୋଲି ଶ୍ରୀ ଦାସ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story